close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପାକିସ୍ତାନକୁ ମିଳିଲା ତୁର୍କିର ସାଥ୍, ମାଫ କରାଇଲା ୧୮ ହଜାର କୋଟି ଟଙ୍କାର ଜରିମାନା

ଦିନକୁ ଦିନ ପାକିସ୍ତାନର ଆର୍ଥିକ ଅବସ୍ଥାରେ ହ୍ରାସ ଘଟି ଚାଲିଛି । ଦେଶର ଅର୍ଥବ୍ୟବସ୍ଥା ଘୋର ମାନ୍ଦାବସ୍ଥା ମଧ୍ୟ ଦେଇ ଗତି କରୁଛି । ଫଳରେ ଦେଶରେ ବିଭିନ୍ନ ଆର୍ଥିକ ସମସ୍ୟା ଦେଖା ଦେଇଛି । ଏହି ପରିସ୍ଥିତିରେ ପାକିସ୍ତାନକୁ ତୁର୍କିର ସାଥ୍ ମିଳିଛି । ପାକିସ୍ତାନ ଓ ତୁର୍କୀ ମଧ୍ୟରେ ବନ୍ଧୁତ୍ୱ ବଢ଼ି ବଢ଼ି ଚାଲିଛି । ବର୍ତ୍ତମାନ ତୁର୍କୀ ପାକିସ୍ତାନକୁ ଏକ ବଡ଼ କରଜରୁ ମୁକ୍ତ କରିଛି ।

ପାକିସ୍ତାନକୁ ମିଳିଲା ତୁର୍କିର ସାଥ୍, ମାଫ କରାଇଲା ୧୮ ହଜାର କୋଟି ଟଙ୍କାର ଜରିମାନା

ଇସଲାମାବାଦ: ଦିନକୁ ଦିନ ପାକିସ୍ତାନର ଆର୍ଥିକ ଅବସ୍ଥାରେ ହ୍ରାସ ଘଟି ଚାଲିଛି । ଦେଶର ଅର୍ଥବ୍ୟବସ୍ଥା ଘୋର ମାନ୍ଦାବସ୍ଥା ମଧ୍ୟ ଦେଇ ଗତି କରୁଛି । ଫଳରେ ଦେଶରେ ବିଭିନ୍ନ ଆର୍ଥିକ ସମସ୍ୟା ଦେଖା ଦେଇଛି । ଏହି ପରିସ୍ଥିତିରେ ପାକିସ୍ତାନକୁ ତୁର୍କିର ସାଥ୍ ମିଳିଛି । ପାକିସ୍ତାନ ଓ ତୁର୍କୀ ମଧ୍ୟରେ ବନ୍ଧୁତ୍ୱ ବଢ଼ି ବଢ଼ି ଚାଲିଛି । ବର୍ତ୍ତମାନ ତୁର୍କୀ ପାକିସ୍ତାନକୁ ଏକ ବଡ଼ କରଜରୁ ମୁକ୍ତ କରିଛି ।

ପାକିସ୍ତାନକୁ ତୁର୍କୀର ଏକ କମ୍ପାନୀ କାରକୀକୁ ପ୍ରାୟ ୧୮ ହଜାର କୋଟି ଟଙ୍କା ଦେବାର ଥିଲା, କିନ୍ତୁ ତୁର୍କୀ ରାଷ୍ଟ୍ରପତି ରଜବ ତୈୟବ ଏର୍ଦୋଗାନ ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ କରିଛନ୍ତି । ଯାହାର ପୃଷ୍ଟି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଟ୍ୱିଟ କରିଛନ୍ତି । ସେ ଏହି ଟ୍ୱିଟରରେ ଲେଖିଛନ୍ତି ଯେ ଆଲୋଚନା କରିଥିବା ଟିମକୁ ଶୁଭେଚ୍ଛା ଜଣାଉଛି । ଆପଣ ସମସ୍ତେ ବହୁତ ଭଲ କାମ କରିଛନ୍ତି । ଆମ ସରକାର ତୁର୍କୀର ରାଷ୍ଟ୍ରପତି ତୁର୍କୀର ରାଷ୍ଟ୍ରପତି ସହ ମିଶି କାରକୀ ବିବାଦର ସମାଧାନ କରି ନେଇଛି । 

୨୦୦୮-୦୯ରେ ପାକିସ୍ତାନ ପିପୁଲ୍ସ ପାର୍ଟି ଭଡ଼ାରେ ବିଜୁଲି ନେବା ପାଇଁ ୧୨ଟି କମ୍ପାନୀକୁ ସର୍ଟଲିଷ୍ଟ କରିଥିଲା । ତୁର୍କୀର କାରକୀ କମ୍ପାନୀକୁ ମଧ୍ୟ ଠିକା ମିଳିଥିଲା । ଚୁକ୍ତି ଅନୁସାରେ କମ୍ପାନୀ କରାଚୀ ବନ୍ଦରରେ ଏକ ଜାହାଜ ଛିଡା କରାଇଛି । ଏହି କମ୍ପାନୀକୁ ପାକିସ୍ତାନ ଆଗୁଆ ୯ ମିଲିୟନ ଡଲାର ଦେଇଥିଲା, କିନ୍ତୁ କମ୍ପାନୀ ୨୩୧ ମେଗାୱାଟ ବିଜୁଳି ଉତ୍ପାଦନ କରି ପାରି ନଥିଲା । ଏହାପରେ ପାକିସ୍ତାନ ସରକାର କମ୍ପାନୀ ଠାରୁ ରିଫଣ୍ଡ ମାଗିଥିଲା ।

୬ ମାସ ଯାଏ ପାକିସ୍ତାନ କମ୍ପାନୀର ଜାହାଜକୁ ଯିବାକୁ ଦେଇ ନଥିଲା । ପରେ ଏହି ମାମଲା ଇଣ୍ଟରନ୍ୟାଶନାଲ ସେଣ୍ଟର ଫର ସେଟଲମେଣ୍ଟ ଅଫ ଇନଭେଷ୍ଟମେଣ୍ଟ ଡିସପୁଟ(ଆଇସିଏସଆଇଡି) ଯାଏ ପହଞ୍ଚିଥିଲା । ୨୦୧୭ରେ ପାକିସ୍ତାନକୁ ଏହି ମାମଲାରେ ପରାଜୟ ମିଳିଥିଲା । ଏହାସହ ପାକିସ୍ତାନ ଉପରେ ୧୮ ହଜାର କୋଟି ଟଙ୍କାର ଜରିମାନ ଲଗାଯାଇଥିଲା । ଅନ୍ୟପକ୍ଷେ ତୁର୍କୀ ଓ ପାକିସ୍ତାନ ମଧ୍ୟରେ ବନ୍ଧୁତ୍ୱ ବଢି ଚାଲିଛି, ଏହା ଜାତିସଂଘର ମହାସଭାରେ ଦେଖିବାକୁ ମିଳିଥିଲା । ତୁର୍କିର ରାଷ୍ଟ୍ରପତି ଏର୍ଦୋଗାନ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବାର ବିରୋଧ କରିଥିଲେ । ଏତିକି ନୁହଁ ତୁର୍କି ପାକିସ୍ତାନ ପାଇଁ ଜାହାଜ ନିର୍ମାଣ କରୁଥିବାର ଖବର ମଧ୍ୟ ମିଳୁଛି ।