'Cannot'ରୁ ଧରାପଡ଼ିଥିଲା ପାଟଣାଗଡ଼ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ: ଅରୁଣ ବୋଥ୍ରା
Advertisement
Article Detail0/zeeodisha/odisha611904

'Cannot'ରୁ ଧରାପଡ଼ିଥିଲା ପାଟଣାଗଡ଼ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ: ଅରୁଣ ବୋଥ୍ରା

ନିକଟରେ ରିଲିଜ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଓଡ଼ିଆ ଫିଲ୍ମ ପାଟଣାଗଡ଼  

ଫାଇଲ ଫଟୋ

ଶୁଭଦ୍ରା ବେହେରା, ନୂଆଦିଲ୍ଲୀ: ୨୦୧୮ ଫେବ୍ରୁଆରୀ ୧୮ତାରିଖରେ ପାଟଣାଗଡର ସୌମ୍ୟ ଶେଖର ସାହୁ ଓ ରୀମା ସାହୁଙ୍କ ବାହାଘର ହୋଇଥିଲା । ବାହାଘରର ୫ ଦିନ ପରେ ଅର୍ଥାତ ୨୩ ଫେବୃୟାରୀରେ ତାଙ୍କ ଘରକୁ ଏକ ପାର୍ସଲ ଆସିଥିଲା । ଯାହାକୁ ଖୋଲିବା ପରେ ଏକ ବଡ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ନବ ବିବାହିତ ସୌମ୍ୟ ଓ ତାଙ୍କ ଜେଜେ ମାଙ୍କର ମୃତ୍ୟୁ ହୋଇଥିବା ବେଳେ ରୀମା ଗୁରୁତର ହୋଇଥଲେ । ଘଟଣାଟି ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଘଟଣା ଘଟିବାର ୨ ମାସ ଭିତରେ କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା । ତେବେ କ୍ରାଇମବ୍ରାଞ୍ଚକୁ ପୁଞ୍ଜିଲାଲକୁ ଧରିବା ପାଇଁ ବହୁ କସରତ କରିବାକୁ ପଡ଼ିଥିଲା । ରାଜ୍ୟ ଏବଂ ରାଜ୍ୟ ବାହାରେ ପୋଲିସର ସ୍ୱତନ୍ତ୍ର ଟିମ ଛାନଭିନ କରିଥିଲେ ।

 ହେଲେ ଆପଣ ଜାଣିଛନ୍ତି ପୁଞ୍ଜିଲାଲ କେମିତି ଧରାପଡ଼ିଥିଲା । କେଉଁ କାରଣରୁ ପୁଞ୍ଜିଲାଲ ଉପରେ କ୍ରାଇମବ୍ରାଞ୍ଚର ସନ୍ଦେହ ସୃଷ୍ଟି ହୋଇଥିଲା ।

୨୩ ଫେବୃଆରୀରର ଘଟଣା ପରେ ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ପାର୍ସଲ ବୋମା ଦ୍ୱାରା ୨ ଜଣଙ୍କ ଜୀବନ ଯିବା ଏହା ରାଜ୍ୟରେ ପ୍ରଥମ । ପୂର୍ବରୁ ଏମିତି କେବେ ହୋଇ ନ ଥିଲା । ଅପ୍ରେଲ ୨୫ ୨୦୧୮ରେ ସବୁ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ଥିଲା ପାର୍ସଲ ବୋମାର ମୁଖ୍ୟ ଅଭିୟୁକ୍ତ ପୁଞ୍ଜିଲାଲ ଧରାପଡ଼ିବା ଘଟଣା । ୨ ମାସର କସରତ ପରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିଲା ସଫଳତା । ତେବେ କେମିତି କ୍ରାଇମବ୍ରାଞ୍ଚର ପଏଣ୍ଟର ପୁଞ୍ଜିଲାଲ ଉପରକୁ ଯାଇଥିଲା ପଢନ୍ତୁ ଏହି ରିପୋର୍ଟ

fallback

କ୍ରାଇମବ୍ରାଞ୍ଚ ଇନଭେଷ୍ଟିଗେସନ ପାର୍ଟ - ୧

ଇନଭେଷ୍ଟିଗେସନ ଦାୟିତ୍ୱ ଥିଲା ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ହାତରେ ।. ଅପରାଧିକୁ ଧରିବା ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରେ କସରତର କରୁଥିଲା କ୍ରାଇମବ୍ରାଞ୍ଚ । ବେଙ୍ଗାଲୁରୁରୁ ରାୟପୁର ସବୁଠି ଚାଲିଥିଲା ଖୋଳତାଡ଼ ହେଲେ ହାତରେ ଲାଗିନଥିଲା କିଛି ଠୋସ ପ୍ରମାଣ । 

ଅପ୍ରେଲରେ ବଲାଙ୍ଗୀର ଏସପିଙ୍କ ପାଖରେ ପହଞ୍ଚିଥିଲା ଏକ ବେନାମୀ ଚିଠି ଆଉ ତା ପରେ କ୍ରାଇମବ୍ରାଞ୍ଚକୁ ମିଳିଥିଲା ଇନଭେଷ୍ଟିଗେସନର ନୂଆ ଦିଶା । ଚିଠିରେ ଲେଖାଥିଲା ଏମିତି କିଛି ଶବ୍ଦ ଯାହା କ୍ରାଇମବ୍ରାଞ୍ଚ ମନରେ ସୃଷଟି କରିଥିଲା ଅନେକ ପ୍ରଶ୍ନ । ବଲାଙ୍ଗୀର ଏସପିଙ୍କ ପାଖକୁ ଆସିଥିବା ଇଂରାଜୀ ଚିଠିରେ CANNOT ଶବ୍ଦର ପ୍ରୟୋଗ କରାଯାଇଥିଲା । (  can not ଶବ୍ଦକୁ ସାଧାରଣତଃ ଲୋକେ ବ୍ୟବହାର କରି ନ ଥାନ୍ତି, କେବଳ ଇଣ୍ଟେଲେକଚ୍ୟୁଆଲ , ପ୍ରଫେସର ଏବଂ ହାଇ କ୍ୱାଲିଫାଏଡ ଏବଂ ଇଂରାଜୀ ଉପରେ ଅଧିକ ଜ୍ଞାନ ଥିବା ଲୋକେ ହିଁ CAN NOT ବ୍ୟବହାର କରିଥାନ୍ତି )  ଏହି ଶବ୍ଦ ହିଁ ଖୋରାକ ଯୋଗାଇଥିଲା ଇନଭେଷ୍ଟିଗେସନ ଆଗକୁ ବଢାଇବାରେ । କ୍ରାଇମବ୍ରାଞ୍ଚର ସନ୍ଦେହ ତାଲିକାର ବହୁ ତଳେ ଥିବା ପୁଞ୍ଜିଲାଲ ଆସିଯାଇଥିଲା କ୍ରାଇମବ୍ରାଞ୍ଚର ନିଶାନାକୁ ।

fallback

କ୍ରାଇମବ୍ରାଞ୍ଚ ଇନଭେଷ୍ଟିଗେସନ ପାର୍ଟ - 2 

ପର୍ସନାଲ ଫାଇଲର ତଥ୍ୟ ହିଁ ସ୍ପଷ୍ଟ ଖୋଲିଥିଲା ପୁଞ୍ଜିଲାଲର ମୁଖା । ଚିଠି ପାଇବା ପରେ ପୁଞ୍ଜିଲାଲ କାମ କରୁଥିବା କଲେଜରେ ଖୋଳତାଡ଼ କରିଥିଲା କ୍ରାଇମବ୍ରାଞ୍ଚ । କଲେଜରେ ଥିବା ଚିଠି, ଦରଖାସ୍ତ ଏବଂ ପୁଞ୍ଜିଲାଲର ଫାଇଲ ସବୁର ଖୋଳତାଡ଼ ହେଇଥିଲା । ପୁଞ୍ଜିଲାଲର କଲେଜରେ ଥିବା ଦରଖାସ୍ତର ଫଣ୍ଟ ସାଇଜ, ସ୍ପେସିଂ, ଲାଇନିଂ ଆଉ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିବା ଚିଠିର ଫଣ୍ଟ ସାଇଜ, ସ୍ପେସି, ଲାଇନିଂ ସବୁ ସମାନ ଥିଲା । ଏଥିସହ ଚିଠିଟି ସମ୍ପୂର୍ଣ୍ଣ ଇଂଗ୍ରାଜୀରେ ଥିଲା । ଜଣେ କ୍ରାଇମବ୍ରାଞ୍ଚର ଅଫିସରଙ୍କ ତଥ୍ୟ ଅନୁଯାୟୀ " ପାଟଣାଗଡ଼ ଅଞ୍ଚଳରେ ଏତେ ଭଲ ଇଂଗ୍ରାଜୀ ଲେଖିବା ଲୋକ ଖୁବ କମ୍ , ଜଣେ ଏତେ ସ୍ପଷ୍ଟ ଆଉ ଭଲ ଇଂଗ୍ରାଜୀ ଲେଖିପାରୁଥିବା ମଣିଷ ନିଶ୍ଚୟ କେହି ଶିକ୍ଷିତ ବ୍ୟକ୍ତି ହିଁ ହୋଇଥିବ " ଏହା ପରେ କ୍ରାଇମବ୍ରାଞ୍ଚର ସବୁଠୁ ତଳ ଲିଷ୍ଟରେ ଥିବା ପୁଞ୍ଜିଲାଲ ଉପରେ ସନ୍ଦେହ ଦୃଢୀଭୂତ ହୋଇଥିଲା, କାହିଁକି ନା କ୍ରାଇମବ୍ରାଞ୍ଚର ସନ୍ଦେହ ଘେରରେ ଥିବା ଲିଷ୍ଟରେ ପୁଞ୍ଜିଲାଲ ହିଁ ଏକ ମାତ୍ର ୱେଲ ଏଜୁକେଟେଡ ଏବଂ ଇଂଗ୍ରାଜୀ ପ୍ରଫେସର ଥିଲା । ପୁଞ୍ଜିଲାଲ ଇଂରାଜୀ ପ୍ରଫେସର ଭାବେ ଗୋଟିଏ କଲେଜରେ ମୃତ ସୌମ୍ୟଙ୍କ ମାଆଙ୍କ ସହ କାମ କରୁଥିଲେ . ପୁଞ୍ଜିଲାଲର କଲେଜ୍ କୁ ଯାଇ ପୁଞ୍ଜିଲାଲର ପୂର୍ବ ଚିଠିକୁ ଯାଞ୍ଚ କରିଥିଲା କ୍ରାଇମବ୍ରାଞ୍ଚ, କଲେଜରେ ଦାଖଲ କରିଥିବା ପୁଞ୍ଜିଲାଲର ରେକର୍ଡକୁ ଅନୁଧ୍ୟାନ କରିବାପରେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିଲା ଯେ ବେନାମି ଚିଠି ଏବଂ ପୁଞ୍ଜିଲାଲର ରେକର୍ଡରେ ଥିବା ଲେଖାର ଫଣ୍ଟ ଏବଂ ଲେଖା ଷ୍ଟାଇଲ୍ ସମାନ ବୋଲି , ଏହାପରେ ପୁଞ୍ଜିଲାଲକୁ ଆରମ୍ଭ ହୋଇଥିଲା ଇଣ୍ଟରୋଗେସନ  । 

fallback

କ୍ରାଇମବ୍ରାଞ୍ଚ : ଏହି ଚିଠି କିଏ ଲେଖିଛି ?

ପୁଞ୍ଜିଲାଲ : ମୋତେ ଜଣେ ଏହି ଚିଠି ଦେଲେ ପୋଷ୍ଟ କରିବାପାଇଁ । ମୋତେ ମାରିଦେବା ପାଇଁ ଧମକ ଦେଲେ । ତେଣୁ ମୁଁ ଚିଠିଟି ପୋଷ୍ଟ କଲି ।

କ୍ରାଇମବ୍ରାଞ୍ଚ : ତୁମକୁ ଚିଠି ଖୋଲା ଅବସ୍ଥାରେ ମିଳିଥିଲା ନାଁ ବନ୍ଦ ଅବସ୍ଥାରେ ।

ପୁଞ୍ଜିଲାଲ : ବନ୍ଦ ଅବସ୍ଥାରେ ମିଳିଥିଲା ଚିଠି 

କ୍ରାଇମବ୍ରାଞ୍ଚ :  ତାହେଲେ ଚିଠି ଭିତରେ ତୁମ ଡିଏନଏର ପ୍ରୁଫ କେମିତି ମିଳିଲା ?

ପୁଞ୍ଜିଲାଲ : ହଁ ଖୋଲା ଅବସ୍ଥାରେ ମିଳିଥିଲା , ମୁଁ ତାକୁ ବନ୍ଦ କରିଦେଇଥିଲି

ଆଉ ତାପରେ ଉତ୍ତରର ପାର୍ଥକ୍ୟ ଦେଖି କ୍ରାଇମବ୍ରାଞ୍ଚ ଜାଣିପାରିଥିଲା ପୁଞ୍ଜିଲାଲ ହିଁ ମୁଖ୍ୟ ଅଭିଯୁକ୍ତ ଆଉ ତାପରେ ଲାଗି ପଡ଼ିଥିଲା କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମୁହଁରୁ ସତ ଓଗାଳିବା ପାଇଁ । ନିଜ ଦୋଷ ସ୍ୱୀକାର କରିବା ପରେ ପ୍ରମାଣ ଯୋଗାଡ଼ ପାଇଁ ଖୋଳତାଡ଼ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚ । ପୁଞ୍ଜିଲାଲର ଲାପଟପକୁ ସିଲ କରିବା ସହିତ ଲେଖାଯାଇଥିବା ଚିଠିକୁ ଖୋଜିବା ଆରମ୍ଭ କରିଥିଲା, ହେଲେ ଫାଇଲ ମିଳିଥିଲା ସତ କିନ୍ତୁ ସେଥିରେ ନ ଥିଲା କିଛି ଲେଖା । ସାଇବର ଟିମର ସହାୟତାରେ କ୍ରାଇମବ୍ରାଞ୍ଚ ଲାପଟପରୁ ଚିଠି ରିକଭର କରିବା ସହିତ ପ୍ରମାଣ କରି ଦେଇଥିଲା ଏହି ଚିଠି ପୁଞ୍ଜିଲାଲ ହିଁ ଲେଖିଛି, ଆଉ ତାପରେ କ୍ରାଇମବ୍ରାଞ୍ଚର ସବୁଠୁ ତଳ ଲିଷ୍ଟରେ ଥିବା ପୁଞ୍ଜିଲାଲକୁ ଧରିବାରେ ସଫଳ ହୋଇଥିଲା କ୍ରାଇମବ୍ରାଞ୍ଚ । ସ୍ୱତନ୍ତ୍ର ସାକ୍ଷାତକାରରେ ଜୀ ଓଡ଼ିଶାକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି ଆଇପିଏସ ଅରୁଣ ବୋଥ୍ରା ।