କୁପୱାରା ସେକ୍ଟରରେ ଏପରି ଅସ୍ତ୍ରବିରତୀ ଉଲଙ୍ଘନ କରିଛି ପାକିସ୍ତାନ । ଭାରତ ସେନା ଉପରେ ଆଖିବୁଜା ଗୁଳିମାଡ଼ କରିଛନ୍ତି ପାକିସ୍ତାନୀ ସେନା ।
Trending Photos
)
ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏବେ କୋରୋନାକୁ ନେଇ ତ୍ରାହି ଡାକୁଛି । କୋରୋନା ମୁକାବିଲା ନେଇ ସମସ୍ତେ ବ୍ୟସ୍ତ । ହେଲେ ଏଭଳି ସମୟରେ ମଧ୍ୟ ସୀମାରେ ଗୁଳି ବାରଦର ଖେଳ ଖେଳଛୁ ପାକିସ୍ତାନ । ଜମ୍ମୁ କାଶ୍ମୀର ସୀମାରେ ଅସ୍ତ୍ର ବିରତୀ ଉଲଙ୍ଘନ କରିଛି ପାକ୍ । ତେବେ ଭାରତ ପକ୍ଷରୁ ମଧ୍ୟ ଏହାର ମୁହଁତୋଡ଼ ଜବାବ ଦିଆଯାଉଛି ।
ମିଳିଥିବା ସୂଚନା ମୁତାବକ, କୁପୱାରା ସେକ୍ଟରରେ ଏପରି ଅସ୍ତ୍ରବିରତୀ ଉଲଙ୍ଘନ କରିଛି ପାକିସ୍ତାନ । ଭାରତ ସେନା ଉପରେ ଆଖିବୁଜା ଗୁଳିମାଡ଼ କରିଛନ୍ତି ପାକିସ୍ତାନୀ ସେନା । ତେବେ ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଛି ।
Pakistan violates ceasefire in Kupwara sector of Jammu & Kashmir. Indian Army retaliating.
— ANI (@ANI) April 10, 2020