ସରକାର ଗଢ଼ିବା ପାଇଁ ଆମ ପାଖରେ ସଂଖ୍ୟା ବଳ ନାହିଁ: ଏନସିପି
Advertisement

ସରକାର ଗଢ଼ିବା ପାଇଁ ଆମ ପାଖରେ ସଂଖ୍ୟା ବଳ ନାହିଁ: ଏନସିପି

ମହାରାଷ୍ଟ୍ର ରାଜନୀତିରେ ପ୍ରତି ମୁହୂର୍ତ୍ତରେ ଆସୁଛି ପରିବର୍ତ୍ତନ । ସରକାର ଗଠନକୁ ନେଇ ରାଜନୈତିକ ଦଳଗୁଡିକ ମଧ୍ୟରେ ଚାଲିଛି ମାରାଥନ ବୈଠକ । ଏହି ବୈଠକରେ ଆଗାମୀ ସରକାର କିଏ ଗଢିବା ତାହା ଉପରେ ଚାଲିଛି ମାନସ ମନ୍ଥନ । ଏହି କ୍ରମରେ ସୋମବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ କରିଛନ୍ତି ଏନସିପି ମୁଖିଆ ଶରଦ ପାୱାର । ଏହା ସାକ୍ଷାତ ପରେ ପାୱାର ମହାରାଷ୍ଟ୍ରର ବର୍ତ୍ତମାନ ରାଜନୈତିକ ପରିସ୍ଥିତି ଉପରେ ନିଜର ମତ ରଖିଛନ୍ତି ।

ସରକାର ଗଢିବା ପାଇଁ ଆମ ପାଖରେ ସଂଖ୍ୟାବଳ ନାହିଁ: ଏନସିପି ଅଧ୍ୟକ୍ଷ ଶରଦ ପାୱାର

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ପ୍ରତି ମୁହୂର୍ତ୍ତରେ ଆସୁଛି ପରିବର୍ତ୍ତନ । ସରକାର ଗଠନକୁ ନେଇ ରାଜନୈତିକ ଦଳଗୁଡିକ ମଧ୍ୟରେ ଚାଲିଛି ମାରାଥନ ବୈଠକ । ଏହି ବୈଠକରେ ଆଗାମୀ ସରକାର କିଏ ଗଢିବା ତାହା ଉପରେ ଚାଲିଛି ମାନସ ମନ୍ଥନ । ଏହି କ୍ରମରେ ସୋମବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ କରିଛନ୍ତି ଏନସିପି ମୁଖିଆ ଶରଦ ପାୱାର । ଏହା ସାକ୍ଷାତ ପରେ ପାୱାର ମହାରାଷ୍ଟ୍ରର ବର୍ତ୍ତମାନ ରାଜନୈତିକ ପରିସ୍ଥିତି ଉପରେ ନିଜର ମତ ରଖିଛନ୍ତି ।

ଏହି ବୈଠକରେ ଶିବସେନାକୁ ସମର୍ଥନ ଦେବା ଉପରେ କୌଣସି ଚର୍ଚ୍ଚା ହୋଇ ନାହିଁ ବୋଲି କହିଛନ୍ତି ପାୱାର । ଏହାସହ ସେ କହିଛନ୍ତି ଯେ ଆମକୁ ଆଗକୁ କେମିତି ବଢିବାର ଅଛି, ତାହା ଉପରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ସରକାର ଗଢିବା ପାଇଁ ଆମ ପାଖରେ ଆବଶ୍ୟକୀୟ ସଂଖ୍ୟା ବଳ ନାହିଁ । ବିଜେପି ଓ ଶିବସେନା ଦୁହେଁ ମଜଭୁତ ସହଯୋଗୀ ରହି ଆସିଛି । ରାଜ୍ୟରେ ରାଷ୍ଟ୍ରପତି ଶାସନ ଚାହୁଁ ନାହାନ୍ତି ବୋଲି କହିଛନ୍ତି ଏନସିପି ପ୍ରମୁଖ ।

ଯେତେବେଳେ ପାୱାରଙ୍କୁ ପଚାରା ଯାଇଥିଲା ଯେ ଶିବସେନାର ସିଏମଙ୍କୁ ସମର୍ଥନ ପ୍ରଦାନ କରିବେ କି ? ଏହାର ଜବାବରେ ସେ କହିଛନ୍ତି ଯେ ଆମକୁ କେହି ପଚାରିବାକୁ ଆସି ନାହିଁ ତେବେ ଆମେ କଣ କହିବୁ । ଆମକୁ କେହି ଥରେ ପଚାରୁ । ଶରଦ ପାୱାର ସ୍ପଷ୍ଟ କରିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନାହାନ୍ତି ।

ଅନ୍ୟପକ୍ଷେ ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଦିଲ୍ଲୀରେ ପହଞ୍ଚି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ ସାକ୍ଷାତ କରିଛନ୍ତି । ସେହିପରି ବିଜେପି ମଧ୍ୟ ଏନସିପି ସମେତ ୫ ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥନ ପାଇଁ ପଛ ଦ୍ୱାର ଖୋଳି ଦେଇଛି ବୋଲି ଜଣାପଡିଛି ।  

ଚଳିତ ନିର୍ବାଚନରେ ମହାରାଷ୍ଟ୍ରର ୨୮୮ଟି ଆସନରୁ ବିଜେପିକୁ ୧୦୫, ଶିବସେନାକୁ ୫୬, ଏନସିପିକୁ ୫୪, କଂଗ୍ରେସକୁ ୪୪ ଓ ଅନ୍ୟାନ୍ୟକୁ ୨୯ଟି ଆସନ ମିଳିଛି । ୨୦୧୪ ବିଧାନସଭା ନିର୍ବାଚନରେ ଫଳାଫଳ ଅନୁସାରେ ବିଜେପିକୁ ୧୨୨, ଶିବସେନା ୬୩, କଂଗ୍ରେସ ୪୨ ଓ ଏନସିପିକୁ ୪୧ଟି ଆସନ ମିଳିଥିଲା । ଯଦି ଶିବସେନା, କଂଗ୍ରେସ ଓ ଏନସିପି ଏକାଠି ଆସିବେ ତେବେ ୧୬୦ଟି ଆସନ ହୋଇଯିବ । ଯାହା ସରକାର ଗଢିବା ପାଇଁ ଯଥେଷ୍ଟ ।