୬ ମାସ ବୃଦ୍ଧି ହେଲା ପାକ୍ ସେନା ପ୍ରମୁଖ ବାଜୱାଙ୍କ କାର୍ଯ୍ୟକାଳ
Advertisement

୬ ମାସ ବୃଦ୍ଧି ହେଲା ପାକ୍ ସେନା ପ୍ରମୁଖ ବାଜୱାଙ୍କ କାର୍ଯ୍ୟକାଳ

ଏହି ରାୟ ପାକିସ୍ତାନର ମୁଖ୍ୟ ବିଚାରପତି ଜଷ୍ଟିସ ଆସିଫ ସଇଦ ଖୋସାଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଶୁଣାଇଛି । ଇମ୍ରାନ ସରକାର କୋର୍ଟରେ କହିଛନ୍ତି ଯେ ସଂସଦରେ ୬ ମାସ ମଧ୍ୟରେ ଆଇନ ପାସ୍ କରାଯିବ । 

ପାକ ସେନା ପ୍ରମୁଖ ଜେନେରାଲ କମର ଜାଭେଦ ବାଜୱା

ନୂଆଦିଲ୍ଲୀ: ପାକିସ୍ତାନ  ସୁପ୍ରିମକୋର୍ଟ ପାକ ସେନା ପ୍ରମୁଖ ଜେନେରାଲ କମର ଜାଭେଦ ବାଜୱାଙ୍କ କାର୍ଯ୍ୟକାଳରେ ବୃଦ୍ଧି କରିଛି । ଗୁରୁବାର କୋର୍ଟ ବାଜୱାଙ୍କ କାଳକୁ ୬ ମାସ ଯାଏ ବୃଦ୍ଧି କରିବା ସହ ଇମ୍ରାନ ସରକାରଙ୍କୁ ଚେତାବନୀ ଦେଇଛି । କୋର୍ଟ କହିଛି ଯେ ଏହି ୬ ମାସ ମଧ୍ୟରେ ସେନା ପ୍ରମୁଖଙ୍କ କାର୍ଯ୍ୟକାଳ ବିସ୍ତାର କରିବା ପାଇଁ ସଂସଦରେ ଆଇନ ଗଢା ଯାଉ ।

ଏହି ରାୟ ପାକିସ୍ତାନର ମୁଖ୍ୟ ବିଚାରପତି ଜଷ୍ଟିସ ଆସିଫ ସଇଦ ଖୋସାଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଶୁଣାଇଛି । ଇମ୍ରାନ ସରକାର କୋର୍ଟରେ କହିଛନ୍ତି ଯେ ସଂସଦରେ ୬ ମାସ ମଧ୍ୟରେ ଆଇନ ପାସ୍ କରାଯିବ । କୋର୍ଟ ଚେତାବନୀ ଦେଇ କହିଛି ଯେ ଯଦି ସରକାର ଆଇନ ପାସ୍ ନ କରୁଛନ୍ତି, ତେବେ ସେନା ପ୍ରମୁଖଙ୍କ ନିଯୁକ୍ତି ଅବୈଧ ହୋଇଯିବ ।

ମୁଖ୍ୟ ବିଚାରପତି କହିଛନ୍ତି ଯେ  ଆର୍ମି ଆକ୍ଟରେ ସେନା ପ୍ରମୁଖଙ୍କ ସେବା ବିସ୍ତାରକୁ ନେଇ କୌଣସି ସ୍ପଷ୍ଟତା ନାହିଁ । ସଂସଦକୁ ଏହି ଅସ୍ପଷ୍ଟତାକୁ ହଟାଇବାକୁ ପଡିବ । କାରଣ ବ୍ୟବସ୍ଥା ଠିକ କରିବା ପାଇଁ ସଂସଦ ଠାରୁ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ । ସେହିପରି ବିଚାରପତି ମିୟାଖେଲ କହିଛନ୍ତି ଯେ ଏହା ସ୍ପଷ୍ଟ କରିବା ଆବଶ୍ୟକ, ଭବିଷ୍ୟତରେ ସେନା ପ୍ରମୁଖଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବ ଓ ତାଙ୍କୁ ପୁନଃ ନିଯୁକ୍ତି କରାଯାଇ ହେବ ।