Advertisement
Article Detail0/zeeodisha/odisha691467
Zee OdishaOther Newsଗୁପ୍ତଚରଗିରିର ବଦଲା: ଭାରତୀୟ କୂଟନୈତିଜ୍ଞଙ୍କ ପିଛା କରୁଛି ପାକିସ୍ତାନ

ଗୁପ୍ତଚରଗିରିର ବଦଲା: ଭାରତୀୟ କୂଟନୈତିଜ୍ଞଙ୍କ ପିଛା କରୁଛି ପାକିସ୍ତାନ

ଗୁପ୍ତଚରଗିରି କରିବା ଅଭିଯୋଗରେ ପୁଣି ଥରେ ବିବାଦୀୟ ହୋଇପଡିଛି ପାକିସ୍ତାନ | 

 ଗୁପ୍ତଚରଗିରିର ବଦଲା: ଭାରତୀୟ କୂଟନୈତିଜ୍ଞଙ୍କ ପିଛା କରୁଛି ପାକିସ୍ତାନ

ଇସଲାମାବାଦ: ଗୁପ୍ତଚରଗିରି କରିବା ଅଭିଯୋଗରେ ଭାରତରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନଙ୍କ କାର୍ଯ୍ୟାଳୟର ଦୁଇ ଅଧିକାରୀ ଧରାପଡିବା ପରେ, ଏବେ ଏହାର ବଦଲା ନେବାକୁ ଯୋଜନା ଚଳାଇଛି ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ | ଏହିକ୍ରମରେ ଇସଲାମାବାଦରେ ଜଣେ ପ୍ରମୁଖ ଭାରତୀୟ କୂଟନୀତିଜ୍ଞ ପଛରେ ପଡିଯାଇଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସି(ଆଇଏସଆଇ) |     
ଏଥିପାଇଁ ଅନେକ ଲୋକଙ୍କୁ ଆଇଏସଆଇ ପକ୍ଷରୁ ନିୟୋଜିତ କରାଯାଇଛି | ଯେଉଁମାନେ ଭାରତୀୟ କୂଟନୀତିଜ୍ଞଙ୍କ ବାସଭବନ ବାହାରେ ରହି ବାଇକ ଏବଂ କାର ସାହାଯ୍ୟରେ ଭାରତୀୟ କୂଟନୀତିଜ୍ଞଙ୍କ ଗତବିଧି ଉପରେ ନଜର ରଖୁଛନ୍ତି | ଗତ ମାର୍ଚ୍ଚରେ ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କ ପକ୍ଷରୁ ଇସଲାମାବାଦସ୍ଥିତ ବୈଦେଶିକ ମନ୍ତ୍ରଣାଳୟକୁ ପତ୍ର ଲେଖି ନିଜର ବିରୋଧ ଜଣାଇଥିଲେ | ଯେଉଁଥିରେ ସେ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ପାକିସ୍ତାନୀ ଏଜେନ୍ସି ପଟୁ ବିଭିନ୍ନ ହଇରାଣ ହରକତର ସାମ୍ନା କରୁଛନ୍ତି | 

ଏପରି ଘଟଣା ବାବଦରେ ଭାରତ ପକ୍ଷରୁ ପାକିସ୍ତାନକୁ ଅବଗତ କରାଯିବା ସହ ଏହାର ତଦନ୍ତ କରିବାକୁ କୁହାଯାଇଥିଲା | କୌଣସି ଦେଶରେ ଅବସ୍ଥାପିତ ବିଦେଶୀ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟର କର୍ମଚାରୀ କିମ୍ବା ଅଧିକାରୀ ଯଦି ସମ୍ପୃକ୍ତ ଦେଶରେ କୌଣସି ପ୍ରକାର ପ୍ରତିକୂଳ ପରିସ୍ଥିତି ସାମ୍ନା କରନ୍ତି, ଏହା ଭିଏନା କନଭେନସନ ଅନ ଡିପ୍ଲୋମେଟିକ ରିଲେସନ ୧୯୬୧(vienna convention on diplomatic relations of 1961) ରାଜିନାମାର ଖୋଲାଖୋଲି ଉଲଂଘନ ବୋଲି ଧରାଯାଏ |        

ଗତ ମାର୍ଚ୍ଚ ୮ ତାରିଖରେ  ପାକିସ୍ତାନୀ ସୁରକ୍ଷା ଏଜେନ୍ସି ଦ୍ୱାରା ଜଣେ ଭାରତୀୟ ସେକ୍ରେଟାରୀ ବ୍ୟାଙ୍କକୁ ଯିବା ସମୟରେ ଅସୁବିଧାର ସାମ୍ନା କରିଥିଲେ | ସେହିଦିନ ଜଣେ ନୌସେନା ଅଧିକାରୀଙ୍କ ସହ ସମାନ ଘଟଣା ଘଟିଥିଲା | ଅନ୍ୟପଟେ ଦୁଇ ଭାରତୀୟ ଅଧିକାରୀଙ୍କ ନିକଟକୁ ବିଭିନ୍ନ ପ୍ରକାର ଧମକପୂର୍ଣ୍ଣ କଲ ଆସୁଥିବାର ଜଣାପଡିଛି | ମାର୍ଚ୍ଚ ୯ ତାରିଖରେ ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ଡେପୁଟି ହାଇକମିଶନର ନିଜ ଘରୁ ବଜାର ଯାଉଥିବା ସମୟରେ ତାଙ୍କୁ  ପାକିସ୍ତାନୀ ସିକ୍ୟୁରିଟି ଏଜେନ୍ସି ପିଛା କରୁଥିବାର ଜଣା ପଡୁଥିଲା |   

Add Zee News as a Preferred Source