close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

କେମିତି ଦିଶୁଛି କରତାରପୁର, ଟ୍ୱିଟ କଲେ ଇମରାନ

ଆସନ୍ତା ୯ ତାରିଖରେ ଉଦଘାଟନ ହେବ ବହୁ ପ୍ରତୀକ୍ଷିତ କରତାରପୁର କରିଡର । ବେଶ ଧୁମଧାମରେ ପାଳନ ହେବ ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀ । ଆଉ ଠିକ ଏହା ପୂର୍ବରୁ କରତାରପୁର ପରିସରରେ ଥିବା ଗୁରୁଦ୍ୱାରର କିଛି ଫଟୋ ସେୟାର କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ । 

କେମିତି ଦିଶୁଛି କରତାରପୁର, ଟ୍ୱିଟ କଲେ ଇମରାନ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରେ ଉଦଘାଟନ ହେବ ବହୁ ପ୍ରତୀକ୍ଷିତ କରତାରପୁର କରିଡର । ବେଶ ଧୁମଧାମରେ ପାଳନ ହେବ ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀ । ଆଉ ଠିକ ଏହା ପୂର୍ବରୁ କରତାରପୁର ପରିସରରେ ଥିବା ଗୁରୁଦ୍ୱାରର କିଛି ଫଟୋ ସେୟାର କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ । 

ଆଜି ସକାଳୁ ନିଜ ଟ୍ୱିଟରେ ଏହି ଫଟୋ ପୋଷ୍ଟ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ । ଶିଖ୍ ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କରିବା ପାଇଁ କରତାରପୁର କେମିତି ତୟାର ରହିଛି, ତାହା ଦେଖାଇବାକୁ ଚାହିଛନ୍ତି । ଅସ୍ଥାର ଏହି କେନ୍ଦ୍ର ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କରିବା ପାଇଁ ତୟାର ରହିଛି ବୋଲି ଟ୍ୱିଟ କରିଛନ୍ତି ଇମରାନ ।

ସେହିପରି ଅନ୍ୟ ଏକ ଟ୍ୱିଟରେ ନିର୍ମାଣ କାର୍ଯ୍ୟ ଖୁବ କମ ସମୟ ଭିତରେ ସମାପ୍ତ କରିଥିବାରୁ ନିଜ ସରକାରକୁ ଧନ୍ୟବାଦ ଦେଇଛନ୍ତି । କହିଛନ୍ତି, ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀ ପାଳନା ପାଇଁ ରେକର୍ଡ ସମୟରେ କରତାରପୁରକୁ ପ୍ରସ୍ତୁତ କରିଥିବାରୁ ମୋ ସରକାରକୁ ଧନ୍ୟବାଦ ଦେଉଛି । 

କୁହାଯାଉଛି, ଧାର୍ମିକ ପର୍ଯ୍ୟଟନକୁ ବଢାଇବା ପାଇଁ ଇମରାନ ଖାନ ଏବେ ଉଦ୍ୟମ କରୁଛନ୍ତି । ପୂର୍ବରୁ ଗୁରୁ ନାନକ ଜୟନ୍ତୀ ଅବସରରେ କରତାରପୁର ଯିବାକୁ ଚାହୁଁଥିବା ବିଦେଶୀ ଶ୍ରଦ୍ଧାଳୁଙ୍କ ପାଇଁ ପାସପୋର୍ଟ ସର୍ତ୍ତ କୋହଳ କରାଯାଇଛି । ଏପରିକି ଏହି ଦିନ ଶ୍ରଦ୍ଧାଳୁଙ୍କ ଠାରୁ ନେବାକୁ ଥିବା ୧୪ଶହ ଟଙ୍କା ଶୁଳ୍ପ ମଧ୍ୟ ନିଆଯିବନାହିଁ ।