• ରାତି ପାହିଲେ ଗଣତନ୍ତ୍ର ଦିବସ । କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ।
  • ଅଭିନେତା ଶାନ୍ତି ମିଶ୍ରଙ୍କ ପରଲୋକ ।
  • ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ମିଡିଆକୁ ମନା
  • ରାଜ୍ୟରେ ହୁ ହୁ ହୋଇ ବଢୁଛି ତେଲ ଦର । ମାଲକାନଗିରିରେ ୯୧ ଛୁଇଁଲା ତେଲ । ରାଜଧାନୀରେ ୮୫ ପାର ।
  • ଲଦାଖରେ ଚୀନ ସେନାର ଅନୁପ୍ରବେଶ । ଭାରତୀୟ ସୀମା ମଧ୍ୟରେ ଥିବା ରାସ୍ତା ବ୍ୟବହାର କରୁଥିବା ନେଇ ଲଦାଖବାସୀଙ୍କ ସୂଚନା ।
  • ଭାରତ-ଚୀନ କର୍ପ୍‌ସ କମାଣ୍ଡର ସ୍ତରୀୟ ବୈଠକ ଶେଷ । ମୋଲ୍‌ଡୋରେ ୧୫ ଘଣ୍ଟା ଧରି ଚାଲିଥିଲା ନବମ ପର୍ଯ୍ୟାୟ ଦ୍ବିପାକ୍ଷିକ କଥାବାର୍ତ୍ତା ।

ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଏମ୍ସରେ ଭର୍ତ୍ତି

ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଅସୁସ୍ଥ ।  ଚିକିତ୍ସା ପାଇଁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ତିହାଡ଼ ଜେଲରେ ବନ୍ଦ ଅଛନ୍ତି । ଆଇଏନଏକ୍ସ ମିଡିଆ ଅର୍ଥ ହେରଫେର ମାମଲାରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥଲା ।

ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଏମ୍ସରେ ଭର୍ତ୍ତି
ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଅସୁସ୍ଥ ।  ଚିକିତ୍ସା ପାଇଁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ତିହାଡ଼ ଜେଲରେ ବନ୍ଦ ଅଛନ୍ତି । ଆଇଏନଏକ୍ସ ମିଡିଆ ଅର୍ଥ ହେରଫେର ମାମଲାରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥଲା ।

ତାଙ୍କ ପେଟ ଯନ୍ତ୍ରଣା ହେବା ପରେ ତାଙ୍କୁ ଏମ୍ସ ଅଣାଯାଇଛି । ତିହାଡ ଜେଲରେ ବନ୍ଦ ଥିବା ଚିଦାମ୍ୱରମଙ୍କୁ ପ୍ରଥମେ ରାମ ମନୋହର ଲୋହିଆ ହସ୍ପିଟାଲକୁ ନିଆଯାଇଥିଲା ବୋଲି ଜଣାପଡିଛି । ପୁଣି ସେଠାରୁ ତାଙ୍କୁ ଏମ୍ସକୁ ଅଣାଯାଇଛି । କୋର୍ଟର ନିର୍ଦ୍ଦେଶାନୁସାରେ, ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କେବଳ ଏମ୍ସରେ ଭର୍ତ୍ତି କରାଯାଇ ହେବ । ଅନ୍ୟପକ୍ଷେ ଏଯାଏ ସ୍ପଷ୍ଟ ହୋଇପାରି ନାହିଁ ଯେ ତାଙ୍କୁ ଏମ୍ସରେ କଣ ପାଇଁ ଅଣାଯାଇଛି ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ଚିଦାମ୍ୱର ଗତ ସପ୍ତାହରେ କୋର୍ଟର ଶୁଣାଣି ବେଳେ କହିଥିଲେ ଯେ ତାଙ୍କୁ ପେଟର ଯନ୍ତ୍ରଣାର ଚିକିତ୍ସା ଲାଗି ହାଇଦ୍ରାବାଦ ଯିବା ପାଇଁ ଅନୁମତି ଦିଆଯାଉ । ଚିକିତ୍ସା ପରେ ମୋ ହେପାଜତ ଅବଧି ଜାରି ରଖାଯାଉ ବୋଲି ସେ କହିଥିଲେ ।

ଗତ ମଙ୍ଗଲବାର ସୁପ୍ରିମକୋର୍ଟ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ସିବିଆଇ ଦ୍ୱାରା ଦାଖଲ ଏହି ମାମଲାରେ ଗିରଫ ହେବାର ୨ ମାସ ପରେ ଏହି ଆଶ୍ୱସ୍ତି ମିଳିଥିଲା । କିନ୍ତୁ ତାଙ୍କ ଜେଲରେ  ହିଁ ରହିବାକୁ ପଡିବ । କାରଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନ୍ୟ ମାମଲାରେ ତାଙ୍କୁ ଗିରଫ କରିଛି ।