close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଯୁଦ୍ଧରେ ହୋଇ ନଥିଲା ଯାହା ପାକ୍ ବର୍ତ୍ତମାନ କରି ଦେଖାଇଛି ସେୟା, ଭାରତ ଉପରେ ପଡ଼ିବ ଏହି ପ୍ରଭାବ

ଜମ୍ମୁ କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପରେ ଭାରତ-ପାକିସ୍ତାନ ସମ୍ପର୍କରେ ଦେଖା ଦେଇଛି ତିକ୍ତତା । ପାକିସ୍ତାନ ଏହି ବିଷୟକୁ ଜାତିସଂଘରେ ମଧ୍ୟ ଉପସ୍ଥାନ କରି ସାରିଛି । ଏହାସହ ଆମେରିକା ସମେତ ବିଶ୍ୱର ବିଭିନ୍ନ ଦେଶ ଠାରୁ ସାହାଯ୍ୟ ଭିକ୍ଷା କରିଥିଲା ପାକ୍ ।  କିନ୍ତୁ କୌଣସି ଫାଇଦା ମିଳି ନଥିଲା । ଏହାସହ କ୍ରମାଗତ  ସୀମାରେ  ଅସ୍ତ୍ର ବିରତି ଉଲଙ୍ଘନ କରି ଚାଲିଛି । ଫଳରେ ସୀମାର ଅଶାନ୍ତିର ପରସ୍ଥିତି ଜାରି ରହିଛି । 

ଯୁଦ୍ଧରେ ହୋଇ ନଥିଲା ଯାହା ପାକ୍ ବର୍ତ୍ତମାନ କରି ଦେଖାଇଛି ସେୟା, ଭାରତ ଉପରେ ପଡ଼ିବ ଏହି ପ୍ରଭାବ
Imran Khan In Pic

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପରେ ଭାରତ-ପାକିସ୍ତାନ ସମ୍ପର୍କରେ ଦେଖା ଦେଇଛି ତିକ୍ତତା । ପାକିସ୍ତାନ ଏହି ବିଷୟକୁ ଜାତିସଂଘରେ ମଧ୍ୟ ଉପସ୍ଥାନ କରି ସାରିଛି । ଏହାସହ ଆମେରିକା ସମେତ ବିଶ୍ୱର ବିଭିନ୍ନ ଦେଶ ଠାରୁ ସାହାଯ୍ୟ ଭିକ୍ଷା କରିଥିଲା ପାକ୍ ।  କିନ୍ତୁ କୌଣସି ଫାଇଦା ମିଳି ନଥିଲା । ଏହାସହ କ୍ରମାଗତ  ସୀମାରେ  ଅସ୍ତ୍ର ବିରତି ଉଲଙ୍ଘନ କରି ଚାଲିଛି । ଫଳରେ ସୀମାର ଅଶାନ୍ତିର ପରସ୍ଥିତି ଜାରି ରହିଛି । 

ଏହି ସମସ୍ତ ଘଟଣା ଭିତରେ ପାକ୍ ଆଉଁ ଏକ ବଡ଼ ପଦକ୍ଷେପ ନେଇଛି । ଯାହାର ପ୍ରଭାବ ଭାରତ ଉପରେ ପଡିବାର ସମ୍ଭାବନା ରହିଛି ।  ପାକ୍ ୭୦ ବର୍ଷରେ ପ୍ରଥମ ଥର ଭାରତ ସହ ଡାକ ସେବାକୁ ବନ୍ଦ କରି ଦେଇଛି । 

କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଅନୁସାରେ ପାକିସ୍ତାନ ଅଗଷ୍ଟ ୨୭ରେ ଭାରତର କୌଣସି ଡାକ ସ୍ୱୀକାର କରିନାହିଁ । ସେ କହିଛନ୍ତି ଯେ, ପାକିସ୍ତାନ ବିନା ସୂଚନାରେ ଏହି ସେବାକୁ ବନ୍ଦ କରି ଦେଇଛି ।  ଯାହା ଅନ୍ତର୍ଜାତୀୟ ଡାକ ୟୁନିୟନ ନିୟମର ଉଲଙ୍ଘନ କରୁଛି । 

ସେ ଆହୁରି କହିଛନ୍ତି ଯେ, ଏକ ବୈଶ୍ୱିକ ଡାକ ୟୁନିୟନ ପ୍ରଣାଳୀ ଅନ୍ତର୍ଗତ ସମସ୍ତ ପରିଚାଳନା ହୋଇଥାଏ । ପାକିସ୍ତାନ ୨ ମାସ ହେବ ଏହି ସେବାକୁ ବନ୍ଦ କରି ଦେଇଛି । ଏପରି ପରିସ୍ଥିତିରେ ଭାରତୀୟ ଡାକ ଅଧିକାରୀଙ୍କୁ ପାକିସ୍ତାନର ଠିକଣାକୁ ଯାଉଥିବା ଡାକକୁ ରୋକିବା ପାଇଁ ବାଧ୍ୟ ହୋଇଛନ୍ତି ବୋଲି ସେ କହିଛନ୍ତି । 
ପାକିସ୍ତାନର ଏହି ପଦକ୍ଷେପକୁ ଅନାବଶ୍ୟକ ବୋଲି ଧରାଯାଉଛି କାରଣ ପୂର୍ବ ବିଭାଜନ, ଯୁଦ୍ଧ ବା ସୀମାରେ ଅଶାନ୍ତି ସତ୍ତ୍ୱେ କେବେ ମଧ୍ୟ ଡାକ ସେବାକୁ ବନ୍ଦ କରାଯାଇ ନାହିଁ । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଆସୁଛି ଏହାର ପ୍ରଭାବ ଭାରତରେ ପଡିବ କି? ଆସନ୍ତୁ ଜାଣିବା.....

ମିଳୁଥିବା ସୂଚନାନୁସାରେ, ଇଣ୍ଟରନେଟ ଯୁଗରେ ପାକିସ୍ତାନର ଏହି ପଦକ୍ଷେପର ଭାରତ ଉପରେ ପ୍ରଭାବ ପଡିବ ନାହିଁ । କିନ୍ତୁ ଲୋକଙ୍କୁ କିଛି ଅସୁବିଧାର ସାମ୍ନା କରିବାକୁ ପଡିଥାଇ ପାରେ । ଯେଉଁମାନେ ଦିପାବଳୀ ଅବସରରେ ପାକିସ୍ତାନରେ ରହୁଥିବା ନିଜ ଜ୍ଞାତି କୁଟୁମ୍ୱଙ୍କୁ ଚିଠି ପଠାଇବାକୁ ଚାଁହିବେ, ସେମାନେ ଅସୁବିଧାର ସାମ୍ନା କରିବେ । 

ଆପଣଙ୍କୁ କହି ରଖୁଛୁ ଯେ, ପାକିସ୍ତାନରୁ ଆସୁଥିବା ଅଧିକାଂଶ ଡାକ ପଞ୍ଜାବ ଓ ଜମ୍ମୁ କାଶ୍ମୀରକୁ ଆସିଥାଏ । ଏଥିରେ ଏକାଡେମିକ ଓ ସାହିତ୍ୟ ସମ୍ବନ୍ଧୀୟ ସାମଗ୍ରୀ ହୋଇଥାଏ । ଏହା ବ୍ୟତୀତ ଭାରତ-ପାକ୍ ମଧ୍ୟରେ ଅଧିକାଂଶ ବିଜା ଡକ୍ୟୁମେଣ୍ଟର ଡାକ ମାଧ୍ୟମରେ ପ୍ରେରଣ କରାଯାଇଥାଏ । 

ଭାରତରେ ୨୮ଟି ବିଦେଶୀ ପୋଷ୍ଟ ଅଫିସ(ଏଫପିଓ) ରହିଛି, ଯେଉଁଥିରେ ବିଦେଶୀ କନସାଇନମେଣ୍ଟ ଆସିଥାଏ । କେବଳ ଦିଲ୍ଲୀ ଓ ମୁମ୍ୱାଇର ଏଫପିଓ ପାକିସ୍ତାନରେ ଚିଠି ପଠାଇବା ଓ ଚିଠି ସ୍ୱୀକାର କରିବା ପାଇଁ ପାଇଁ ଅଧିକୃତ କରାଯାଇଛି । ବର୍ତ୍ତମାନ ପାକିସ୍ତାନରୁ ପଠାଯାଇଥିବା ଚିଠି ଆଦି ସାଉଦି ଆରବର ଏୟାରଲାଇନ୍ସ ଦ୍ୱାରା ଭାରତକୁ ପହଞ୍ଚୁଛି ।