close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ମିଛୁଆ ପାକ୍ ମନ୍ତ୍ରୀ ! ପ୍ରତ୍ୟକ୍ଷଦର୍ଶୀ କହିଲେ ଟ୍ରେନ ଅଗ୍ନିକାଣ୍ଡର ଅସଲ କାରଣ

ପାକିସ୍ତାନ ପୂର୍ବ ପଞ୍ଜାବ ପ୍ରଦେଶରେ ହୋଇଥିବା ଟ୍ରେନ ଅଗ୍ନିକାଣ୍ଡର ପ୍ରକୃତ କାରଣ କଣ ? କେଉଁଥିପାଇଁ ତେଜଗାମ ଏକ୍ସପ୍ରେସରେ ନିଆଁ ଲାଗିଲା ?

ମିଛୁଆ ପାକ୍ ମନ୍ତ୍ରୀ ! ପ୍ରତ୍ୟକ୍ଷଦର୍ଶୀ କହିଲେ ଟ୍ରେନ ଅଗ୍ନିକାଣ୍ଡର ଅସଲ କାରଣ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ପାକିସ୍ତାନ ପୂର୍ବ ପଞ୍ଜାବ ପ୍ରଦେଶରେ ହୋଇଥିବା ଟ୍ରେନ ଅଗ୍ନିକାଣ୍ଡର ପ୍ରକୃତ କାରଣ କଣ ? କେଉଁଥିପାଇଁ ତେଜଗାମ ଏକ୍ସପ୍ରେସରେ ନିଆଁ ଲାଗିଲା ? ଅଗ୍ନିକାଣ୍ଡରେ ୭୩ ଜଣ ଜୀବନ୍ତ ଦଗ୍ଧ ହୋଇଗଲେ । ଅନେକ ଯାତ୍ରୀ ଏବେ ମୃତ୍ୟୁ ସହ ଲଢୁଛନ୍ତି । ଏ ହୃଦୟ ବିଦାରକ କାହାଣୀର ଅସଲ ଖଳନାୟକ କିଏ ? ସାମ୍ନାକୁ ଆସିଛି ପାକ୍ ରେଳମନ୍ତ୍ରୀଙ୍କ ମିଛ ! ପ୍ରତ୍ୟକ୍ଷଦର୍ଶୀ କହିଲେ, ଭୁଲ କହୁଛନ୍ତି ମନ୍ତ୍ରୀ । ଅଗ୍ନିକାଣ୍ଡର କାରଣ ଗ୍ୟାସ ସିଲିଣ୍ଡର ନୁହେଁ । 

ନିଜ ଦେଶର ଲୋକଙ୍କୁ ବି ମିଛ କହେ ପାକ୍ ସରକାର ! ସତକୁ ସାମ୍ନା ନକରି ଘୋଡାଇବାରେ ଓସ୍ତାଜ ପାକିସ୍ତାନ ! ଗତକାଲି ଯେତେବେଳେ ପାକିସ୍ତାନର ରହିମ ୟାର ଖାନ ଜିଲ୍ଲାରେ ବଡ ଧରଣର ରେଳ ଅଗ୍ନିକାଣ୍ଡ ହୋଇଥିଲା, ସେତେବେଳେ ରେଳମନ୍ତ୍ରୀଙ୍କ ବେପାରୁଆ ବୟାନ ହିଁ ଏମିତି କିଛି କହୁଛି । ପାକିସ୍ତାନ ରେଳମନ୍ତ୍ରୀ ଶେଖ ରଶିଦ ଅହମଦ କହିଥିଲେ, ''କିଛି ଯାତ୍ରୀ ନିୟମ ଉଲଙ୍ଘନ କରି ଟ୍ରେନରେ ଗ୍ୟାସ ସିଲିଣ୍ଡର ନେଉଥିଲେ । ଟ୍ରେନ ଭିତରେ ରୋଷେଇ କରୁଥିଲେ । ଏହି ସମୟରେ ସିଲିଣ୍ଡର ଫାଟି ଟ୍ରେନରେ ନିଆଁ ଲାଗିଥିଲା ।''

ହେଲେ ଜଣେ ପ୍ରତ୍ୟକ୍ଷଦର୍ଶୀ ଚମକାଇଦେଲା ପରି କାରଣ ଦର୍ଶାଇଛନ୍ତି । ସିଧାସଳଖ ରେଳମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ସେ ମିଛ କହିଛନ୍ତି । ତାଙ୍କ କହିବା କଥା ହେଲା, ଗ୍ୟାସ ସିଲିଣ୍ଡର ଯୋଗୁଁ ଟ୍ରେନରେ ଅଗ୍ନିକାଣ୍ଡ ହୋଇନି । ଅଗ୍ନିକାଣ୍ଡର କାରଣ ଟ୍ରେନର ଛାତରେ ଲାଗିଥିବା ପଙ୍ଖା । ୯୨ ନ୍ୟୁଜର ରିପୋର୍ଟ ମୁତାବକ, ଟ୍ରେନର ପଙ୍ଖାରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା କହିଛନ୍ତି  ପ୍ରତ୍ୟକ୍ଷଦର୍ଶୀ । 

କହିରଖୁଛୁ, ଗତକାଲି ପାକିସ୍ତାନର  ପୂର୍ବ ପଞ୍ଜାବ ପ୍ରଦେଶରେ ଏହି ରେଳ ଅଗ୍ନିକାଣ୍ଡ ହୋଇଥିଲା । ଲିୟାକତପୁର ସହର ନିକଟରେ ହୋଇଥିବା ଏହି ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୭୩ ଜଣଙ୍କ ମୃତ୍ୟୁ ହୋଇଛି । ୪୦ ଜଣଙ୍କ ଅବସ୍ଥା ସଙ୍କନାପନ୍ନ ଅଛି । ପାକିସ୍ତାନରେ ଚଳିତବର୍ଷ ଏହା ଦ୍ୱିତୀୟ ରେଳ ଦୁର୍ଘଟଣା । ଗତ ଜୁଲାଇରେ ସଦୀକାବାଦ ବହ୍ଲାର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ସହ ଯାତ୍ରୀବାହୀ ଟ୍ରେନ ମୁହାଁମୁହିଁ ହୋଇଥିଲା । ଏଥରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିଲା ।