କାଶ୍ମୀରକୁ ନେଇ ଜନ୍ତରମନ୍ତରରେ ବିରୋଧୀଙ୍କ ବିରୋଧ ପ୍ରଦର୍ଶନ
Advertisement
Article Detail0/zeeodisha/odisha590600

କାଶ୍ମୀରକୁ ନେଇ ଜନ୍ତରମନ୍ତରରେ ବିରୋଧୀଙ୍କ ବିରୋଧ ପ୍ରଦର୍ଶନ

ଭାରତ ଗସ୍ତରେ ଆସିଛନ୍ତି ୟୁରୋପୀୟନ ସାଂସଦ ଦଳର ପ୍ରତିନିଧି ମଣ୍ଡଳ  । ଏହି ପ୍ରତିନିଧି ମଣ୍ଡଳରେ ୨୮ ଜଣ ସଦସ୍ୟ ଅଛନ୍ତି । ସେମାନେ ମଙ୍ଗଳବାର କାଶ୍ମୀର ପରିଦର୍ଶନ କରିବାକୁ ଯାଇଛନ୍ତି  । ଏହାପୂର୍ବରୁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହ ସାକ୍ଷାତ କରିଥିଲେ  । ଏହି ସାକ୍ଷାତ ବେଳେ ଦୁଇ ପକ୍ଷ ମଧ୍ୟରେ ଜମ୍ମୁ କାଶ୍ମୀରର ବର୍ତ୍ତମାନର ପରିସ୍ଥିତିକୁ ନେଇ ଆଲୋଚନା କରାଯାଇଥିଲା  । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଛନ୍ତି ୟୁରୋପୀୟନ ସାଂସଦ ଦଳର ପ୍ରତିନିଧି ମଣ୍ଡଳ  । ଏହି ପ୍ରତିନିଧି ମଣ୍ଡଳରେ ୨୮ ଜଣ ସଦସ୍ୟ ଅଛନ୍ତି । ସେମାନେ ମଙ୍ଗଳବାର କାଶ୍ମୀର ପରିଦର୍ଶନ କରିବାକୁ ଯାଇଛନ୍ତି  । ଏହାପୂର୍ବରୁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହ ସାକ୍ଷାତ କରିଥିଲେ  । ଏହି ସାକ୍ଷାତ ବେଳେ ଦୁଇ ପକ୍ଷ ମଧ୍ୟରେ ଜମ୍ମୁ କାଶ୍ମୀରର ବର୍ତ୍ତମାନର ପରିସ୍ଥିତିକୁ ନେଇ ଆଲୋଚନା କରାଯାଇଥିଲା  । 

ଅନ୍ୟପକ୍ଷେ ୟୁରୋପୀୟନ ସାଂସଦଙ୍କ ପ୍ରତିନିଧି ମଣ୍ଡଳକୁ କାଶ୍ମୀର ଯିବାର ଅନୁମତି ମିଳିବା ପରେ ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି  ।  ସାଂସଦ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଏହି ବିଷୟକୁ ନେଇ ଘେରିଛନ୍ତି । ସେହିପରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ବିଷୟକୁ ନେଇ ମୋଦି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ।  ଏହାସହ ବିଏସପି ସୁପ୍ରମୋ ମାୟାବତୀ ମଧ୍ୟ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।  

ସେପଟେ ଆଜି ଜନ୍ତର ମନ୍ତରରେ କାଶ୍ମୀର ବିଷୟକୁ ନେଇ ବିଭିନ୍ନ ଏନଜିଓ ତରଫରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଏହି ପ୍ରଦର୍ଶନରେ ବାମଦଳ ସହ ଅନ୍ୟ ବିରୋଧୀ ପାର୍ଟିର କାର୍ଯ୍ୟକର୍ତ୍ତା ମଧ୍ୟ ସାମିଲ ହୋଇଛନ୍ତି ।  କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ ମଧ୍ୟ ଏହି ବିରୋଧ ପ୍ରଦର୍ଶନରେ ସାମିଲ ହୋଇଛନ୍ତି । ବିରୋଧୀଙ୍କ ଦାବି, କାଶ୍ମୀରରେ ସରକାରଙ୍କ ପ୍ରତିବନ୍ଧକ ଯୋଗୁଁ ଲୋକଙ୍କୁ ବିଭିନ୍ନ ଅସୁବିଧାର ସାମ୍ନା କରିବାକୁ ପଡୁଛି ।  କାଶ୍ମୀରର ସ୍ଥାନୀୟ ନେତାଙ୍କୁ ହେପାଜତରେ ରଖାଯାଇଛି ।     

ଆପଣଙ୍କୁ ଜଣାଇ ରଖୁଛୁ ଯେ, ଜମ୍ମୁ କାଶ୍ମୀରର ବର୍ତ୍ତମାନ ପରିସ୍ଥିତି ଉପରେ ଖୋଲାଖୋଲି ଆଲୋଚନା କରିଥିଲା ଦୁଇ ପକ୍ଷ । ଏହି ବୈଠକରେ ପିଏମ ମୋଦି ଓ ଡୋଭାଲଙ୍କ ସହ  କାଶ୍ମୀର ବିଷୟକୁ ନେଇ ଚର୍ଚ୍ଚା କରି ୟୁରୋପୀୟନ ପ୍ରତିନିଧି ମଣ୍ଡଳ ସନ୍ତୁଷ୍ଟ ହୋଇଛି ବୋଲି ଜଣାପଡିଛି । ଏହି ପ୍ରତିନିଧି ମଣ୍ଡଳ ଜମ୍ମୁ କାଶ୍ମୀର ଗସ୍ତରେ ଯିବ । ଚଳିତ ବର୍ଷ ଅଗଷ୍ଟ ୫ରେ ଜମ୍ମୁ କାଶ୍ମୀରକୁ ବିଶେଷ ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦କୁ ହଟାଇଥିଲେ ମୋଦି ସରକାର । ଏହାପରେ କୌଣସି ବିଦେଶୀ ପ୍ରତିନିଧି ମଣ୍ଡଳର ଏହା ପ୍ରଥମ କାଶ୍ମୀର ଗସ୍ତ ହେବ ।

ଧାରା ୩୭୦ର ଉଚ୍ଛେଦ ପରେ ଦୁନିଆ ସାରା ଜମ୍ମୁ କାଶ୍ମୀରକୁ ନେଇ ଚର୍ଚ୍ଚା ଲାଗି ରହିଛି । ପାକିସ୍ତାନ ତରଫରୁ ବାରମ୍ବାର ଏହି ମାମଲାକୁ ଉପସ୍ଥାପନ କରାଯାଉଛି ।  ଏପରି ଚର୍ଚ୍ଚା ଭିତରେ ୟୁରୋପୀୟନ ପ୍ରତିନିଧି ମଣ୍ଡଳର ଏହି ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ । ୟୁରୋପୀୟନ ପ୍ରତିନିଧି ମଣ୍ଡଳରେ ସର୍ବମୋଟ ୨୮ ଜଣ ସଦସ୍ୟ ଅଛନ୍ତି । ବର୍ତ୍ତମାନ ଯାଏ କୌଣସି ବିଦେଶୀ ପ୍ରତିନିଧି ମଣ୍ଡଳକୁ ଜମ୍ମୁ କାଶ୍ମୀର ଯିବା ପାଇଁ ଅନୁମତି ମିଳିନାହିଁ ।  

ଚଳିତ ବର୍ଷ ଅଗଷ୍ଟ ୫ରେ ଧାରା ୩୭୦ର ଉଚ୍ଛେଦ କରି ଜମ୍ମୁ କାଶ୍ମୀରରୁ ବିଶେଷ ରାଜ୍ୟର ମାନ୍ୟତା ଛଡାଇ ନେଇଥିଲେ ମୋଦି ସରକାର । ଏହାସହ ଏହି ରାଜ୍ୟକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା । ଯାହା ପରେ ପାକିସ୍ତାନ ଅନ୍ତର୍ଜାତୀୟ ମଞ୍ଚରେ କାଶ୍ମୀର ବିଷୟକୁ ଉପସ୍ଥାପନ କରୁଛି । ଏହାସହ ବିଭିନ୍ନ ଦେଶ ଠାରୁ ଏହି ବିଷୟରେ ସାହାଯ୍ୟ ମଧ୍ୟ ମାଗୁଛି ପାକ୍ ।