ଟ୍ୱିଟରରୁ 'ପଦ୍ମ' ହଟାଇଲେ ପଙ୍କଜା
Advertisement

ଟ୍ୱିଟରରୁ 'ପଦ୍ମ' ହଟାଇଲେ ପଙ୍କଜା

ଶିବସୈନିକ ହୋଇପାରନ୍ତି ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ  

ଫାଇଲ ଫଟୋ

ନୂଆଦିଲ୍ଲୀ: ଦଳ ଛାଡିବେ ମହାରାଷ୍ଟ୍ରରେ ବରିଷ୍ଠ ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ ! ଫେସବୁକ ପରେ ଟ୍ୱିଟରରେ ଦେଲେ ଇସାରା । ଟ୍ୱିଟର ପ୍ରୋଫାଇଲରୁ ସେ ବିଜେପି ନେତ୍ରୀର ପରିଚୟ ହଟାଇ ଦେଇଛନ୍ତି । ଆଉ ଏହାପରେ ମହାରାଷ୍ଟ୍ର ରାଜନୀତିରେ ପଙ୍କଜାଙ୍କୁ ନେଇ ଜୋରଦାର ଚର୍ଚ୍ଚା । 

ବୋଧହୁଏ ପଙ୍କଜା ଦଳ ଛାଡିବାକୁ ସ୍ଥିର କରି ସାରିଛନ୍ତି । ନିକଟରେ ତାଙ୍କ ଫେସବୁକ ଆକାଉଣ୍ଟରେ ସେ ଏଭଳି କିଛି ଇସାରା ଦେଇଥିଲେ । ଖୁବଶୀଘ୍ର ଏକ ବଡ ନିଷ୍ପତ୍ତି ନେବେ ବୋଲି କହିଥିଲେ ପଙ୍କଜା । ଆଉ ଏବେ ଟ୍ୱିଟରରୁ ମଧ୍ୟ ବିଜେପି ନେତ୍ରୀର ପରିଚୟ ହଟାଇ ଦେଇଛନ୍ତି ।  

fallback

କିଏ ସେହି ପଙ୍କଜା ମୁଣ୍ଡେ ?

ମହାରାଷ୍ଟ୍ର ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ପଙ୍କଜା ମୁଣ୍ଡେ । ତାଙ୍କ ପିତା ଗୋପୀନାଥ ମୁଣ୍ଡ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଥିଲେ । ଶିବସେନା ସହ ବିଜେପିର ମେଣ୍ଟ ହେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ପଙ୍କଜାଙ୍କ ପିତା । ଗତ ବିଧାନସଭା ନିର୍ବାଚନରେ ପଙ୍କଜା ପରାଜିତ ହୋଇଥିଲେ । ତାଙ୍କ କକା ପୁଅ ଭାଇ ଧନଞ୍ଜୟ ମୁଣ୍ଡେ ଏନସିପି ଟିକେଟରେ ଛିଡା ହୋଇ ପଙ୍କଜାଙ୍କୁ ପରାସ୍ତ କରିଥିଲେ । 

ଯଦି ବିଜେପି ଛାଡନ୍ତି, କେଉଁ ଦଳକୁ ଯିବେ ?

ଏବେ ସବୁଠୁ ବଡ ଚର୍ଚ୍ଚା, ପଙ୍କଜା ଯିବେ କୁଆଡେ ? କକା ପୁଅ ଭାଇ ଧନଞ୍ଜୟ ମୁଣ୍ଡେ ଏନସିପିରେ ଅଛନ୍ତି । ତେଣୁ ପଙ୍କଜା ଏନସିପି କଦାପି ଯିବେନି । ସେହିପରି ବର୍ତ୍ତମାନ କଂଗ୍ରେସର ସ୍ଥିତି ଯାହା, 'ହାତ' ଧରିବାକୁ ସେ ଉଚିତ ମଣିବେନାହିଁ । ଏପରିସ୍ଥଳେ ପଙ୍କଜା ଶିବସେନାରେ ସାମିଲ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । 

ତେବେ ଆସନ୍ତା ୧୨ ତାରିଖରେ ଦିବଙ୍ଗତ ନେତା ଗୋପୀନାଥ ମୁଣ୍ଡେଙ୍କ ଜନ୍ମଦିନ । ଏହି ଦିନ ହିଁ ପଙ୍କଜା କିଛି ନିଷ୍ପତ୍ତି ନେଇପାରନ୍ତି । ପୂର୍ବରୁ ଫେସବୁକ ମାଧ୍ୟମରେ ଏନେଇ ସୂଚନା ମଧ୍ୟ ଦେଇ ସାରିଛନ୍ତି । 

ଆହୁରି ପଢନ୍ତୁ; ୮୦ଘଣ୍ଟା ମୁଖ୍ୟମନ୍ତ୍ରୀ ହେବା ପଛରେ କ'ଣ ଥିଲା ଅସଲ ଉଦ୍ଦେଶ୍ୟ ? ବିଜେପି ସାଂସଦ କଲେ ଖୁଲାସା