'ଡୁ ମୋର' ଫେଲ: ଭାରତରେ ଆତଙ୍କୀ ହମଲା ପାଇଁ ୩ଟି ସଙ୍ଗଠନ ପ୍ରସ୍ତୁତ କରିଛି ପାକିସ୍ତାନ
Advertisement

'ଡୁ ମୋର' ଫେଲ: ଭାରତରେ ଆତଙ୍କୀ ହମଲା ପାଇଁ ୩ଟି ସଙ୍ଗଠନ ପ୍ରସ୍ତୁତ କରିଛି ପାକିସ୍ତାନ

ଭାରତରେ ଆତଙ୍କୀ ହମଲା ପାଇଁ ୩ଟି ନୂତନ ସଙ୍ଗଠନ ପ୍ରସ୍ତୁତ କରିଛି ପାକିସ୍ତାନ |   

'ଡୁ ମୋର' ଫେଲ: ଭାରତରେ ଆତଙ୍କୀ ହମଲା ପାଇଁ ୩ଟି ସଙ୍ଗଠନ ପ୍ରସ୍ତୁତ କରିଛି ପାକିସ୍ତାନ

ନୂଆଦିଲ୍ଲୀ: ଆତଙ୍କବାଦ ଏବଂ ପାକିସ୍ତାନର ସମ୍ପର୍କ ହେଉଛି କ୍ଷୀର-ନୀର ଭଳି | କେହି କାହା ଠାରୁ ଅଲଗା ହୋଇପାରିବେ ନାହିଁ | ଆଉ ଏଥିପାଇଁ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ଭାବେ ସାରା ବିଶ୍ୱରେ ନାଁ କମାଇଛି ପାକିସ୍ତାନ | ଏହି ଦେଶର ମାଟିରେ ନିଜର ଉପସ୍ଥିତି ଜାହିର କରିବାରେ ସକ୍ଷମ ହୋଇଛି ଆତଙ୍କବାଦ | ଏପରିକି ସେଠାରେ ନିଜ ଗଡ ତିଆରି କରିବାକୁ ମଧ୍ୟ ପଛାଇ ନାହାଁନ୍ତି | ପୁଣି ଥରେ ପୁରୁଣା ଟ୍ରାକକୁ  ଫେରିଛି ଆତଙ୍କବାଦ ପାଇଁ ଚର୍ଚ୍ଚିତ ଥିବା ପାକିସ୍ତାନ | ଟେରୋରିସ୍ଥାନ ଭାବେ ସମଗ୍ର ବିଶ୍ୱରେ ଜଣାଶୁଣା ପାକିସ୍ତାନ ନୂଆ ଆତଙ୍କୀ ସଙ୍ଗଠନ ପ୍ରସ୍ତୁତ କରିବାରେ ଲାଗିପଡିଛି | ଯେଉଁଥିରେ ବହୁ ପୁରୁଣା ଆତଙ୍କବାଦୀ ସାମିଲ ଥିବାର କୁହାଯାଉଛି | ସଦ୍ୟ ଏପରି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି |   

ଆତଙ୍କବାଦର ମୂଳୋତ୍ପାଟନ ଆମେରିକାର ଚେତାବନୀ ସତ୍ତ୍ୱେ ଏ ପ୍ରସଙ୍ଗରେ ପାକିସ୍ତାନର ମନୋଭାବର ଆସି ନାହିଁ ପରିବର୍ତ୍ତନ | "ଡୁ ମୋର" ମିଶନ ମାଧ୍ୟମରେ ନିଜ ମାଟିରେ ଆତଙ୍କବାଦୀଙ୍କୁ ସାବାଡ କରିବା ପାଇଁ ପାକିସ୍ତାନ ଉଦ୍ଦେଶ୍ୟରେ ଜଣାଇ ଦେଇଥିଲା ଆମେରିକା | ମାତ୍ର ଏହା ଉପରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ପାକିସ୍ତାନ ପକ୍ଷରୁ ଗ୍ରହଣ କରାଯାଇନାହିଁ | ବିଶ୍ୱରୁ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ୩୮ଟି ଦେଶକୁ ନେଇ ଗଠିତ ଫାଇନାନସିଆଲ ଆକ୍ସନ ଟାକ୍ସଫୋର୍ସ(ଏଫଏଟିଏଫ) ପାକିସ୍ତାନ ସରକାରଙ୍କ ସପକ୍ଷରେ ରହି କାମ କରୁଥିବା ଲସ୍କର ଇ ତୋଏବା, ଜୈସ ଏ ମହମ୍ମଦ ଏବଂ ଆତଙ୍କୀ ସଙ୍ଗଠନ ବିରୁଦ୍ଧରେ ପ୍ରତିବନ୍ଧକ ଜାରି କରିଛନ୍ତି | ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏଫଏଟିଏଫ ପକ୍ଷରୁ ନିର୍ଦ୍ଦେଶ ମିଳିବା ସତ୍ତ୍ୱେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ | ବର୍ତ୍ତମାନ ଏଫଏଟିଏଫ ଗ୍ରେ ଲିଷ୍ଟରେ ରହିଛି ପାକିସ୍ତାନ | ଯଦି ଆତଙ୍କବାଦ ବିରୁଦ୍ଧରେ କୌଣସି ସୁଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୁଏ ବ୍ଲାକ ଲିଷ୍ଟେଡ ହେବ ପାକିସ୍ତାନ | ଆତଙ୍କବାଦୀଙ୍କ ପୃଷ୍ଠପୋଷକତା କରୁଥିବା ଦେଶଙ୍କ ବିରୁଦ୍ଧରେ ଏହା ହେଉଛି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ | 

ବିଶ୍ୱ ସମୁଦାୟକୁ ଭୂଆଁ ବୁଲାଇବାକୁ ଯୋଜନା କରିଛି ପାକିସ୍ତାନ | ଲସ୍କର ଇ ତୋଏବା, ଜୈସ ଏ ମହମ୍ମଦ ସଙ୍ଗଠନ ସହ ଜଡିତ ଆତଙ୍କବାଦୀକୁ ନେଇ ସ୍ଥାନୀୟ ନାଁ ବ୍ୟବହାର କରି ନୂଆ ଆତଙ୍କୀ ଗୋଷ୍ଠୀ ତିଆରି କରିବାକୁ ଯୋଜନା କରିଛି ଟେରୋରିସ୍ଥାନ | ଏହା ମାଧ୍ୟମରେ ଆତଙ୍କବାଦୀଙ୍କ ଉପରୁ ଦୁନିଆର ନଜର ହଟାଇବା ହେଉଛି ପାକିସ୍ତାନର ଲକ୍ଷ୍ୟ | ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛି ଭାରତୀୟ ଗୁଇନ୍ଦା ବିଭାଗ |  ଏହାକୁ ସମର୍ଥନ ଜଣାଇଛନ୍ତି ଜମ୍ମୁ କାଶ୍ମୀରର ପୋଲିସ ଡିଜି ଦିଲବାଗ ସିଂହ | ଏ ସମ୍ପର୍କରେ ମିଳିଥିବା ଗୁଇନ୍ଦା ଖବର ଅନୁସାରେ ତେହେରିକ ରେଜିଷ୍ଟାନ୍ସ ଫ୍ରଣ୍ଚ(ଟିଆରଏଫ), ତେହେରିକ ମିଲିତ ଇସଲାମିଆ(ଟିଏମଏ) ଏବଂ ଗଜବା ଏ ହିନ୍ଦ(ଜିଇଏ) ଭଳି  ୩ଟି ଆତଙ୍କବାଦୀ ସଙ୍ଗଠନ ପ୍ରସ୍ତୁତ କରିଛି ପାକିସ୍ତାନ |  ଏହାକୁ କାଶ୍ମୀରର ସ୍ୱଦେଶୀ ଆତଙ୍କବାଦ ଭାବେ ଦର୍ଶାଇବାକୁ ଯୋଜନା କରିଛି ପାକିସ୍ତାନ |