• କୋରାପୁଟରେ ଭୁଷୁଡ଼ୁଛି କଂଗ୍ରେସର ଗଡ଼
  • ଚନ୍ଦ୍ରଶେଖର ମାଝିଙ୍କ ପରେ ବିଜେଡିରେ ସାମିଲ ହେଲେ କୈଳାଶ କୁଲେସିକା
  • ମମିତା ମୃତ୍ୟୁ ମାମଲା: ନବୀନ ନିବାସ ଆଗରେ ଯୁବ କଂଗ୍ରେସର କଳାପତାକା ପ୍ରଦର୍ଶନ
  • ମମିତା ମେହେର ଅପହରଣ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ
  • ଗୋବିନ୍ଦ ସାହୁର ଆତ୍ମସମର୍ପଣ ଓ ସ୍ୱୀକାରୋକ୍ତି ପରେ ନିଜେ ହତ୍ୟା କରିଥିବା ନେଇ ସ୍ପଷ୍ଟ
  • କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନକୁ ଅଣ୍ଡା ମାଡ
  • ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଭବାନୀପାଟଣା ସ୍ଥିତ ବାସଭବନକୁ ଅଣ୍ଡା ମାଡ
  • ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ମାମଲା
  • ଆଉ ୨ଜଣଙ୍କୁ ଅଟକ ରଖିଲା ପୋଲିସ
  • କଲେଜ ଅଧ୍ୟକ୍ଷ, ଜେସିବି ଡ୍ରାଇଭର ଓ ୱାଚ୍ ମ୍ୟାନ୍ ଅଟକ

ଓଡ଼ିଶା ସରକାରଙ୍କ 'ମୋ ସ୍କୁଲ ଅଭିଯାନ'କୁ ଓଏସଏଲର ସହଯୋଗ

ରାଜ୍ୟରେ ଥିବା ସ୍କୁଲମାନଙ୍କରେ ଭିତ୍ତିଭୂମି ଏବଂ ଗୁଣାତ୍ମକ ପରିବେଶ ଯୋଗାଇ ଦେବାକୁ ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ଏକ ଉପକ୍ରମ ହେଉଛି 'ମୋ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନ' ।  

ଓଡ଼ିଶା ସରକାରଙ୍କ 'ମୋ ସ୍କୁଲ ଅଭିଯାନ'କୁ ଓଏସଏଲର ସହଯୋଗ

କଟକ: କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧର ପ୍ରମୁଖ ଅଂଶ ସ୍ୱରୂପ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସ୍ଏଲ୍) ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମହତ୍ତ୍ୱାକାଂକ୍ଷୀ 'ମୋ ସ୍କୁଲ୍ ଅଭିଯାନ ପରିଚାଳନା ସଙ୍ଗଠନ'କୁ କଟକ ଜିଲ୍ଲାରେ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛି ।

ରାଜ୍ୟରେ ଥିବା ସ୍କୁଲମାନଙ୍କରେ ଭିତ୍ତିଭୂମି ଏବଂ ଗୁଣାତ୍ମକ ପରିବେଶ ଯୋଗାଇ ଦେବାକୁ ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ଏକ ଉପକ୍ରମ ହେଉଛି 'ମୋ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନ' ।
 
ଓଡ଼ିଶାରେ ଏକ ପ୍ରମୁଖ ଓ ଦାୟିତ୍ୱସମ୍ପନ୍ନ କମ୍ପାନୀ ଭାବେ ଏହାର 'ଜିରୋ ଏଫ୍ ଇନିସିଏଟିଭ୍' ଆଧାରରେ ଏଓଏସଏଲ୍ କ୍ରୀଡ଼ା, ସଙ୍ଗୀତ ଓ ଅନ୍ୟାନ୍ୟ କାର୍ଯ୍ୟଧାରା ପାଇଁ ୨୦,୦୦୦,୦୦ (କୋଡ଼ିଏ ଲକ୍ଷ ଟଙ୍କା) ଏଥିପାଇଁ ଯୋଗାଇ ଦେଇଛି । ଏହି ଅନୁଦାନ କେଉଁ ବିଦ୍ୟାଳୟରେ ବିନିଯୋଗ କରାଯିବ ତାହା ଜିଲ୍ଲାସ୍ତରୀୟ କମିଟି (ଡିଏଲ୍ସି) ସ୍ଥିର କରିବ । ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଏସ୍ଏଲ୍ ଇଷ୍ଟେଟ୍ ବିଭାଗର ମୁଖ୍ୟ ପି.କେ. ପଟ୍ଟନାୟକ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କୁ ଏହି ଅନୁଦାନ ବାବଦ ଚେକ୍ ପ୍ରଦାନ କରିଛନ୍ତି । ଏହି କାର୍ଯକ୍ରମରେ ରଶ୍ମୀତା ମିଶ୍ର ଜିଲ୍ଲା ସଂଯୋଜକ ‘ମିଶନ୍ ଜିରୋ ଏଫ୍ ଇନିସିଏଟିଭ୍’ କଟକ ଉପସ୍ଥିତ ଥିଲେ ।

ଏହି ସହଯୋଗ ଓ ଅନୁଦାନ ସମ୍ପର୍କରେ ଓଏସଏଲ୍ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ମହିମାନନ୍ଦ ମିଶ୍ର କହିଛନ୍ତି ଯେ, "ଓଡ଼ିଶାରେ ପିଲାମାନଙ୍କ ବିକାଶ ପାଇଁ ଓଏସଏଲ୍ ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ଓଡ଼ିଶା ସରକାରଙ୍କ ମୋ ସ୍କୁଲ ଅଭିଯାନ ରାଜ୍ୟର ଉଜ୍ୱଳ ଭବିଷ୍ୟତ ପାଇଁ ଏକ ବୃହତ୍ତର ପଦକ୍ଷେପ ।"

ସାରା ରାଜ୍ୟରେ ସ୍କୁଲମାନଙ୍କରେ ଯେଉଁ ପରିବର୍ତ୍ତନ ଆସିପାରିଛି ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳ ନେତୃତ୍ୱରେ ପିଲାମାନଙ୍କ ଉଜ୍ୱଳ ଭବିଷ୍ୟତ କଳ୍ପେ କରାଯାଇଥିବା ମିଶ୍ର ପ୍ରକାଶ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଏକ ପ୍ରମୁଖ କର୍ପୋରେଟ୍ ସଂସ୍ଥା ଭାବେ ଓଏସଏଲ୍ ଗ୍ରୁପ୍ ଏହାର ବିଭିଧ ଉନ୍ନୟନମୂଳକ କାର୍ଯ୍ୟଧାରା ମାଧ୍ୟମରେ କୋଭିଡ୍ ବିପତ୍ତି ସମୟରେ ରାଜ୍ୟ ସରକାରଙ୍କୁ ସହଯୋଗ କରିଆସିଛି । କୋଭିଡ୍-୧୯ ମହାବିପତ୍ତିକୁ ମୁକାବିଲା କରିବା ପାଇଁ ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ପରେ ଓଏସଏଲ୍ ଗ୍ରୁପ୍ ସାଧାରଣ ଜନତାଙ୍କୁ ଏ ଦିଗରେ ସଚେତନ କରାଇବା ସହ ୧ ଲକ୍ଷ ମାସ୍କ ବିତରଣ କରିଛି ।

ପାରାଦୀପ ବନ୍ଦରରେ ଡାକ୍ତରୀ ଚିକିତ୍ସା ପାଇଁ ଉପଯୋଗୀ ଅମ୍ଳଜାନ ସିଲିଣ୍ଡର ଅନଲୋଡ୍ କରିବା କ୍ଷେତ୍ରରେ ଓଏସଏଲ୍ ଗ୍ରୁପ୍ ପରିବହନ ସହାୟତା ଯୋଗାଇ ଦେଇଛି। ଚୀନରୁ ସ୍ବତନ୍ତ୍ର ବିମାନରେ ଆସିଥିବା ୧୩୦୦ ମେଡିକାଲ୍ ଗ୍ରେଡ୍ ଅମ୍ଲଜାନ ସିଲିଣ୍ଡର ଏବଂ ଅନ୍ୟ ଡାକ୍ତରୀ ସାମଗ୍ରୀ ପାଇଁ ଓଏସଏଲ୍ ଗ୍ରୁପ୍ ସୀମା ଶୁଳ୍ପ ଓ ବିମାନବନ୍ଦର ଅନୁମତି ମଧ୍ୟ ପ୍ରାପ୍ତ କରାଇପାରିଛି। କୌଣସି ସେବା ଦେୟ ଦାବି ନକରି ଏହି କାର୍ଯ୍ୟ ସମ୍ପନ୍ନ କରାଯାଇଛି ।