ଜମୁଛି ପାରାଦୀପର କଳିଙ୍ଗ ବାଲିଯାତ୍ରା

ବାଲିଯାତ୍ରା ଦେଖିବା ପାଇଁ ଦର୍ଶକଙ୍କ ବେଶ ଭିଡ଼ ଜମୁଛି । ରଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଅନ୍ୟ ଷ୍ଟଲରୁ  ଘରକଣା ଜିନିଷ କିଣାବାର ଦେଖିବାକୁ ମିଳୁଛି । ପଲ୍ଲିଶ୍ରୀ ମେଳାରେ ଚଳିତ ବର୍ଷ ଓରମାସ ପକ୍ଷରୁ ୧୩୫ ଟି ଷ୍ଟଲ ପଡିଥିବା ବେଳେ ରାଜ୍ୟ ବାହାରୁ ଆଠଟି , ବିଭିନ୍ନ ଜିଲ୍ଲାରୁ ୨୮ ଟି , ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ୧୫୧ ଟି  ଷ୍ଟଲ ଖୋଲାଯାଇଛି ।

 ଜମୁଛି ପାରାଦୀପର କଳିଙ୍ଗ ବାଲିଯାତ୍ରା

ପାରାଦୀପ: ଦୀର୍ଘ ୪ ଦିନ ହେଲାଣି ପାରାଦୀପ ବାଲିଯାତ୍ରା କଳିଙ୍ଗ ବାଲିଯାତ୍ରା ଆରମ୍ଭ ହୋଇଛି । ବାଲିଯାତ୍ରା ଦେଖିବା ପାଇଁ ଦର୍ଶକଙ୍କ ବେଶ ଭିଡ଼ ଜମୁଛି । ରଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଅନ୍ୟ ଷ୍ଟଲରୁ  ଘରକଣା ଜିନିଷ କିଣାବାର ଦେଖିବାକୁ ମିଳୁଛି । ପଲ୍ଲିଶ୍ରୀ ମେଳାରେ ଚଳିତ ବର୍ଷ ଓରମାସ ପକ୍ଷରୁ ୧୩୫ ଟି ଷ୍ଟଲ ପଡିଥିବା ବେଳେ ରାଜ୍ୟ ବାହାରୁ ଆଠଟି , ବିଭିନ୍ନ ଜିଲ୍ଲାରୁ ୨୮ ଟି , ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ୧୫୧ ଟି  ଷ୍ଟଲ ଖୋଲାଯାଇଛି । ଚଳିତ ବର୍ଷ ଓରମାସ ପକ୍ଷରୁ ବ୍ୟବସାୟ ମାନେ ମଧ୍ୟ ବାକି ଚାରି ଦିନ ଭଲ ବେପାର କରିବାକୁ ଆଶା ରଖିଥିବା ବେଳେ ଏ ବର୍ଷ ଏକ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ଓରମାସ ପକ୍ଷରୁ ଲକ୍ଷ୍ୟ ରହିଛି । 

ତେବେ ପାରାଦୀପର ବିଜୁ ମଇଦାନ ଠାରେ ହେଉଥିବା କଲିଙ୍ଗ ବାଲିଯାତ୍ରାର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲା ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ସହିତ ଯୁବ ନେତାଙ୍କ ଯୋଗଦାନ । ସଭା ମଞ୍ଚରେ ଏମାନଙ୍କର କଥା ଓ ଗୀତ ଦର୍ଶକ ମାନଙ୍କୁ ବେଶ ଆକୃଷ୍ଟ କରିଥିଲା। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ଯୁବ ବିଧାୟକ ଶୌଭିକ୍ ବିଶ୍ୱାଳ, ସମ୍ବିତ ରାଉତରାଏ, ବିଷ୍ଣୁପଦ ରାଉତରାଏ, ପ୍ରଶାନ୍ତ ବେହେରା ,ପ୍ରଶାନ୍ତ ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ। ସନ୍ଧ୍ୟାରେ ସାଂସ୍କୃତିକ ସଭା ପରେ ଏହି ଯୁବ ବିଧାୟକ ମାନେ କଳିଙ୍ଗ ବାଲିଯାତ୍ରାର ଐତିହ୍ୟ ଓ ପରମ୍ପରାକୁ ନେଇ ନିଜ ନିଜର ମତ ରଖିଥିଲେ । ଏଥିସହ ନିଜ ନିଜ କଣ୍ଠରେ ପୁରୁଣା ଗୀତ ଗାଇ ଦର୍ଶକ ଙ୍କୁ ମନୋରଞ୍ଜନ କରିଥିଲେ ।