ଆପଣ ବି ଏମିତି କରୁଛନ୍ତି ତ ?

କେବଳ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନକୁ ଛାଡ଼ିଦେଲେ ଏବେ ଅନ୍ୟ ସବୁ ବନ୍ଦ ରହିଛି ।

ଆପଣ ବି ଏମିତି କରୁଛନ୍ତି ତ ?
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ସମଗ୍ର ଦେଶବାସୀ ଏବେ ଏକଜୁଟ । ସରକାରଙ୍କ ପ୍ରତ୍ୟେକ ନିର୍ଦ୍ଦେଶାବଳୀକୁ ଲୋକେ ଅତିସୁନ୍ଦର ଭାବେ ପାଳନ କରୁଛନ୍ତି । ମଙ୍ଗଳବାର ମଧ୍ୟରାତ୍ରୀରେ ୨୧ ଦିନ ପର୍ଯ୍ୟନ୍ତ ସମଗ୍ର ଦେଶରେ ଲକ୍ ଡାଉନ ଘୋଷଣା ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା କ୍ଷେତ୍ରରେ ମଧ୍ୟ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱାରୋପ କରାଯାଉଛି । 

କେବଳ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନକୁ ଛାଡ଼ିଦେଲେ ଏବେ ଅନ୍ୟ ସବୁ ବନ୍ଦ ରହିଛି । ତେଣୁ ଗ୍ରୋସରି, କ୍ଷୀର, ପନିପରିବା ଏବଂ ଔଷଧ ଦୋକାନ ଇତ୍ୟାଦିରେ ମଧ୍ୟ ଯେପରି ସାମାଜିକ ଦୂରତ୍ୱ ରଖାଯାଇପାରିବ, ସେନେଇ ଗୁରୁତ୍ୱ ଦିଆଯାଇଛି ।