ଅଯୋଧ୍ୟା ରାୟକୁ ପାକିସ୍ତାନର ବିରୋଧ, ଜାଣନ୍ତୁ କଣ କହିଲା ପାକିସ୍ତାନ
Advertisement

ଅଯୋଧ୍ୟା ରାୟକୁ ପାକିସ୍ତାନର ବିରୋଧ, ଜାଣନ୍ତୁ କଣ କହିଲା ପାକିସ୍ତାନ

ଭାରତର ଐତିହାସିକ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପରେ ପାକିସ୍ତାନ ମୁହଁ ଆମ୍ୱିଳା ହୋଇଯାଇଛି

file photo

ପ୍ରଦ୍ୟୁମ୍ନ ମାଝୀ, ନୂଆଦିଲ୍ଲୀ: ଭାରତର ଐତିହାସିକ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପରେ ପାକିସ୍ତାନ ମୁହଁ ଆମ୍ୱିଳା ହୋଇଯାଇଛି । ଶନିବାର ଆସିଥିବା ଆଯୋଧ୍ୟା ମାମଲାର ରାୟ ନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶୀ ମତ ରଖିଛନ୍ତି । ଦ୍ୱିତୀୟଥର ରାୟ ଶୁଣାଣି ଉପରେ ଆପତ୍ତି ଉଠାଇଛି ପାକିସ୍ତାନ । ପାକିସ୍ତାନ ଆପତ୍ତି ଉଠାଇ କହିଛି କରତାରପୁର କରିଡର ଉଦଘାଟନ ଖୁସି ଅବସରରେ ଏହି ନିଷ୍ପତ୍ତି ଅସମ୍ୱେଦନଶୀଳ ବାର୍ତ୍ତା ବହନ କରୁଛି ।  ଏହା ଦ୍ୱାରା ଆମେ ଦୁଃଖୀ ହୋଇଛୁ । ସର୍ବସମ୍ମତିକ୍ରମେ ସୁପ୍ରିମକୋର୍ଟ ରାୟ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ରାସ୍ତା ଖୋଲିଦେଇଛି । ମୁସଲିମଙ୍କ ମସଜିଦ ନିର୍ମାଣ ପାଇଁ ୫ ଏକର ଜାଗା ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶୀ କହିଛନ୍ତି ରାୟ ଶୁଣାଇବା ପାଇଁ ଆଉକିଛି ଦିନ ଅପେକ୍ଷା କରାଯାଇ ପାରିଥାନ୍ତା ।  ଏହି ଖୁସୀ ଅବସରରେ ଅସମ୍ୱେଦନଶୀଳତା ଯୋଗୁଁ ଅନେକ ଦୁଃଖ ଲାଗିଛି । ସେ କହିଛନ୍ତି ଭାରତ କରତାରପୁର କରିଡର ଖୋଲିବା ଖୁସୀରେ ସାମିଲ ହେବାର  ଅବଶ୍ୟକ ଥିଲା । ଭାରତକୁ ସାରା ବିଶ୍ୱର ଧ୍ୟାନ ହଟାଇବାକୁ ଚେଷ୍ଠା କରିବାର ନଥିଲା । ଅଯୋଧ୍ୟା ବିବାଦ ଏକ ସମ୍ୱେଦନଶୀଳ ପ୍ରସଙ୍ଗ ଏବଂ କରତାରପୁର କରିଡର ଖୋଲିବା ଖୁସୀର ଦିନରେ ଏହାକୁ ଭାଗ ଭାଗ କରିବାର ନଥିଲା ।  

ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶୀ ଆହୁରି କହିଛନ୍ତି ମୁସଲିମ୍ ସମାଜ ଆଗରୁ ହିଁ ଭାରତରେ ଚାପରେ ରହିଛି । ଭାରତୀୟ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ସେମାନଙ୍କ ଉପରେ ଆହୁରି ଚାପ ବଢ଼ାଇଦେବ । ଆଉ ପାକିସ୍ତାନ ଏହି ନିଷ୍ପତ୍ତି ବିସ୍ତୃତଭାବେ ପଢ଼ିବା ପରେ ପ୍ରତିକ୍ରିୟା ପ୍ରକାଶ ପାଇବ ।  

ଅଯୋଧ୍ୟା ମାମଲାରେ ଆସିଥିବା ଐତିହାସିକ ରାୟ ଯୋଗୁଁ ପାକିସ୍ତାନ ପୁଣି ବିଚଳିତ ହୋଇପଡ଼ିଛି । ଆଉ କାଶ୍ମୀରରେ ପୁଣି ହିଂସା ସୃଷ୍ଟି କଲାଭଲି କଥା କହିଛି । ଏହି ନିଷ୍ପତ୍ତି ଯୋଗୁଁ ଭାରତୀୟ ନ୍ୟାୟାଳୟ ଏକ ନୂଆ ଯୁକ୍ତି  ସହିତ ଗାନ୍ଧୀ ଏବଂ ନେହେରୁଙ୍କ ଭାରତକୁ ସମାଧି ଦେଇଛି  । ଏହି ନିଷ୍ପତ୍ତି ପରେ କାଶ୍ମୀରରେ  ନିଆଁ ପୁଣି ବ୍ୟାପିବ ବୋଲି ପାକିସ୍ତାନ କହିଛି । ଏହି ମଞ୍ଜିବୁଣା ବହୁତ ଭୟଙ୍କର ହୋଇପଡ଼ିବ ବୋଲି ପରୋକ୍ଷରେ ଧମକ ଦେଇଛି ପାକିସ୍ତାନ  ।  ପାକିସ୍ତାନର  ବିଜ୍ଞାନ ଏବଂ ଜ୍ଞାନକୌଶଳ ମନ୍ତ୍ରୀ ଏହି ରାୟକୁ  ଲଜ୍ୟାଜନକ କହିଛନ୍ତି ।   

ये भी देखें-: