Advertisement
Article Detail0/zeeodisha/odisha668115
Zee OdishaOther Newsଭାରତର ଶରଣ ପଶିଲା ପାକ, ମାଗିଲା ସହାୟତା

ଭାରତର ଶରଣ ପଶିଲା ପାକ, ମାଗିଲା ସହାୟତା

ହାତ ପତାଇ ଔଷଧ ମାଗୁଛି ପାକିସ୍ତାନ...

ଭାରତର ଶରଣ ପଶିଲା ପାକ, ମାଗିଲା ସହାୟତା

ନୂଆଦିଲ୍ଲୀ: ଶେଷରେ ଭାରତର ଶରଣ ପଶିଛି ପାକିସ୍ତାନ। ଭାରତକୁ ସହାୟତା ମାଗିଛି। କୋରୋନାରେ ଦେଶରେ ସଂକଟ ଦେଖା ଦେଇଥିବା ବେଳେ ଭାରତର ସହାୟତା ଲୋଡ଼ିଛି ପାକିସ୍ତାନ। ଦେଶରେ କୋରୋନା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଭାରତକୁ ସଞ୍ଜିବନୀ ବୁଟି କୁହାଯାଉଥିବା ହାଇଡ୍ରୋକ୍ଲୋରୋ କୁଇନ ଔଷଧ ମାଗିଛି। ଆମେରିକାରେ ରୋଗୀଙ୍କୁ ଏହି ଔଷଧ ଦିଆଯିବା ପରେ ଏହାର ସକରାତ୍ମକ ପ୍ରତିକ୍ରିୟା ଆସିବା ପରେ ପାକିସ୍ତାନ ଏହି ନିଷ୍ପତ୍ତି ନେଇଛି। 

ପାକିସ୍ତାନ ପୂର୍ବରୁ ଆମେରିକା, ବ୍ରାଜିଲ, ଓ ବ୍ରିଟେନ ଭଳି ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକ ଏହି ଔଷଧ ଭାରତକୁ ମାଗିଥିଲେ। ଭାରତ ମଧ୍ୟ ଏହି ସବୁ ରାଷ୍ଟ୍ରକୁ ଔଷଧ ପଠାଇ ସାରିଛି। ତେବେ ମିଳିଥିବା ସୂଚନା ମୁତାବକ କୋରୋନା ମହାମାରୀରେ ସାଂଘାତିକ ଭାବେ ପୀଡ଼ିତ ହୋଇ ପଡ଼ିଥିବା ପାକିସ୍ତାନ ପୂର୍ବରୁ ଏହି କ୍ଲୋରୋକୁଇନ ଔଷଧର ଆମଦାନୀ ଓ ରପ୍ତାନୀ ଉପରେ ରୋକ ଲଗାଇ ଦେଇଥିଲା। ମାତ୍ର ଦେଶରେ କୋରୋନା ସ୍ଥିତି ଅତ୍ୟନ୍ତ ଜଟିଳ ହୋଇଯିବା ପରେ ଏବେ ଭାରତର ଶରଣ ପଶିଛି ପାକିସ୍ତାନ। ଏହି ପ୍ରତିବନ୍ଧକ ହଟାଇବା ସହିତ ଭାରତକୁ ଔଷଧ ଦେବା ପାଇଁ ଅନୁରୋଧ କରିଛି। 

ପାକିସ୍ତାନରେ ବର୍ତ୍ତମାନ କୋରୋନା ସ୍ଥିତି ଧିରେଧିରେ ଜଟିଳ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୬ ହଜାର ଆକ୍ରାନ୍ତ ରହିଛନ୍ତି।ସେମାନଙ୍କ ମଧ୍ୟରୁ ୧୦୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସଂଖ୍ୟା ଦେଶ ମଧ୍ୟରେ ଦ୍ରୁତ ଭାବେ ବୃଦ୍ଧି ପାଉଥିବା ଜଣାପଡ଼ିଛି।  

Add Zee News as a Preferred Source

ସେପଟେ ଭାରତର ଔଷଧ କମ୍ପାନୀ ଗୁଡ଼ିକ ପର୍ଯ୍ୟାପ୍ତ ପରିମାଣରେ  ଉତ୍ପାଦନ ଆରମ୍ଭ କରିଦେଇଛନ୍ତି। ଉତ୍ପାଦନ ପାଇଁ ଚୀନ ଓ ବ୍ରାଜିଲ ଭାରତର ସହାୟତା କରୁଛନ୍ତି। ଭାରତ ପ୍ରତି ମାସରେ ୪୦ ଟନ ଔଷଧ ଉତ୍ପାଦନ କରୁଛି। ସବୁଠାରୁ ବଡ଼କଥା ହେଉଛି ଯେ, ଏହି କ୍ଲୋରୋକୁଇନ ଔଷଧ ରୋଗ ପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରିଥାଏ। ଏହି ଔଷଧକୁ ବିଶେଷ ଭାବେ ମେଲେରିଆ ଓ ଗଣ୍ଠି ଜନିତ ରୋଗ ପାଇଁ ବ୍ୟବହାର କରାଯାଉଛି।

About the Author