• ଆମେରିକାରେ ଆରମ୍ଭ ହେଲା ବାଇଡେନ୍ ଶାସନ
  • ୪୬ତମ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ୍
  • ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ
  • ପରୀ ହତ୍ୟା ମାମଲା: ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲା ଗଲା ଚିଲଡ୍ରେନ କୋର୍ଟ
  • ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା; ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ରଙ୍କୁ ଆଗୁଆ ଜାମିନ୍
  • ଗୁରୁବାରଠୁ ବିନା କଟକଣାରେ ଜଗା ଦର୍ଶନ
  • ଅଭିଭାବକଙ୍କୁ ଆଶ୍ୱସ୍ତି; ରାଜ୍ୟରେ କୋହଳ ହେଲା ଘରୋଇ ସ୍କୁଲ ଫି'
  • ୭ଟି ସ୍ଲାବରେ ଘରୋଇ ସ୍କୁଲ ଫି' ଛାଡ ନିଷ୍ପତ୍ତି
  • LICj MD ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ଓଜନ କମାଇବ ଅମୃତଭଣ୍ଡା, ପଢନ୍ତୁ ଓ ଜାଣନ୍ତୁ କିପରି

ଓଜନ କମ୍ କରିବାକୁ ଚାହୁଁଛନ୍ତି, ତେବେ ଅମୃତଭଣ୍ଡା କରିପାରିବ ଆପଣଙ୍କୁ ସାହାଯ୍ୟ...

ଓଜନ କମାଇବ ଅମୃତଭଣ୍ଡା, ପଢନ୍ତୁ ଓ ଜାଣନ୍ତୁ କିପରି
ସୌଜନ୍ୟ: ସୋସିଆଲ ମିଡିଆ

ତ୍ରିବେଣୀ ମହାପାତ୍ର, ଭୁବନେଶ୍ୱର: ଅଧିକାଂଶ ସମୟରେ ଲୋକେ ଓଜନ ବଢୁଥିବା କାରଣରୁ ଚିନ୍ତାଗ୍ରସ୍ତ ହୋଇଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଅମୃତଭଣ୍ଡା ଖାଇବା ଦ୍ୱାରା ଓଜନ କମ୍ ହେବାରେ ସହାୟକ ହୋଇଥାଏ ।

ଯଦି ଆପଣ ସେହି ଲୋକମାନଙ୍କ ମଧ୍ୟରେ ହୋଇଥାନ୍ତି ଯେଉଁମାନେ ନିଜର ଓଜନ କମ୍ କରିବାକୁ ଚାହୁଁଛନ୍ତି ଏବଂ ନିଜର ଓଜନକୁ ନେଇ ଦୁଃଖିତ ଅଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ଡାଏଟରେ କିଛି ପରିବର୍ତ୍ତନ କରିବାକୁ ପଡିବ । ଅମୃତଭଣ୍ଡାକୁ ଆପଣ ନିଜ ଡାଏଟରେ ସାମିଲ କରି ନିଜର ଓଜନ କମାଇ ପାରିବେ । ଅମୃତଭଣ୍ଡାରେ ଆଣ୍ଟିଅକ୍ସିଡେଣ୍ଟ୍ ଓ ମିନେରାଲ୍ ଅଧିକ ଥିବା ବେଳେ କ୍ୟାଲୋରୀର ମାତ୍ରା କମ୍ ଥାଏ । ଚାଲନ୍ତୁ ଜାଣିବା ଅମୃଭଣ୍ଡା କିପରି କରିଥାଏ ଆପଣଙ୍କ ଓଜନ କମ୍ କରିବାରେ ସାହଯ୍ୟ ।

ଓଜନ କମ୍ କରିବାରେ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ଶରୀରକୁ ପୋଷକ ଦେବା ସହ ଓଜନ କମ୍ କରନ୍ତୁ । ଅମୃତଭଣ୍ଡା ଏଷ୍ଟ୍ରା କ୍ୟାଲୋରୀକୁ କମ୍ କରିବାରେ ସହାୟକ ହୋଇଥାଏ । ଅମୃତଭଣ୍ଡା ଶରୀରରେ ଖରାପ ପଦାର୍ଥକୁ ନଷ୍ଟ କରିଥାଏ ତାହା ନୁହେଁ ଶରୀରରେ ମେଟବୋଲେଜିମ୍ କୁ ନିୟନ୍ତ୍ରୀତ କରିଥାଏ ।ଏଥିସହ ପାଚକ ପ୍ରକ୍ରିୟାକୁ ସୂଚାରୁ କରିବାରେ ମଧ୍ୟ ସହାୟକ ହୋଇଥାଏ ।

କେତେକ ପରୀକ୍ଷାରୁ ଏହା ମଧ୍ୟ ଜଣାପଡିଛି କି ଅମୃତଭଣ୍ଡା ମଞ୍ଜି ଶରୀରରେ ଅତିରିକ୍ତ ବାସାକୁ ଅବଶୋସିତ କରିବାରେ ପ୍ରତିବନ୍ଧକ କରିଥାଏ । ଯାହା ଦ୍ୱାରା ଓଜନ ବଢିବା ଓ ଫୁଲିବା ସମସ୍ୟାର ସମାଧାନ ହୋଇଥାଏ । କଞ୍ଚା ଓ ପେଷ୍ଟ କରି ଏହି ମଞ୍ଜିକୁ ଖାଇବା ଦ୍ୱାରା ଶରୀରକୁ ଏହା ସେଫ୍ ଦେବାରେ ବହୁ ସହାୟକ କରିଥାଏ ।  

ଆପଣ ଓଜନ କମ୍ କରିବାକୁ ପ୍ଲାନ୍ କରିଛନ୍ତି ତେବେ ନିୟମିତ ଅମୃତଭଣ୍ଡା ଖାଆନ୍ତୁ । ଆପଣ ସକାଳ ଖାଇବା, ଅପରାହ୍ଣ ଖାଇବା ସହ ରାତିରେ ଖାଇବାରେ କିଛି ମାତ୍ରାରେ ଅମୃତଭଣ୍ଡା ଖାଇବା ଆବଶ୍ୟକ।ଆପଣ ଅମୃତଭଣ୍ଡାର ସାଲଟ୍ ବନାଇ ମଧ୍ୟ ଖାଇପାରିବେ ।ଏଥିସହ ଅମୃତଭଣ୍ଡାର ରସ ସେବନ କରିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ । ତେବେ ଅମୃତଭଣ୍ଡା ସେହି ଲୋକଙ୍କର ପ୍ରିୟ, ଯେଉଁମାନେ ଓଜନ୍ କମ୍ କରିବାକୁ ଅମୃତଭଣ୍ଡାକୁ ଆପଣେଇ ଥାନ୍ତି ।