ପାକିସ୍ତାନ ଚାହୁଁଛି ଶାନ୍ତି !
Advertisement

ପାକିସ୍ତାନ ଚାହୁଁଛି ଶାନ୍ତି !

ପୂର୍ବରୁ ଟ୍ରମ୍ପଙ୍କ ସହ ଆଲୋଚନା ସମୟରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ ଇମ୍ରାନ ଖାନ । ମିଳିତ ଜାତିସଂଘ ପକ୍ଷରୁ ପର୍ଯ୍ୟବେକ୍ଷକ ଟିମ ଏଲଓସିକୁ ପଠାଇବା ପାଇଁ ପ୍ରସ୍ତାବ ରଖିଥିଲେ ଇମ୍ରାନ ।

ପାକିସ୍ତାନ ଚାହୁଁଛି ଶାନ୍ତି !

ବିକ୍ରମ ସାହୁ, ନୂଆଦିଲ୍ଲୀ: ସୁଇଜରଲ୍ୟାଣ୍ଡର ଡାଭୋସରେ ଚାଲିଥିବା World Economic Forumରେ ଭାରତ ପ୍ରସଙ୍ଗରେ ମତ ରଖିଲେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ସୁଧାର ଆସିଲେ ପାକିସ୍ତାନ ଲାଭବାନ ହେବ ବୋଲି କହିଛନ୍ତି ଇମ୍ରାନ । କିନ୍ତୁ ବର୍ତ୍ତମାନ ଦୁଇ ପଡୋଶୀ ଦେଶ ମଧ୍ୟରେ ସଂପର୍କରେ ସ୍ଥିରତା ନଥିବା ଆମର ଦୁର୍ଭାଗ୍ୟ ବୋଲି ସେ କହିଛନ୍ତି । ଶାନ୍ତି ପାଇଁ ପାକିସ୍ତାନ ଯେକୌଣସି ଦେଶ ସହ ମିଳିତ ଭାବରେ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

ପୂର୍ବରୁ ଟ୍ରମ୍ପଙ୍କ ସହ ଆଲୋଚନା ସମୟରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ ଇମ୍ରାନ ଖାନ । ମିଳିତ ଜାତିସଂଘ ପକ୍ଷରୁ ପର୍ଯ୍ୟବେକ୍ଷକ ଟିମ ଏଲଓସିକୁ ପଠାଇବା ପାଇଁ ପ୍ରସ୍ତାବ ରଖିଥିଲେ ଇମ୍ରାନ । କିନ୍ତୁ ଆମେରିକା ରାଷ୍ଟ୍ରପତି ପ୍ରସ୍ତାବକୁ ଗ୍ରହଣ କରିନଥିଲେ । ସେପଟେ ପାକ୍ ଅଭିଯୋଗ ଉପରେ ଜବାବ ରଖିଥିଲେ ଜାତିସଂଘରେ ଭାରତର ଦ୍ୱିତୀୟ ସ୍ଥାୟୀ ପ୍ରତିନିଧି ନାଗରାଜ ନାଇଡ଼ୁ । ଏବେ ଆତଙ୍କବାଦର ମୁକାବିଲା ପାଇଁ ଜାତିସଂଘ ସହ ପାକିସ୍ତାନ ମଧ୍ୟ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଭାରତର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନକରି ପାକିସ୍ତାନ କେବଳ ଆତଙ୍କବାଦର ବିନାଶ ଚିନ୍ତା କଲେ ପାକିସ୍ତାନ ପାଇଁ ଓ ସାରା ବିଶ୍ୱ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି ।