Advertisement
Article Detail0/zeeodisha/odisha691989
Zee OdishaOther Newsଆତଙ୍କବାଦର ପୃଷ୍ଠପୋଷକତା କରୁଥିବା ନେଇ ମାନିଲେ ପାକିସ୍ତାନ ସରକାର

ଆତଙ୍କବାଦର ପୃଷ୍ଠପୋଷକତା କରୁଥିବା ନେଇ ମାନିଲେ ପାକିସ୍ତାନ ସରକାର

ନିଜ ମାଟିରେ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ନେଇ ସ୍ୱୀକାର କରିଛନ୍ତି ପାକିସ୍ତାନ ସରକାର |

ଆତଙ୍କବାଦର ପୃଷ୍ଠପୋଷକତା କରୁଥିବା ନେଇ ମାନିଲେ ପାକିସ୍ତାନ ସରକାର

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ରିପୋର୍ଟରେ ଦର୍ଶାଯାଇଛି ଆଫଗାନିସ୍ତାନକୁ, ପାକିସ୍ତାନ ପକ୍ଷରୁ ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନ ହଜାର ହଜାର ଆତଙ୍କବାଦୀ ପଠାଯାଉଛି । ସରକାରୀ ଭାବେ ଏହାକୁ ସର୍ବସାଧାରଣରେ ସ୍ୱୀକାର କରିଛନ୍ତି   ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ | ଆତଙ୍କବାଦର ପୃଷ୍ଠପୋଷକତା କରୁଥିବା ନେଇ ବିଶ୍ୱ ସମୁଦାୟରେ ପାକିସ୍ତାନର ଅସଲ ମୁଖା ଖୋଲିଯାଇଛି |  

ଜାତିସଂଘର ସୁରକ୍ଷା ପରିଷଦର ରିପୋର୍ଟରେ କୁହାଯାଇଛି ଯେ ଆଫଗାନିସ୍ତାନରେ କାର୍ଯ୍ୟ କରୁଥିବା ବିଦେଶୀ ଆତଙ୍କବାଦୀଙ୍କ ମଧ୍ୟରେ ୬୫୦୦ ପାକିସ୍ତାନୀ ନାଗରିକ ଅଛନ୍ତି। ଆଫଗାନିସ୍ତାନକୁ ବିଦେଶୀ ଆତଙ୍କବାଦୀ ଆଣିବାରେ ଜୈସ-ଏ-ମହମ୍ମଦ ଏବଂ ଲଶ୍କର-ଏ-ତୋଇବା ଭଳି ଆତଙ୍କବାଦୀ ସଙ୍ଗଠନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଆତଙ୍କବାଦ ପ୍ରସଙ୍ଗରେ ଜାତିସଂଘର ରିପୋର୍ଟ ଆସିବା ପରେ ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ ବୋଲି ସ୍ପଷ୍ଟ ହୋଇଛି | ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ ମନେ ରଖିବ ଦରକାର ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଗତବର୍ଷ ସ୍ୱୀକାର କରିଥିଲେ ଯେ ପାକିସ୍ତାନ ତଥାପି ୩୦ରୁ ୪୦ ହଜାର ଆତଙ୍କବାଦୀ ସକ୍ରିୟ ଅଛନ୍ତି | ଏନେଇ ଭାରତ ପକ୍ଷରୁ କୁହାଯାଇଛି ଆତଙ୍କବାଦୀଙ୍କୁ ନିଜ ମାଟିରେ ପାଳୁଥିବା ନେଇ ପାକିସ୍ତାନ ନିଜ ମୁହଁରେ ସ୍ୱୀକାର କରିଛି | ଯାହା ବର୍ତ୍ତମାନ ପ୍ରମାଣ ସହ ସାମ୍ନାକୁ ଆସିଛି |

Add Zee News as a Preferred Source