Advertisement
Article Detail0/zeeodisha/odisha669444
Zee OdishaOther Newsଆଲ୍ଲାଙ୍କ ନିର୍ଦ୍ଦେଶ ମରିବି ଆଉ ମାରିବି

'ଆଲ୍ଲାଙ୍କ ନିର୍ଦ୍ଦେଶ ମରିବି ଆଉ ମାରିବି'

ଦ୍ୱିତୀୟ ଭଗବାନଙ୍କ ଆତଙ୍କୀ ରୂପ

'ଆଲ୍ଲାଙ୍କ ନିର୍ଦ୍ଦେଶ ମରିବି ଆଉ ମାରିବି'

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ସଂକଟ ସ୍ଥିତି ଅତ୍ୟନ୍ତ ଗମ୍ଭୀର ସ୍ଥିତି ଆଡ଼କୁ ଗତି କରୁଛି। ଯଦିଓ ଦେଶରେ ତୁଳନାତ୍ମକ ଭାବେ କମ ରହିଛି। ତଥାପି ସମଗ୍ର ବିଶ୍ୱରେ ବର୍ତ୍ତମାନ ଡାକ୍ତରମାନଙ୍କୁ ଏହି କୋରୋନା ଯୁଦ୍ଧରେ ଆଗଧାଡିର ଯ଼ୋଦ୍ଧା ଭାବେ ପରିଗଣିତ ହେଉଛନ୍ତି। ତେବେ ଏହାରି ମଧ୍ୟରେ ଜଣେ ଡାକ୍ତର ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଶିକ୍ଷିତ ଚେହେରା ପଛରେ ଥିବା ଏହି ଆତଙ୍କୀ ଚେହେରାକୁ ପୋଲିସ ଗିରଫ କରିନେଇଥିବା ସୂଚନା ରହିଛି। 

କୋରୋନା ଯୁଦ୍ଧରେ ଲଢୁଥିବା ଏହି ଯୋଦ୍ଧ ଜଣକ ହେଉଛନ୍ତି ପାକିସ୍ତାନର ମହମ୍ମଦ ରସୁଲ। ଆମେରିକାର ମିନସୋଟା ଜିଲ୍ଲାରୁ ତାଙ୍କୁ ଗିରଫ କରାଯାଇଛି। ଏହି ଜିଲ୍ଲାର ଆଟର୍ଣ୍ଣି ଜେନେରାଲ ଏରିକା ମ୍ୟାକଡୋନାଲ୍ଡ ଏବଂ ରାଷ୍ଟ୍ରୀୟ ସୁରକ୍ଷା ସହାୟକ ଆଟର୍ଣ୍ଣୀ ଜେନେରାଲ ଜନ ଜେମସଙ୍କ ସୂଚନା ଅନୁସାରେ ତାଙ୍କୁ ଗିରଫ କରାଯାଇଛି। ଏହି ଦୁଇ ଅଧିକାରୀ ସୂଚନା ଦେଇଥିଲେ ଯେ, ଡାକ୍ତର ଜଣକ ଦୀର୍ଘ ଦିନ ଧରି ଆଇଏସଆଇଏସ ସହିତ ସମ୍ପର୍କରେ ରହିଥିଲେ। ଲୋକମାନଙ୍କୁ ଏହି ଡାକ୍ତର ଜଣକ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ନେଇ ଉକ୍ତ ଦୁଇ  ଅଧିକାରୀ ସୂଚନା ଦେଇଥିଲେ। 

ଅଧିକାରୀମାନେ ଆହୁରି ମଧ୍ୟ କହିଥିଲେ କି, ଉକ୍ତ ଡାକ୍ତରଙ୍କୁ ଆଇଏସଆଇଏସ ଲୋନ ବୁଲ୍ଫ ଭଳି କାର୍ଯ୍ୟ କରୁଛି। ଲୋନ ବୁଲ୍ଫ ହେଉଛି ଏକାକୀ ଆତଙ୍କି ଘଟଣାକୁ ସାକାର ଦେବ। ତେବେ ଏହି ଡାକ୍ତର ଜଣକ ଆତଙ୍କୀ ହାମଲା କରିବାକୁ ଯୋଜନା ମଧ୍ୟ କରିସାରିଥିବା ଉକ୍ତ ଅଧିକାରୀମାନେ ସୂଚନା ଦେଇଥିଲେ। ଦେଶ ବାହାରକୁ ଯିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ଗିରଫ କରିଥିଲା ପୋଲିସ। ମିନିଆପୋଲିସ ସେଣ୍ଟ ପଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି। 

Add Zee News as a Preferred Source

ସୂଚନାଯୋଗ୍ୟ ଡାକ୍ତରଙ୍କୁ କାର୍ଯ୍ୟକଳାପ, ସୋସିଆଲ ମିଡ଼ିଆରେ ସକ୍ରିୟ ରହିବା ଆଦି ଉପରେ ପୋଲିସର ସନ୍ଦେହ ସୃଷ୍ଟି ହୋଇଥିଲା। ଫଳରେ ତାଙ୍କୁ ଉପରେ ଚଳିତ ବର୍ଷ ଆରମ୍ଭରୁ ତୀକ୍ଷ୍ନ ନଜର ରଖିଥିବା ଆମେରିକା ପୋଲିସ। ଫଳରେ ଏଫବିଆଇ ଜାନୁଆରୀ ଆରମ୍ଭରୁ ଏକ ଯାଞ୍ଚ ମଧ୍ୟ ଆରମ୍ଭ କରିଥିଲା। ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ବିବି ନାମରେ ଏକ ଆକାଉଣ୍ଟ ରହିଥିଲା। ଯେଉଁ ଆକାଉଣ୍ଟ ଟି ଆଇଏସଆଇଏସ ସହିତ ସମ୍ପର୍କରେ ରହିଥିଲା। ଫଳରେ ଏହି ଆକାଉଣ୍ଟ ଉପରେ ଅନୁଧ୍ୟାନ କରିବା ପରେ ଏହି ଆକାଉଣ୍ଟଟି ଡାକ୍ତରଙ୍କର ବୋଲି ଜଣାପଡ଼ିଥିଲା। 

 

About the Author