ପାଲଘର ଭିଡ଼ ହିଂସା ବେଳେ ପୋଲିସ ଚୁପ୍ ଥିଲା କାହିଁକି ?
Advertisement
Article Detail0/zeeodisha/odisha670133

ପାଲଘର ଭିଡ଼ ହିଂସା ବେଳେ ପୋଲିସ ଚୁପ୍ ଥିଲା କାହିଁକି ?

ଭିଡ଼ ହିଂସାରେ ୨ ସାଧୁଙ୍କ ସମେତ ୩ ଜଣଙ୍କ ଜୀବନ ଗଲା ପରେ ଜୋରଧରିଲା ରାଜନୀତି

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଘଟଣାକୁ ନେଇ ଦେଶର ରାଜନୀତି ସରଗରମ । ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ଶୁକ୍ରବାର ପାଲଘରରେ ଯାହା ହେଲା, ତାହା ସମଗ୍ର ଦେଶ ଦେଖିଲା । ନିଜ ଗୁରୁଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ଯାଉଥିବା ୨ ସାଧୁ ଏବଂ ଗାଡ଼ି ଡ୍ରାଇଭର ଭିଡ଼ ହିଂସାର ଶିକାର ହେଲେ । ପୋଲିସର ଆଖି ସାମ୍ନାରେ ୩ ଜଣଙ୍କୁ ପିଟି ପିଟି ହତ୍ୟା କଲେ ଗ୍ରାମବାସୀ । ଏହି ଘଟଣାରେ ୧୧୦ ଜଣଙ୍କୁ ଗିରଫ କଲାଣି ପୋଲିସ । ତେବେ ଏଭଳି ଭିଡ଼ହିଂସାକୁ ନେଇ ସମଗ୍ର ଦେଶରେ ଉଦବେଗ ପ୍ରକାଶ ପାଇଛି । 

ଏବେ ଏହି ହିଂସାକାଣ୍ଡ ସମୟର କିଛି ଭିଡିଓ ସାମ୍ନାକୁ ଆସୁଛି । ଯେଉଁଥିରେ ସ୍ପଷ୍ଟ ଜଣାପଡ଼ୁଛି, ଲୋକମାନେ ସାଧୁଙ୍କ ଗାଡ଼ି ଭାଙ୍ଗୁଛନ୍ତି । ବାଡ଼ି ଏବଂ ପଥର ଦ୍ୱାରା ଆକ୍ରମଣ କରୁଛନ୍ତି । ଆଉ ସେହି ସମୟରେ ପୋଲିସ ମଧ୍ୟ ଉପସ୍ଥିତ ରହିଛି । ଭିଡ଼ହିଂସାକୁ ନିୟନ୍ତ୍ରଣ କରିବାରେ ପୁରା ଫେଲ ମାରିଥିଲା ପୋଲିସ । ପୋଲିସର ଆଖି ଆଗରେ ସମସ୍ତ ୩ ଜଣଙ୍କୁ ପିଟି ପିଟି ମାରିଦେଲେ ଗ୍ରାମବାସୀ । 

ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବିଜେପି । ଅନ୍ୟପଟେ ପୋଲିସ ୧୧୦ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ୧୦୧ ଜଣଙ୍କୁ ଆସନ୍ତା ୩୦ ଏପ୍ରିଲ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେହିପରି ଅନ୍ୟ ୯ ଜଣ ନାବାଳକ ହୋଇଥିବାରୁ ସେମାନଙ୍କୁ ସୁଧାର ଗୃହକୁ ପଠାଇ ଦିଆଯାଇଛି । ରବିବାର ବିଳମ୍ବିତ ରାତିରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । 

ତେବେ ଏହି ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ଛିଡ଼ା ହୋଇଛି 

  1. ପୋଲିସ ସାମ୍ନାରେ କିପରି ହେଲା ଭିଡ଼ ହିଂସା ? 
  2. ସାଧୁଙ୍କୁ ଅତି ନିର୍ମମ ଭାବେ ଯେଉଁ ହତ୍ୟା କରାଗଲା, ତାର ଉତ୍ତରଦାୟୀ କିଏ ରହିବ ? 
  3. ପ୍ରକୃତରେ କିଏ ଗୁଜବ ପ୍ରଚାର କରି ନେଲା ସାଧୁଙ୍କ ଜୀବନ ? 
  4. ଲକଡାଉନ୍ ସତ୍ତ୍ୱେ ଶହ ଶହ ଲୋକ ଏକତ୍ରିତ ହେଇଥିଲେ କିପରି ? 

ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ଦାବି

ଏହି ଘଟଣାକୁ ଅଖିଳ ଭାରତୀୟ ଆଖଡ଼ା ପରିଷଦ କଡ଼ା ନିନ୍ଦା କରିଛି । ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି । କେବଳ ଭିଡ଼ହିଂସା କରିଥିବା ଦୋଷୀଙ୍କୁ ନୁହେଁ, ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀଙ୍କ ଉପରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି । 

;