ବିଶ୍ୱବାସୀଙ୍କ ଆଗରେ ପୁଣି ଲଜ୍ଜିତ ହେଲା ପାକିସ୍ତାନ

ଜେନେଭାରେ ଆୟୋଜିତ ମିଳିତ ଜାତିସଂଘ ମାନବାଧିକାର ପରିଷଦର ୪୩ ତମ ଅଧିବେଶନରେ ବ୍ରୋକେନ ଚେୟାର ମେମୋରିଆଲ ନିକଟରେ ପାକିସ୍ତାନର ନିନ୍ଦା କରାଯାଇଛି । 

ବିଶ୍ୱବାସୀଙ୍କ ଆଗରେ ପୁଣି ଲଜ୍ଜିତ ହେଲା ପାକିସ୍ତାନ
ଫାଇଲ ଫଟୋ

ନୂଆଦିଲ୍ଲୀ: ପୁଣି ଲଜ୍ଜିତ ହେଲା ପାକ୍ । ଆତଙ୍କବାଦୀଙ୍କ ଚରାଭୂମି ପାଲଟିଥିବା ପାକିସ୍ତାନର ପୋଲ୍ ଖୋଲିଲା ବିକ୍ଷୋଭକାରୀଙ୍କ ପୋଷ୍ଟର । ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଦେଶର ହିଁ ଅସଲ ମୁଖା ଖୋଲିଛନ୍ତି । ଏପରିକି ପାକ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଜେନେଭାରେ ଆୟୋଜିତ ମିଳିତ ଜାତିସଂଘ ମାନବାଧିକାର ପରିଷଦର ୪୩ ତମ ଅଧିବେଶନରେ ବ୍ରୋକେନ ଚେୟାର ମେମୋରିଆଲ ନିକଟରେ ପାକିସ୍ତାନର ନିନ୍ଦା କରାଯାଇଛି । ଏହି ପୋଷ୍ଟରରେ କୁହାଯାଇଛି ଯେ,  ପାକିସ୍ତାନୀ ସେନା ହେଉଛି ଆନ୍ତର୍ଜାତୀୟ ଆତଙ୍କବାଦର କେନ୍ଦ୍ର । ଅନ୍ତର୍ଜାତୀୟ ଆତଙ୍କବାଦୀ ସଙ୍ଗଠନକୁ ବେଆଇନ ସହାୟତା ପାକିସ୍ତାନୀ ସେନା ଦ୍ୱାରା କରାଯାଇଥିବା ଅଭିଯୋଗ ହୋଇଛି । ଆତଙ୍କବାଦୀ କାର୍ଯ୍ୟକଳାପରେ ପାକିସ୍ତାନ ସରକାର ସକ୍ରିୟ ଅଛନ୍ତି ବୋଲି ବିକ୍ଷୋଭକାରୀମାନେ କହିଛନ୍ତି । ଆତଙ୍କବାଦୀ କାର୍ଯ୍ୟକଳାପରେ ବିପୁଳ ପରିମାଣର ଅର୍ଥ ବିନିଯୋଗ ହିଁ ପାକିସ୍ତାନ ଅର୍ଥନୀତି ଅବନତିର ବଡ଼ କାରଣ ବୋଲି ବିକ୍ଷୋଭକାରୀ କହିଛନ୍ତି । 

n

ଏକ ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀମାନେ ପାକିସ୍ତାନରେ ସହଜରେ ଚଳପ୍ରଚଳ କରୁଛନ୍ତି ଏବଂ ଯୋଜନା କରୁଛନ୍ତି । ସେମାନଙ୍କ ପାଖରେ ମଧ୍ୟ ଅର୍ଥର ଅଭାବ ନାହିଁ । ଏହା ମଧ୍ୟ କୁହାଯାଉଛି ଯେ,  ପାକିସ୍ତାନ ସରକାର ଏହି ସମସ୍ୟାର ସମାଧାନ କରିବାକୁ ଚାହୁଁନାହାଁନ୍ତି କାରଣ ଏହା ନିଜେ ବେଆଇନ କାର୍ଯ୍ୟକଳାପରେ ଜଡିତ ଅଛି । ତେଣୁ ଜାତିସଂଘ ଏହା ଉପରେ ଦୃଷ୍ଟି ଦେବା ଉଚିତ ଏବଂ ତୁରନ୍ତ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ବିକ୍ଷୋଭକାରୀମାନେ କହିଛନ୍ତି । 

କହିରଖୁଛୁ, ନିକଟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତ ଗସ୍ତରେ ଆସି ପାକିସ୍ତାନର ନାଁ ମଧ୍ୟ ନେଇଥିଲେ । ଟ୍ରମ୍ପ କହିଥିଲେ, 'ପ୍ରତ୍ୟେକ ଦେଶର ସୀମା ରକ୍ଷା କରିବାର ଅଧିକାର ରହିଛି । ଆମେରିକା - ଭାରତ ନିଷ୍ପତ୍ତି ନେଇଛି ଯେ ସେମାନେ ଏକାଠି 'ଆତଙ୍କବାଦ' ବନ୍ଦ କରିବେ । ସେଥିପାଇଁ ଆମେରିକା ପ୍ରଶାସନ ପାକିସ୍ତାନ ସହ ଅତ୍ୟନ୍ତ ସକରାତ୍ମକ ଭାବରେ କାର୍ଯ୍ୟ କରୁଛି, ଯାହା ଫଳରେ ପାକିସ୍ତାନ ସୀମାରେ ଚଳପ୍ରଚଳ କରୁଥିବା 'ଆତଙ୍କବାଦୀ' ସଙ୍ଗଠନ ତଥା ଉଗ୍ରବାଦୀମାନେ ବିନାଶ ହୋଇପାରିବେ।'

ଆହୁରି ପଢ଼ନ୍ତୁ; ଶୁକ୍ରବାର ସ୍ୱାଦିଷ୍ଟ ଭୋଜନ କଲେ, ରବିବାର ବିଷ ଓଗାଳିବେ !