Advertisement
Article Detail0/zeeodisha/odisha671928
Zee OdishaOther Newsଏବେ ଆମକୁ ଆତ୍ମନିର୍ଭଳଶୀଳ ହେବାକୁ ପଡ଼ିବ....

ଏବେ ଆମକୁ ଆତ୍ମନିର୍ଭଳଶୀଳ ହେବାକୁ ପଡ଼ିବ....

ଆଜି ପଞ୍ଚାୟତରାଜ ଦିବସ । ଏହି ଅବସରରେ ଦେଶର ସମସ୍ତ ଗ୍ରାମ ପଞ୍ଚାୟତ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଆଜି ପଞ୍ଚାୟତରାଜ ଦିବସ । ଏହି ଅବସରରେ ଦେଶର ସମସ୍ତ ଗ୍ରାମ ପଞ୍ଚାୟତ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଏକକ ଇ-ଗ୍ରାମ ସ୍ୱରାଜ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରାଯାଇଛି । ସେହିପରି ସ୍ୱାମୀତ୍ୱ ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ପଞ୍ଚାୟତରାଜ ଦିବସ ଅବସରରେ ଶୁଭକାମନା ଜଣାଇଛନ୍ତି । 

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କୋରୋନା ଯୋଗୁ ବହୁତ କିଛି ବଦଳିଯାଇଛି । ପୂର୍ବରୁ ସିଧାସଳଖ କଥା ହେଉଥିଲେ, ମାତ୍ର ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଡ଼ି ହେଇଛୁ । ମୋଦି ଆହୁରି ମଧ୍ୟ କହିଛନ୍ତି, କୋରୋନା ସଙ୍କଟ ଯୋଗୁ ପଞ୍ଚାୟତର ପ୍ରାସଙ୍ଗିକତା ବଢ଼ିଛି । କୋରୋନା ନୂଆ ନୂଆ ସମସ୍ୟା ଆଣିଛି । ମାତ୍ର ଏହି ମହାମାରୀ ଆମକୁ ନୂଆ ଶିକ୍ଷା ଏବଂ ସନ୍ଦେଶ ଦେଇଛି । ଏବେ ଆମକୁ ଆତ୍ମନିର୍ଭଳଶୀଳ ହେବାକୁ ହିଁ ପଡ଼ିବ । ଜିଲ୍ଲା ଓ ପଞ୍ଚାୟତକୁ ସ୍ୱାବଲମ୍ବି ହେବାକୁ ହେବ ।  

ମୋଦି କହିଛନ୍ତି, ''ଯଦି ପଞ୍ଚାୟତ ମଜଭୁତ ହେବ, ତେବେ ଧାଡ଼ିରେ ଥିବା ଶେଷ ଲୋକ ପର୍ଯ୍ୟନ୍ତ ସାହାଯ୍ୟ ପହଞ୍ଚିପାରିବ । ପଞ୍ଚାୟତକୁ ମଜଭୁତ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । ଦେଢ଼ଲକ୍ଷ ବ୍ରଡବ୍ୟାଙ୍କ କନେକଶନ ଦିଆଯାଇଛି । ଆଜି ଦୁଇଟି ବଡ଼ ଯୋଜନାର ଶୁଭାରମ୍ଭ ହୋଇଛି, ଗ୍ରାମ ସ୍ୱରାଜ ପୋର୍ଟାଲ ଏବଂ ସ୍ୱାମିତ୍ୱ ଯୋଜନା । ପୋର୍ଟାଲ ମାଧ୍ୟମରେ ଗ୍ରାମ ପଞ୍ଚାୟତ ସହ ଯୋଡ଼ି ହେଇହେବ । ଏହି ପୋର୍ଟାଲରେ ଗ୍ରାମ ପଞ୍ଚାୟତର ବିକାଶ ଏବଂ ଫଣ୍ଡର ତଥ୍ୟ ରହିବ । ବିକାଶ କାର୍ଯ୍ୟର ପୁରା ସୂଚନା ଗ୍ରମବାସୀଙ୍କୁ ମିଳିବ । ଆଉ ଏହା ଦ୍ୱାରା ପାରଦର୍ଶିତା ମଧ୍ୟ ବଢ଼ିବ ।''

Add Zee News as a Preferred Source

ସେହିପରି ସ୍ୱାମୀତ୍ୱ ଯୋଜନା ଦ୍ୱାରା ଡ୍ରୋନ ମାଧ୍ୟମରେ ଗ୍ରାମର ସମ୍ପତ୍ତି ମ୍ୟାପିଂ ହେବ । ସ୍ୱାମୀତ୍ୱର ପ୍ରମାଣ ପତ୍ର ଦିଆଯିବ । ସମ୍ପତ୍ତିର ମାଲିକାନା ନେଇ ଗାଁରେ ଯେଉଁ ଝଗଡ଼ା ହୁଏ, ତାର ଗୋଟିଏ ପ୍ରକାର ପରିସମାପ୍ତି ଘଟିବ । ସ୍ୱାମୀତ୍ୱ ଆଧାରରେ ବ୍ୟାଙ୍କରୁ ଲୋନ ମିଳିପାରିବ । ତେବେ ପ୍ରାଥମିକ ପର୍ଯ୍ୟାୟରେ ୬ ରାଜ୍ୟ( ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ହରିୟାଣା, ମଧ୍ୟପ୍ରଦେଶ)ରେ ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ପରବର୍ତ୍ତୀ ସମୟରେ ପୁରା ଦେଶରେ ଏହାକୁ ଚାଲୁ କରାଯିବ । 

About the Author