କାଜାକିସ୍ତାନରେ ବଡ ଧରଣର ବିମାନ ଦୁର୍ଘଟଣା, ୧୪ ମୃତ
ଆକାଶକୁ ଦୁଃଖ ଦେଲା ୨୦୧୯ର ଶେଷ ସମୟ । କାଜାକିସ୍ତାନର ଅଲମାଟୀରେ ବଡ ଧରଣର ବିମାନ ଦୁର୍ଘଟଣା ।
Trending Photos
)
କାଜାକିସ୍ତାନ: କାଜାକିସ୍ତାନର ଅଲମାଟୀରେ ବଡ ଧରଣର ବିମାନ ଦୁର୍ଘଟଣା । ଏକ ଦୁଇ ମହଲା ବିଶିଷ୍ଟ କୋଠାରେ ଧକ୍କା ହେବା ଫଳରେ ଯାତ୍ରାବାହୀ ବିମାନ ଦୁର୍ଘଟଣା ଘଟିଛି । ଫଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଆସୁଛି । ବିମାନରେ ୧୦୦ ଲୋକ ଥିଲେ ବୋଲି ସୂଚନା ମିଳିଛି ।
ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ସକାଳେ ଦୁର୍ଘଟଣାର ଶିକାର ହୋଇଛି ବ୍ରେକ ଏୟାର କମ୍ପାନୀର ଯାତ୍ରୀବାହି ବିମାନ । ବିମାନରେ ୯୫ ଜଣ ଯାତ୍ରୀ ଏବଂ ୫ ଜଣ କ୍ରୁ ମେମ୍ବର ଥିଲେ । ତେବେ ବିଭାଗୀୟ ଅଧିକାରୀଙ୍କ ସୂଚନା ମୁତାବକ ଏହି ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଅଞ୍ଚଳକୁ ଉଦ୍ଧାରକାରୀ ଦଳକୁ ପଠାଯାଇଛି ।
Kazakhstan plane crash: 14 killed as Bek Air flight crashes during take-off near Almaty airport
Read @ANI Story | https://t.co/B1vQmIS31M pic.twitter.com/WrH2xUspNE
— ANI Digital (@ani_digital) December 27, 2019
ଯାହା କୁହାଯାଉଛି, ଦୁର୍ଘଟଣା ବେଳେ ବିମାନଟି ଅଲମାଟୀ ବିମାନ ବନ୍ଦରର ଅତି ନିକଟରେ ଉଡୁଥିଲା । ଯେଉଁଥିପାଇଁ ଦୁଇ ମହଲା ବିଶିଷ୍ଟ ଏକ କୋଠାରେ ଏହାର ଧକ୍କା ହୋଇଥିଲା । ବିମାନର ଗୋଟିଏ ଡେଣା କୋଠାରେ ମାଡ ହୋଇଥିବା କୁହାଯାଉଛି । ସ୍ଥାନୀୟ ସମୟ ଅନୁସାରେ ସକାଳ ୭.୨୨ ମିନିଟରେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ଯୋଗୁଁ କିଛି ସ୍ଥାନୀୟ ଲୋକ ମଧ୍ୟ ଆହତ ହୋଇଥିବା ଜଣାପଡିଛି ।
ତେବେ କେଉଁ କାରଣରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ସେନେଇ ତଦନ୍ତ ହେବ । କାହିଁକି ବିମାନଟି ଏତେ ପାଖରେ ଉଡାଣ ଭରୁଥିଲା, ତାକୁ ନେଇ ତଦନ୍ତ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।
ଆହୁରି ପଢନ୍ତୁ; ଅଭୁଲା-19: ଏହି ତୁଙ୍ଗ ନେତାଙ୍କୁ ହରାଇଛି ଦେଶ
More Stories