ପେଜାୱର ମଠର ୩୨ତମ ମହନ୍ତ ଥିଲେ ସ୍ୱାମୀଜୀ
Trending Photos
ନୂଆଦିଲ୍ଲୀ: କର୍ଣ୍ଣାଟକ ପେଜାୱର ମଠର ମହନ୍ତ ବିଶ୍ୱେଶ ତୀର୍ଥ ସ୍ୱାମୀଙ୍କ ପରଲୋକ । ୮୮ ବର୍ଷ ବୟସରେ ସେ ଇହଧାନ ତ୍ୟାଗ କରିଛନ୍ତି । ରବିବାର ସକାଳୁ ଉଡ଼ୁପୀ ମଠରେ ସେ ଶେଷଥର ପାଇଁ ନିଶ୍ୱାସ ନେଇଥିଲେ । ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ ବିଶ୍ୱେଶ ତୀର୍ଥ ସ୍ୱାମୀ । ସ୍ୱାସ୍ଥ୍ୟରେ ଅବନତି କାରଣରୁ ଗତ ୨୦ ତାରିଖରୁ କେଏମସି ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତାଙ୍କ ଇଚ୍ଛା ଅନୁସାରେ ତାଙ୍କୁ ରବିବାର ମଠକୁ ଅଣାଯାଇଥିଲା । ଆଉ ନିଜ ମଠରେ ହିଁ ସେ ଅନ୍ତିମ ଶ୍ୱାସ ନେଇଥିଲେ । ସ୍ୱାମୀଜୀଙ୍କ ମୃତ୍ୟୁ ପରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ବିଶ୍ୱେଶ ତୀର୍ଥ ସ୍ୱାମୀ ଗଭୀର ଭାବରେ ନିମୋନିଆରେ ଆକ୍ରାନ୍ତ ଥିଲେ । ତାଙ୍କୁ ଜୀବନ ରକ୍ଷାକାରୀ ଯନ୍ତ୍ରରେ ରଖାଯାଇଥିଲା । ମେଡିକାଲର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା ଜାରି ରଖିଥିଲେ । ତେବେ ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିନଥିଲା । ଶନିବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ମଧ୍ୟ ଡାକ୍ତରଖାନା ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।
Karnataka Chief Minister BS Yediyurappa on passing away of Pejavara Mutt Seer Vishwesha Teertha Swami: May Lord Krishna grant salvation to his soul. I would pray for the devotees to give them the strength to overcome their pain. https://t.co/bZxrLFd7fF pic.twitter.com/cGkJ5pjLue
— ANI (@ANI) December 29, 2019
ତେବେ ସ୍ୱାମୀଜୀଙ୍କ ମୃତ୍ୟୁ ଖବର ପାଇବା ପରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱାମୀଜୀ ସେହିମାନଙ୍କ ହୃହୟରେ ସବୁବେଳେ ରହିବେ, ଯେଉଁମାନଙ୍କ ସେ ଭଲ ରାସ୍ତାରେ ଚାଲିବାକୁ ଶିଖେଇଥିଲେ ବୋଲି ମୋଦି କହିଛନ୍ତି । ସମାଜର ଉନ୍ନତି ପାଇଁ ତାଙ୍କର ବହୁ ଅବଦାନ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ସନ୍ଥ ଶ୍ରୀ ବିଶ୍ୱେଶ ତୀର୍ଥ ସ୍ୱାମୀ ପେଜାୱର ମଠର ୩୨ତମ ମହନ୍ତ ଥିଲେ । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁପୂର୍ଣ୍ଣିମା ଅବସରରେ ସ୍ୱାମୀଜୀଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ ।
Sri Vishvesha Teertha Swamiji of the Sri Pejawara Matha, Udupi will remain in the hearts and minds of lakhs of people for whom he was always a guiding light. A powerhouse of service and spirituality, he continuously worked for a more just and compassionate society. Om Shanti. pic.twitter.com/ReVDvcUD6F
— Narendra Modi (@narendramodi) December 29, 2019