ଆଜି ମୋଦିଙ୍କୁ ଭେଟିବେ ଶରଦ ପାୱାର, ଶିବସେନା ଛାତି ଧଡଧଡ !
trendingNow,recommendedStories0/zeeodisha/odisha598884

ଆଜି ମୋଦିଙ୍କୁ ଭେଟିବେ ଶରଦ ପାୱାର, ଶିବସେନା ଛାତି ଧଡଧଡ !

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଏନସିପି ମୁଖ୍ୟ ଶରଦ ପାୱାର । ସେ ଚାଷୀଙ୍କ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟୁଥିବା କୁହାଯାଉଛି । ହେଲେ ଏହାକୁ ମଧ୍ୟ କେହି କେହି 'ମହା' ନାଟକର ଅଂଶ ବିଶେଷ ବୋଲି ଅନୁମାନ କରୁଛନ୍ତି । ଆଉ ମୋଦି-ପାୱାର ଭେଟଘାଟକୁ ନେଇ ଶିବସେନା ଛାତି ଧଡଧଡ ହେବା ଆରମ୍ଭ କରିଦେଲାଣି !

ଆଜି ମୋଦିଙ୍କୁ ଭେଟିବେ ଶରଦ ପାୱାର, ଶିବସେନା ଛାତି ଧଡଧଡ !

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଏନସିପି ମୁଖ୍ୟ ଶରଦ ପାୱାର । ସେ ଚାଷୀଙ୍କ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟୁଥିବା କୁହାଯାଉଛି । ହେଲେ ଏହାକୁ ମଧ୍ୟ କେହି କେହି 'ମହା' ନାଟକର ଅଂଶ ବିଶେଷ ବୋଲି ଅନୁମାନ କରୁଛନ୍ତି । ଆଉ ମୋଦି-ପାୱାର ଭେଟଘାଟକୁ ନେଇ ଶିବସେନା ଛାତି ଧଡଧଡ ହେବା ଆରମ୍ଭ କରିଦେଲାଣି !

ଏନସିପି ମୁଖପାତ୍ର ନୱାବ ମଲିକଙ୍କ କହିବା ମୁତାବକ, ବୁଧବାର ଅର୍ଥାତ ଆଜି ମଧ୍ୟାହ୍ନ ୧୨ଟାରେ ମୋଦିଙ୍କୁ ଶରଦ ପାୱାର ସାକ୍ଷାତ କରିବେ । ସଂସଦରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ । ଯଦିଓ ଏହାକୁ ଚାଷୀ ସମସ୍ୟା ନେଇ ଆଲୋଚନା ବୋଲି କୁହାଯାଉଛି, ତଥାପି ମଧ୍ୟ ଶିବସେନା ମଧ୍ୟରେ ଛନକା ପଶିବା ସ୍ୱାଭାବିକ । ମହାରାଷ୍ଟ୍ରରେ ସର୍ବାଧିକ ୧୦୫ ଆସନ ପାଇଥିବା ବିଜେପି ଯେ ସହଜରେ ବିରୋଧୀ ଦଳ ଆସନରେ ବସିବାକୁ ଗ୍ରହଣ କରିନେବ, ଏକଥା ଗ୍ରହଣ ଯୋଗ୍ୟ ନୁହେଁ । 

ଦୁଇ ଦିନ ପୂର୍ବରୁ ବିଜେପି-ଏନସିପି ମଧ୍ୟରେ ମେଣ୍ଟ ହେବାର ସମ୍ଭାବନାଟିଏ ଦେଖିଥିଲେ ରାଜନୈତିକ ବିଶ୍ଳେଷକ । ସଂସଦରେ ବିଜେଡି ଓ ଏନସିପିକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସାରେ ପୋତି ପକାଇବା ଘଟଣାରୁ ଏହି ସମ୍ଭାବନା ସୃଷ୍ଟି ହୋଇଥିଲା । ସଂସଦରେ ବିଜେଡି ଏବଂ ଏନସିପି ବେଶ ଶୃଙ୍ଖଳିତ ବୋଲି ଅବିହିତ କରିଥିଲେ ପ୍ରଧାନମନ୍ତ୍ରୀ । 

ଆଉ ଆଜି ଯେତେବେଳେ ଏନସିପି ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରୁଛନ୍ତି,  ମହାରାଷ୍ଟ୍ର ଗଣିତ ଉପରେ ମଧ୍ୟ ଆଲୋଚନା ହୋଇପାରେ ବୋଲି କେହି କେହି ଅନୁମାନ କଲେଣି । ଯଦିଓ ବିଜେପି ସହ ମେଣ୍ଟ କରିବେ ନାହିଁ ବୋଲି ଶରଦ ପୂର୍ବରୁ ସ୍ପଷ୍ଟ କରିଛନ୍ତି, ତଥାପି ମଧ୍ୟ ରାଜନୀତିରେ ସବୁ ସମ୍ଭବ । ଦୁଧିଆଳି ବିଭାଗ, ଉପ ମୁଖ୍ୟମନ୍ତ୍ରୀ ଆସନ ଇତ୍ୟାଦି ଲୋଭରେ ଏନସିପି ବିଜେପି ମୁହାଁ ହୋଇଯିବନି ତ ? 

ସେପଟେ ଆଜି ଅପରାହ୍ନ ୪ଟାରେ ଦିଲ୍ଲୀରେ କଂଗ୍ରେସ ଓ ଏନସିପି ମଧ୍ୟରେ ବୈଠକ ବସୁଛି । ଏଥିରେ ଶିବସେନା ସହ ମେଣ୍ଟ ନେଇ ଚୁଡାନ୍ତ ନିଷ୍ପତ୍ତି ନିଆଯାଇପାରେ । ରାଷ୍ଟ୍ରପତି ଶାସନ ଜାରି ହୋଇଗଲା, ହେଲେ ନିଷ୍ପତ୍ତି ସ୍ପଷ୍ଟ କରିପାରିନାହାନ୍ତି କଂଗ୍ରେସ ଓ ଏନସିପି । ଆଜିର ବୈଠକରେ କିଛି ନିଷ୍ପତ୍ତି ହୋଇପାରେ ବୋଲି ଆଶା କରାଯାଉଛି । 

ଅନ୍ୟପଟେ ଆଜି ପୁଣି ଫୁଟାଣି ମାରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ଡିସେମ୍ବର ପୂର୍ବରୁ ସରକାର ଗଠନ ହେବ ବୋଲି କହିଛନ୍ତି ସଞ୍ଜୟ । ଗତ ୧୦ରୁ ୧୫ ଦିନ ହେଲା ସରକାର ଗଠନ ପାଇଁ ବହୁ ପ୍ରତିବନ୍ଧକ ଥିଲା । ହେଲେ ଏବେ ଏହାର ସମାଧାନ ହୋଇସାରିଛି । 

ଆସନ୍ତା ୫ରୁ ୬ ଦିନ ଭିତରେ ସରକାର ଗଠନ ନେଇ ସମସ୍ତ ପ୍ରକ୍ରିୟା ଶେଷ ହେବ । ଆସନ୍ତାକାଲି ଅପରାହ୍ନରେ ସରକାର ଗଠନର ପୁରା ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ସଞ୍ଜୟ ରାଉତ ।

ଆହୁରି ପଢନ୍ତୁ; ଛଅ ବର୍ଷ ବିଜେପି ଶାସନରେ 'ସୁପର୍ ଚିଫ୍ ମିନିଷ୍ଟର' ରାଜ୍ୟପାଳ !

 

 

Trending news