ମା ଭୈରବୀ ମହୋତ୍ସବ: ଲୋକବାଦ୍ୟ ଓ ଲୋକନୃତ୍ୟ ଦର୍ଶକ ମନ ମୋହୁଛି

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ମିନିଷ୍ଟାଡିୟମରେ ଜମୁଛି ମା ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା । ଦ୍ୱିତୀୟ ସନ୍ଧ୍ୟାରେ ହଜାର ହଜାର ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ୧୫ରୁ ଅଧିକ ଅନୁଷ୍ଠାନର କଳାକାରଙ୍କ ନୃତ୍ୟରେ ଦୁଲୁକିଲା ମହୋତ୍ସବ ମଞ୍ଚ । ଗୋଟିଏ ପରେ ଗୋଟିଏ ଲୋକବାଦ୍ୟ ଓ ଲୋକନୃତ୍ୟ ରେ ବିଭୋର ହେଲେ ଦର୍ଶକ । ଦର୍ଶକଙ୍କ ମନ କିଣିଲା ବଲାଙ୍ଗିର ତୁଷୁରା କଳାକାରଙ୍କ ଲୋପ ପାଉଥିବା ଘୁଡୁକା ନୃତ୍ୟ ଓ ନୁର ବେଗମ ଙ୍କ ସମ୍ବଲପୁରୀ ସଙ୍ଗୀତ । ଫୁଲବାଣୀ  କଳାକାରଙ୍କ ଦ୍ୱାରା ଆଦିବାସୀ ଙ୍କ ପାରମ୍ପାରିକ କୁଇ ନୃତ୍ୟ, ପୁରୀ ରଙ୍ଗଶାଳା କଳାକାରଙ୍କ ମିକ୍ସ ଡ୍ୟାନ୍ସ ସହିତ ସମ୍ବଲପୁର କଳାକାରଙ୍କ ଦ୍ୱାରା ଡାଲଖାଇ ନୃତ୍ୟ ଶୀତୁଆ ସନ୍ଧ୍ୟାରେ ଦର୍ଶକ ଙ୍କୁ ବିଳମ୍ବିତ ରାତିଯାଏଁ ବାନ୍ଧି ରଖିପାରିଥିଲା । ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲାପାଳ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ।

ମା ଭୈରବୀ ମହୋତ୍ସବ: ଲୋକବାଦ୍ୟ ଓ ଲୋକନୃତ୍ୟ ଦର୍ଶକ ମନ ମୋହୁଛି

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ମିନିଷ୍ଟାଡିୟମରେ ଜମୁଛି ମା ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା । ଦ୍ୱିତୀୟ ସନ୍ଧ୍ୟାରେ ହଜାର ହଜାର ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ୧୫ରୁ ଅଧିକ ଅନୁଷ୍ଠାନର କଳାକାରଙ୍କ ନୃତ୍ୟରେ ଦୁଲୁକିଲା ମହୋତ୍ସବ ମଞ୍ଚ । ଗୋଟିଏ ପରେ ଗୋଟିଏ ଲୋକବାଦ୍ୟ ଓ ଲୋକନୃତ୍ୟ ରେ ବିଭୋର ହେଲେ ଦର୍ଶକ । ଦର୍ଶକଙ୍କ ମନ କିଣିଲା ବଲାଙ୍ଗିର ତୁଷୁରା କଳାକାରଙ୍କ ଲୋପ ପାଉଥିବା ଘୁଡୁକା ନୃତ୍ୟ ଓ ନୁର ବେଗମ ଙ୍କ ସମ୍ବଲପୁରୀ ସଙ୍ଗୀତ । ଫୁଲବାଣୀ  କଳାକାରଙ୍କ ଦ୍ୱାରା ଆଦିବାସୀ ଙ୍କ ପାରମ୍ପାରିକ କୁଇ ନୃତ୍ୟ, ପୁରୀ ରଙ୍ଗଶାଳା କଳାକାରଙ୍କ ମିକ୍ସ ଡ୍ୟାନ୍ସ ସହିତ ସମ୍ବଲପୁର କଳାକାରଙ୍କ ଦ୍ୱାରା ଡାଲଖାଇ ନୃତ୍ୟ ଶୀତୁଆ ସନ୍ଧ୍ୟାରେ ଦର୍ଶକ ଙ୍କୁ ବିଳମ୍ବିତ ରାତିଯାଏଁ ବାନ୍ଧି ରଖିପାରିଥିଲା । ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲାପାଳ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ।

ଅତିଥିଭାବେ ଉପଜିଲ୍ଲପାଳ ଯୋଗଦେଇ ଆୟୋଜକ ମହୋତ୍ସବ କମିଟିର କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ଦେଇଥିଲେ । ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆୟୋଜକଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମହୋତ୍ସବର ତୃତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ହେବ ପଶ୍ଚିମ ଓଡିଶାର ଲୋକନୃତ୍ୟ ପଞ୍ଚରସୀ ଓ ଭାଇଜିଉଁନ୍ତିଆ ।