ପ୍ରଦ୍ୟୁମ୍ନ ମାଝୀ, ଭୁବନେଶ୍ୱର: ଫିଲ୍ମ 'ପାନିପଥ' ରିଲିଜ ହେବା ପୂର୍ବରୁ ହିଁ ବିବାଦରେ ଛନ୍ଦି ହୋଇଯାଇଛି । 'ପାନିପଥ' ଟ୍ରେଲର ରିଲିଜ୍ ପରେ ଫିଲ୍ମ ଉପରେ ଆଫଗାନିସ୍ତାନ ଲୋକେ ଆପତ୍ତି ଉଠାଇବା ଘଟଣା ସାମ୍ନାକୁ ଆସିଛି । ହେଲେ ଏବେ ପାକିସ୍ତାନ ମଧ୍ୟ ଫିଲ୍ମକୁ ନେଇ ଆପତ୍ତି ଉଠାଇଛି ।
ଫିଲ୍ମ 'ପାନିପଥ' ରିଲିଜ ହେବା ପୂର୍ବରୁ ବିବାଦରେ ଫସିଯାଇଛି । 'ପାନିପଥ' ଟ୍ରେଲର ରିଲିଜ୍ ପରେ ଆଫଗାନିସ୍ତାନ ଲୋକେ ଆପତ୍ତି ଉଠାଇବା ଘଟଣା ସାମ୍ନାକୁ ଆସିଛି । ସେପଟେ ପାକିସ୍ତାନ ମଧ୍ୟ ଏହି ଫିଲ୍ମକୁ ନେଇ ଆପତ୍ତି ଉଠାଇଛି । ଏବେ ପାକିସ୍ତାନ ସରକାରରେ ଥିବା ମନ୍ତ୍ରୀ ଫିଲ୍ମ 'ପାନିପଥ'ର ଇତିହାସକୁ ଅତିରଞ୍ଜିତ କରାଯାଇଥିବା କହିଛନ୍ତି ।
ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ବିଜ୍ଞାନ ଓ ପ୍ରାଦ୍ୟୋଗିକ ମନ୍ତ୍ରୀ ଫବାଦ ଚୌଧୁରୀ ଫିଲ୍ମ 'ପାନିପଥ'କୁ ନେଇ ପ୍ରଶ୍ନ କରିଛନ୍ତି । ଫିଲ୍ମ ରିଲିଜ୍ ପୂର୍ବରୁ ଫବାଦ ଚୌଧୁରୀ କହିଛନ୍ତି ଏଥିରେ ମୁସଲମାନ ଶାସକଙ୍କୁ କ୍ରୁର ଭାବେ ଦେଖାଇ ଇତିହାସକୁ କଦର୍ଥ କରାଯାଇଛି ।
ଚୌଧୁରୀ ଟ୍ୱିଟ୍ କରି କହିଛନ୍ତି, ଯେବେ ବୋକା ଲୋକ ଆରଏସଏସ ବିଚାରଧାରା ଭାବେ ଇତିହାସକୁ ପୁଣିଥରେ ଲେଖନ୍ତି, ସେମାନଙ୍କ ଉପରେ ଆଉ କଣ ବିଶ୍ୱାସ କରାଯାଇପାରେ । ଦେଖନ୍ତୁ ଆଗକୁ କ'ଣ କ'ଣ ହେଉଛି
'ପାନିପଥ'କୁ ନେଇ ପୂର୍ବ ରାଜଦୂତଙ୍କ ଚିନ୍ତା ପ୍ରକଟ:
ଫିଲ୍ମ 'ପାନିପଥ' ଟ୍ରେଲର ପରେ ଭାରତରେ ଆଫଗାନିସ୍ତାନର ପୂର୍ବ ରାଜଦୂତ ଡକ୍ଟର ଶାୟଦ ଅବ୍ଦାଲୀ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଭାରତୀୟ ଫିଲ୍ମ ଭାରତ-ଆଫଗାନିସ୍ତାନ ସମ୍ୱନ୍ଧକୁ ମଜବୁତ କରିବା ଭୂମିକା ନିଭାଉଛନ୍ତି । ମୋର ବିଶ୍ୱାସ ଅଛି କି ଫିଲ୍ମ 'ପାନିପଥ' ଆମର ଇତିହାସକୁ ଧ୍ୟାନରେ ରଖି ନିର୍ମାଣ କରାଯାଇଥିବ ।
ରିପୋର୍ଟ ଅନୁଯାୟୀ କହିବାକୁ ଚାହୁଁଛୁ କି ଆଫଗାନିସ୍ତାନ ଲୋକଙ୍କ ମାନିବା କଥା ହେଲା ଫିଲ୍ମରେ ଇତିହାସକୁ ଅତିରଞ୍ଜିତ କରି ଦେଖାଯାଇଛି । ଭାରତରେ ଆଫଗାନିସ୍ତାନ ରାଜଦୂତ ତାହିର କାଦରୀ କହିଛନ୍ତି କି ଏହି ମାମଲାରେ ଭାରତ ସରକାରଙ୍କ ସମ୍ପର୍କରେ ରହିଛୁ ଏବଂ ଆଫଗାନିସ୍ତାନ ଲୋକଙ୍କ ଚିନ୍ତାକୁ ଭାରତ ସରକାରଙ୍କ ପାଖରେ ପହଞ୍ଚାଇ ଦିଆଯାଇଛି ।
ନିର୍ଦ୍ଦେଶକ ଆଶୁତୋଷ ଗୌବରିକରଙ୍କ ଫିଲ୍ମ 'ପାନିପଥ' ଆଫଗାନିସ୍ତାନ ବାଦଶାହ ଅହମ୍ମଦ ଶାହ ଅବ୍ଦାଲୀ ଏବଂ ମରାଠାଙ୍କ ମଧ୍ୟରେ ପାନିପଥ ଯୁଦ୍ଧ ଉପରେ ଆଧାରିତ ହୋଇଛି। ଏହି ଫିଲ୍ମରେ ଅବ୍ଦାଲୀ ଭୂମିକାରେ ସଞ୍ଜୟ ଦତ୍ତ ନଜର ଆସୁଥିବା ବେଳେ ମରାଠା ସରଦାର ସାଦାଶିବ ରାୱ ଭୂମିକାରେ ଅର୍ଜୁନ କପୁର ନଜର ଆସୁଛନ୍ତି । ଫିଲ୍ମ 'ପାନିପଥ' ଡିସେମ୍ୱର ୬ ତାରିଖରେ ରିଲିଜ୍ ହେବାକୁ ଯାଉଛି ।