ସମୟସାରଣୀ ପରିବର୍ତ୍ତନ ନେଇ ଭାରତୀୟ ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି |
Trending Photos
)
ନୂଆଦିଲ୍ଲୀ: ଲକଡାଉନ ଖୋଲିବା ପରେ ଏବେ ଦେଶରେ ଅନଲକ1 ଲାଗୁ ହୋଇଛି | ଏହା ମଧ୍ୟରେ ଭାରତୀୟ ରେଳବାଇ ପକ୍ଷରୁ ସମୟସାରଣୀ ପରିବର୍ତ୍ତନ ନେଇ ଘୋଷଣା କରାଯାଇଛି | ଯାହା ଫଳରେ ଉତ୍ତର ଏବଂ ବିହାରରୁ ଚଳାଚଳ କରୁଥିବା କେତେକ ଟ୍ରେନରେ କେତେକ ପରିବର୍ତ୍ତନ ହୋଇପାରେ | ରେଳ ବିଭାଗ ପକ୍ଷରୁ ଏହା ସହ ଜଡିତ ଲୋକଙ୍କୁ ଏ ବାବଦରେ ଅବଗତ କରାଯାଇଛି | ନୂଆ ସମୟସାରଣୀ ଆସନ୍ତା ଜୁଲାଇ ପହିଲାରୁ ଲାଗୁ ହେବ |
ରେଳବିଭାଗ ପକ୍ଷରୁ ସଦ୍ୟ ଦିଆଯାଇଥିବା ସୂଚନା ମୁତାବକ ବିହାରର ମୁଜ୍ଜାଫରପୁରରୁ ଗୁଜୁରାଟର ଅହମ୍ମଦାବାଦ ମଧ୍ୟରେ ଚଳାଚଳ କରୁଥିବା ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି | ରେଳବାଇ ପକ୍ଷରୁ ୦୯୦୮୩ ଏବଂ ୦୯୦୮୪ ଟ୍ରେନର ସମୟକୁ ବଦଳାଯାଇଛି | ପଶ୍ଚିମ-ମଧ୍ୟ ରେଳବାଇ(west-central railway)ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗୁଜୁରାଟର ଅହମ୍ମଦାବାଦରୁ ଉତ୍ତର ପ୍ରଦେଶର ଗୋରଖପୁର ମଧ୍ୟରେ ଚଳାଚଳ କରୁଥିବା ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି | ଟ୍ରେନ ନଂ ୦୯୦୮୯ ଏବଂ ୦୯୦୯୦ ଚଳାଚଳ ସମୟ ଏବଂ ଷ୍ଟେସନରେ ଅଟକି ସମୟକୁ ବଦଳାଯାଇଛି | ଯାତ୍ରୀ ଏହି ଟ୍ରେନର ଟିକେଟ ବୁକ କରିବା ସମୟରେ ଏହାକୁ ଧ୍ୟାନରେ ରଖନ୍ତୁ |
ଗତବର୍ଷ କେନ୍ଦ୍ରୀୟ କ୍ୟାବିନେଟରୁ ପୁନର୍ଗଠନ ମଞ୍ଜୁରୀ ମିଳିବା ପରେ ୮ଟି ବିଭାଗୀୟ ସେବାକୁ 'ଭାରତୀୟ ରେଳ ପ୍ରବନ୍ଧନ ସେବା' ମାଧ୍ୟମରେ ଏକୀକୃତ କରିବାକୁ ନୂଆ ପ୍ରୟାସ କରାଯାଇଛି | ଏହା ସହିତ ରେଳବାଇରେ ମଧ୍ୟ ବିମାନବନ୍ଦର ଭଳି ବ୍ୟବସ୍ଥା ଲାଗୁ କରାଯିବା ପ୍ରସ୍ତାବ ରହିଛି | ଟିକେଟ ସଂରକ୍ଷଣକୁ(ticket reservation) କାଗଜ ବିହୀନ(paperless) କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି | ଯାତ୍ରୀଙ୍କୁ ମୋବାଇଲ୍ କିମ୍ବା ଇମେଲରେ ଟିକେଟ୍ ପଠାଯିବ |
ଏହା ପରେ ଯାତ୍ରୀ ଯଦି ଚାହିଁବେ ନିଜ ଟିକେଟ ଛାପି(ticket printing) ପାରିବେ | ଅର୍ଥାତ ରେଳବାଇ ପକ୍ଷରୁ ଆଉ କାଗଜ ଟିକେଟ ଦିଆଯିବ ନାହିଁ | ଏହାସହିତ ଆଗତ ପ୍ରସ୍ତାବରେ ଆକାଉଣ୍ଟ୍ସ, କମର୍ସିଆଲ, ଇଲେକଟ୍ରିକାଲ, ଟେକ୍ନିକାଲ, ଇଞ୍ଜିନିୟରିଂ, ମେଡିକାଲ, ପର୍ସନାଲ, ଅପରେଟିଂ, ଷ୍ଟୋର, ସିଗନାଲ୍ ଏବଂ ଟେଲିକମ୍ୟୁନିକେସନ ବିଭାଗର ମୁଖ୍ୟ ପଦ ସମେତ ଏବଂ ଅନ୍ୟାନ୍ୟ ପଦବୀର ମିଶ୍ରଣ ଅନ୍ତର୍ଭୁକ୍ତ ରହିଛି |