• ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !
  • ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ଭର୍ଚୁଆଲ ରାଲିରେ ସମ୍ବୋଧନ କରିବେ ଧର୍ମେନ୍ଦ୍ର
  • IPL 2020: ଆଜି ଆଇପିଏଲରେ CSK ଓ MI ମ୍ୟାଚ
  • ବଙ୍ଗୋପସାଗରରେ ପାରାଦୀପ ଠାରୁ ୯୦ କିମି ଦୂରରେ ବଡ଼ ଅବପାତ, ୪ ଜିଲ୍ଲାରୁ ରେଡ ଆର୍ଲଟ
  • ଅପରାହ୍ନରେ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ମୁହାଁ ହେବ ଅବପାତ ।
  • ଦକ୍ଷିଣ ମୁମ୍ୱାଇସ୍ଥିତ ସିଟିସେଣ୍ଟର ମଲ୍ ରେ ଭୟଙ୍କର ଅଗ୍ନିକାଣ୍ଡ...

ପାଲଘର ମବ୍ ଲିଚିଂ: ସିବିଆଇ ତଦନ୍ତ ନେଇ ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ପାଲଘର ମବ୍ ଲିଚିଂ ଘଟଣାରେ ସିବିଆଇ କରିବା ତଦନ୍ତ ନେଇ ମହାରାଷ୍ଟ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି  ସୁପ୍ରିମକୋର୍ଟ |  

ପାଲଘର ମବ୍ ଲିଚିଂ: ସିବିଆଇ ତଦନ୍ତ ନେଇ ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ପାଲଘର ସାଧୁ ହତ୍ୟା ଘଟଣାରେ(palghar mob lynching) ସିବିଆଇ ତଦନ୍ତ କରିବାକୁ ନେଇ ଦାଏର ହୋଇଥିବା ଆବେଦନ ଉପରେ ବିଚାର କରି ଜୁନ ୧୧ ତାରିଖ ଗୁରୁବାର ମହାରାଷ୍ଟ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ | ଜୁନା ଆଖଡା ସହ ୨ ବ୍ୟକ୍ତି ଏ ଘଟଣାରେ ସିବିଆଇ ତଦନ୍ତ କରିବାକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ | 
  
ସୁପ୍ରିମକୋର୍ଟରେ ଦାଏର ହୋଇଥିବା ପିଟିସନରେ ଆବେଦରକାରୀ ଦର୍ଶାଇଥିଲେ, ମହାରାଷ୍ଟ୍ର ସରକାର ଏବଂ ରାଜ୍ୟ ପୋଲିସ ଉପରେ ସେମାନଙ୍କର ଭରସା ନାହିଁ | ଏ ଘଟଣାରେ ପୋଲିସର ସନ୍ଦେହଜନକ ଭୂମିକା ରହିଛି | ଯଦି ଭିଡ ହତ୍ୟା ମାମଲାର ତଦନ୍ତ ମହାରାଷ୍ଟ୍ର ପୋଲିସ ନିଏ, ତଦନ୍ତର ସ୍ୱଚ୍ଛତା ପ୍ରଭାବିତ ହେବାର ସମ୍ଭାବନ ରହିଛି |  

ଏହା ସହିତ ଆବେଦନକାରୀ ଆହୁରି ମଧ୍ୟ ଦର୍ଶାଇଥିଲେ, ମୃତକ ସାଧୁ ଦ୍ୱୟଙ୍କୁ ଭିଡ ହତ୍ୟାରୁ ବଞ୍ଚାଇବା ପାଇଁ ପୋଲିସ ବିଫଳ ହୋଇଥିଲା | କୋରୋନା ମହାମାରୀର ମୁକାବିଲା ପାଇଁ ମାର୍ଚ୍ଚ ୨୫ ତାରିଖରୁ ସମଗ୍ର ଦେଶରେ ଲକ ଡାଉନ ଜାରି ହୋଇଥିଲା |  ଘରେ ରହିବାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସରକାର ଗାଇଡଲାଇନ ଜାରି କରିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଥିଲା | ମାତ୍ର ଏ ଘଟଣା ଘଟିବା ଦିନ କୋଭିଡ19 ସହ ଜଡିତ ସରକାରୀ ନିର୍ଦ୍ଦେଶନାମାର ଉଲଂଘନ ହେବା ପୋଲିସ ସନ୍ଦେହଘେରକୁ ଚାଲିଯାଇଥିଲା |           

ସାଧୁଙ୍କୁ ହତ୍ୟା କରାଯିବା ବେଳେ, ସେମାନଙ୍କୁ ରକ୍ଷା କରିବା ପାଇଁ ପୋଲିସ କୌଣସି ଉଦ୍ୟମ କରିନଥିଲା | ଏ ଘଟଣାରେ ଭାଇରାଲ ହୋଇଥିବା ଭିଡିଓରୁ ଜଣାପଡିଛି ପୋଲିସ ଉପସ୍ଥିତିରେ ସେମାନଙ୍କୁ ଉତ୍ୟକ୍ତ ଲୋକଙ୍କ ମଧ୍ୟରେ ଛାଡି ଦିଆଯାଇଥିବା ନେଇ ନିଜ ଯାଚିକାରେ ଜଣାଇଛନ୍ତି ଆବେଦନକାରୀ |  

ଏପ୍ରିଲ ୧୬ ତାରିଖରେ ମୁମ୍ବାଇରୁ ଏକ ମାରୁତି ଇକୋ ଭ୍ୟାନ ଯୋଗେ ସୁରଟ ଯାଉଥିବା ସମୟରେ ମହାରାଷ୍ଟ୍ର ପାଲଘର ଠାରେ ଭିଡ ହତ୍ୟାର ଶିକାର ହୋଇଥିଲେ ସାଧୁ କଳ୍ପବୃକ୍ଷ ଗିରି ମହାରାଜ, ସୁଶୀଲ ଗିରି ମହାରାଜ ଏବଂ ଗାଡି ଡ୍ରାଇଭର ନିଲେଶ ୟାଲଗାଡେ |  ସେମାନେ ଛୋଟପିଲାଙ୍କୁ ଅପହରଣ କରିବା ସହ ସେମାନାଙ୍କ କିଡନୀ ଚୋରୀ କରି ନେଇଯାଉଥିବା ନିଜ ମିଛ ଖବର ପ୍ରସାରିତ କରାଯାଇଥିଲା | ଯାହାର ଫଳସ୍ୱରୂପ ଏଭଳି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଥିଲା |