ସଙ୍କଟରେ ଇମ୍ରାନ ସରକାର, ପାକିସ୍ତାନରେ ଜୋରଦାର ପ୍ରଦର୍ଶନ
Advertisement

ସଙ୍କଟରେ ଇମ୍ରାନ ସରକାର, ପାକିସ୍ତାନରେ ଜୋରଦାର ପ୍ରଦର୍ଶନ

ଏପରି ଲାଗୁଛି ପାକିସ୍ତାନରେ ଇମ୍ରାନ ସରକାରଙ୍କ ଦିନ ସରି ସରି ଆସୁଛି । ସର୍ବଦା କାଶ୍ମୀରର ସ୍ୱତନ୍ତ୍ରତା ଦାବି କରି ଆସୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗାଦି ବର୍ତ୍ତମାନ ବିପଦରେ ରହିଛି । ପାକିସ୍ତାନର ସାଧାରଣ ଜନତା ରାସ୍ତାଙ୍କୁ ଓହ୍ଲାଇ ଆସିଛନ୍ତି । ସରକାରୀ ବିରୋଧରେ ଜୋରଦାର ପ୍ରଦର୍ଶନ ଚାଲିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଏପରି ଲାଗୁଛି ପାକିସ୍ତାନରେ ଇମ୍ରାନ ସରକାରଙ୍କ ଦିନ ସରି ସରି ଆସୁଛି । ସର୍ବଦା କାଶ୍ମୀରର ସ୍ୱତନ୍ତ୍ରତା ଦାବି କରି ଆସୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗାଦି ବର୍ତ୍ତମାନ ବିପଦରେ ରହିଛି । ପାକିସ୍ତାନର ସାଧାରଣ ଜନତା ରାସ୍ତାଙ୍କୁ ଓହ୍ଲାଇ ଆସିଛନ୍ତି । ସରକାରୀ ବିରୋଧରେ ଜୋରଦାର ପ୍ରଦର୍ଶନ ଚାଲିଛି ।

ଇମ୍ରାନଙ୍କ ବିରୋଧରେ ପାକିସ୍ତାନର ରାସ୍ତାରେ ଲୋକଙ୍କ ଭିଡ଼ ଜମିଛି । ବର୍ତ୍ତମାନ ଏହି ଆଜାଦୀ ମାର୍ଚ୍ଚ ଇସଲାମାବାଦ ପହଞ୍ଚିସାରିଛି । ଏହାର ନେତୃତ୍ୱ ପାକିସ୍ତାନର ସବୁଠାରୁ ବଡ଼ ଧାର୍ମିକ ସଙ୍ଗଠନ ଜମିୟତ-ଉଲ-ଇସଲାମ ପାକିସ୍ତାନର ପ୍ରମୁଖ ମୌଲାନା ଫଜଲୁର ରେହମାନ କରୁଛନ୍ତି ।

ଫଜଲୁର ରହମାନଙ୍କ ନେତୃତ୍ୱରେ ପାକିସ୍ତାନର କରାଚୀ ସମେତ ବଡ଼ ବଡ଼ ସହରରେ ଅକ୍ଟୋବର ୨୭ରୁ ଆଜାଦୀ ମାର୍ଚ୍ଚ ଆରମ୍ଭ ହୋଇଥିଲା । ଯାହା ଗତ ୫ ଦିନରେ ଏହାର ପ୍ରଭାବ ସମଗ୍ର ପାକିସ୍ତାନ ଉପରେ ପଡିଛି । ବିଭିନ୍ନ ସହରରୁ ଲୋକେ ଏହି ଆଜାଦୀ ମାର୍ଚ୍ଚରେ ସାମିଲ ହୋଇ ଇସଲାମାବାଦ ଆଡ଼କୁ ଅଗ୍ରସର ହେଉଛନ୍ତି ।

ଏହି ଆଜାଦୀ ମାର୍ଚ୍ଚକୁ ଅକ୍ଟୋବର ୩୧ରେ ଇସଲାମାବାଦରେ ଜୋରଦାର ପ୍ରଦର୍ଶନ କରିବାର ଥିଲା । କିନ୍ତୁ ଲାହୌରରେ ଟ୍ରେନ ଦୁର୍ଘଟଣା ଯୋଗୁଁ ମାର୍ଚ୍ଚର ତାରିଖରେ ପରିବର୍ତ୍ତନ କରାଯାଇ ନଭେମ୍ୱର ୧ ରଖାଯାଇଥିଲା । ଏହି ମାର୍ଚ୍ଚରେ ଦେଶର ଅର୍ଥବ୍ୟବସ୍ଥା ଠାରୁ ଆରମ୍ଭ କରି ବୈଦେଶିକ ନୀତି ନେଇ ଇମ୍ରାନ ଖାନଙ୍କୁ ଘେରାଯାଉଛି । ୧୪ ମାସର ଇମ୍ରାନ ସରକାରଙ୍କ ଗାଦି ସଂପୂର୍ଣ୍ଣ ଭାବେ ବିପଦରେ ଦେଖା ଦେଖାଇଛି ।

ଏହି ମାର୍ଚ୍ଚ ଏତେ ବିଶାଳ ଯେ ପାକିସ୍ତାନ ମୁସଲିମ ଲିଗ-ନବାଜ ଓ ପାକିସ୍ତାନ ପିପୁଲ୍ସ ପାର୍ଟି ସମେତ ବହୁ ବିରୋଧୀ ଦଳର ସମର୍ଥକ ମଧ୍ୟ ଏହି ବିରୋଧ ପ୍ରଦର୍ଶନରେ ସାମିଲ ହୋଇଛନ୍ତି । ମାର୍ଚ୍ଚକୁ ଦେଖି ପାକିସ୍ତାନୀ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ବ୍ୟାପକ ପ୍ରସ୍ତୁତି କରିଛନ୍ତି । ପ୍ରମୁଖ ସରକାରୀ କୋଠା ଓ ପ୍ରଶାସନିକ କ୍ଷେତ୍ର ସମେତ ରେଡ ଜୋନ ଆଡ଼କୁ ଯାଉଥିବା ପ୍ରଦର୍ଶନକାରୀଙ୍କୁ ରୋକିବା ପାଇଁ କଣ୍ଟା ତାର ଲଗାଯାଇଛି ।