Advertisement
Article Detail0/zeeodisha/odisha676836
Zee OdishaOther Newsପାକିସ୍ତାନକୁ କଡ଼ା ଚେତାବନୀ ଦେଲା ଭାରତ, ନିର୍ଦ୍ଦେଶକୁ ଅପେକ୍ଷା ବୋଲି କହିଲେ ସେନାମୁଖ୍ୟ

ପାକିସ୍ତାନକୁ କଡ଼ା ଚେତାବନୀ ଦେଲା ଭାରତ, ନିର୍ଦ୍ଦେଶକୁ ଅପେକ୍ଷା ବୋଲି କହିଲେ ସେନାମୁଖ୍ୟ

  କୋରୋନା ସଂକଟ ସମୟରେ ପାକିସ୍ତାନ ତାର ହରକତରୁ ଓହରି ନାହିଁ। ଆତଙ୍କବାଦୀ ଓ ପାକିସ୍ତାନ ସେନା ବାରମ୍ବାର ସୀମା ଉଲ୍ଲଂଘନ କରି ଭାରତୀୟ ସେନା ଉପରକୁ ଗୁଳି ବର୍ଷଣ କରୁଛନ୍ତି। ବିଗତ କିଛି ଦିନ ଧରି କ୍ରମାଗତ ଭାବେ ସେନା କ୍ୟାମ୍ପ ଉପରକୁ ଗୁଳି ବର୍ଷଣ କରୁଛନ୍ତି ଆତଙ୍କବାଦୀ ସଂଗଠନ। ଫଳରେ ଆଜି ଭାରତ ପାକିସ୍ତାନକୁ କଡ଼ା ଭାଷାରେ ସମାଲୋଚନା କରିଛି।

ପାକିସ୍ତାନକୁ କଡ଼ା ଚେତାବନୀ ଦେଲା ଭାରତ, ନିର୍ଦ୍ଦେଶକୁ ଅପେକ୍ଷା ବୋଲି କହିଲେ ସେନାମୁଖ୍ୟ

ନୂଆଦିଲ୍ଲୀ:  କୋରୋନା ସଂକଟ ସମୟରେ ପାକିସ୍ତାନ ତାର ହରକତରୁ ଓହରି ନାହିଁ। ଆତଙ୍କବାଦୀ ଓ ପାକିସ୍ତାନ ସେନା ବାରମ୍ବାର ସୀମା ଉଲ୍ଲଂଘନ କରି ଭାରତୀୟ ସେନା ଉପରକୁ ଗୁଳି ବର୍ଷଣ କରୁଛନ୍ତି। ବିଗତ କିଛି ଦିନ ଧରି କ୍ରମାଗତ ଭାବେ ସେନା କ୍ୟାମ୍ପ ଉପରକୁ ଗୁଳି ବର୍ଷଣ କରୁଛନ୍ତି ଆତଙ୍କବାଦୀ ସଂଗଠନ। ଫଳରେ ଆଜି ଭାରତ ପାକିସ୍ତାନକୁ କଡ଼ା ଭାଷାରେ ସମାଲୋଚନା କରିଛି। ପିଓକେରୁ ଯ଼ଥାଶୀଘ୍ର ଖାଲି କରିବାକୁ ଚେତାବନୀ ମଧ୍ୟ ଦେଇଛି।  

ସୂଚନା ଯୋଗ୍ୟ ପାକିସ୍ତାନ ସୁପ୍ରିମକୋର୍ଟ ଏକ ମାମଲାରୁ ଶୁଣାଣୀ କରି ପିଓକେ ଅଞ୍ଚଳରେ ଥିବା ଗିଲଗିଟ ବଲଟିସ୍ତାନରେ ନିର୍ବାଚନ କରିବାକୁ। ଯାହାର କଡ଼ା ବିରୋଧ କରିଥିଲେ ପାକିସ୍ତାନର ବରିଷ୍ଠ ଡିପ୍ଲୋମାଟ। ଏହା ସହିତ ସରକାର ଏକ ମାମଲା ମଧ୍ୟ ରୁଜୁ କରିଥିଲେ। ସରକାର ସୂଚନା ଦେଇ କହିଥିଲେ କି, ଜମ୍ମୁ କାଶ୍ମୀର ଓ ଲଦାଖ ଭାରତର ଅଂଶବିଶେଷ। ମାତ୍ର ଭାରତ ସରକାର ପିଓକେ ଅଞ୍ଚଳରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟ କରୁଛନ୍ତି, ଯାହାକୁ ତିଳେ ହେଁ ବରଦାସ୍ତ କରାଯିବନି ବୋଲି ପାକିସ୍ତାନ ସରକାର କହିଛନ୍ତି।  

ସେପଟେ ଦୀର୍ଘ ବର୍ଷ ପରେ ପିଓକେ ସହିତ ଗିଲଗିଟ ବାଲଟିସ୍ତାନକୁ ମଧ୍ୟ ଖାଲି କରିବାକୁ ଭାରତ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ ସୂଚନା ଦେଇ କହିଛି ଯେ, ବିଗତ ୭୦ ବର୍ଷ ଧରି ଉକ୍ତ ସ୍ଥାନରେ ପାକିସ୍ତାନ ଯେଉଁ ଅମାନବୀୟ କାଣ୍ଡ ଚଲାଇ ଆସୁଛି, ସେଥିରେ ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପ କାରଣରୁ ତାହା ଉପରେ ରୋକ ଲାଗିପାରେ।  

Add Zee News as a Preferred Source

ସେହିପରି ସ୍ଥଳସେନା ମୁଖ୍ୟ ଏମଏମ ନରାଭଣେ କହିଛନ୍ତି କି, ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଆମେ ପ୍ରସ୍ତୁତ ଅଛୁ। ଯେଉଁ ଆତଙ୍କବାଦୀମାନେ ଭାରତ ଉପରେ ଘନ ଘନ ଆକ୍ରମଣ କରୁଛନ୍ତି, ସେମାନଙ୍କୁ କଡ଼ା ଜବାବ ଦେବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି।  

About the Author