• ଆଜି ରାଜ୍ୟରେ ହେବନି କୋରୋନା ଟିକାକରଣ
  • ରାଜ୍ୟର ୮୫% କୋଭିଡ ଯୋଦ୍ଧା ନେଲେ କୋରୋନା ଟିକା
  • ଚିଲିକା, ଗହୀରମଥା ଓ ଭିତରକନିକାରେ ଆଜିଠାରୁ ଡଲଫିନ ଗଣନା
  • ଭୁବନେଶ୍ୱରସ୍ଥିତ ୫ଟି ସ୍କୁଲ ବୁଲିଲେ 5T ସଚିବ ଭି.କେ.ପାଣ୍ଡିଆନ
  • ସୁନ୍ଦରଗଡ଼ ବାହିୟାମ ଗାଁରେ ମାଆର ତଣ୍ଟି କାଟିଲା ପୁଅ
  • ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୦.୨୯ ଲକ୍ଷକୁ ବୃଦ୍ଧି
  • ଜାମ୍ମୁ ଓ କାଶ୍ମୀରର କାଟ୍ରାରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ
  • ଆସନ୍ତାକାଲି ଖୋଲିବ ଘଟଗାଁ ତାରିଣୀ ମନ୍ଦିର
  • ସମ୍ବଲପୁରରେ ନକଲି ସର୍ଫ କାରଖାନା ଠାବ
  • ମନବଦଳାଇଲା ହ୍ୱାଟସଆପ୍, ମେ' ୧୫ ପର୍ଯ୍ୟନ୍ତ ପ୍ରାଇଭେସି ପଲିସିରେ ଲାଗିଲା ରୋକ୍

ନଦୀ ପାର ହେଲେ ଏହି ଅଞ୍ଚଳରେ ଲୋକେ ଦେଖନ୍ତି ବିକାଶର ସ୍ୱପ୍ନ

ବାଟ ଓଗାଳୁଛି ବୈତରଣୀ ନଦୀ, ନଦୀ ପାର ହେବା ପରେ ମିଳୁଛି ମୌଳିକ ସୁବିଧା

ନଦୀ ପାର ହେଲେ ଏହି ଅଞ୍ଚଳରେ ଲୋକେ ଦେଖନ୍ତି ବିକାଶର ସ୍ୱପ୍ନ
ବାଟ ଓଗାଳୁଛି ବୈତରଣୀ ନଦୀ

ଆନନ୍ଦପୁର: ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର କେତେ କଣ ଯୋଜନା କରିଛନ୍ତି । ଯାତାୟାତର ସୁବିଧା ପାଇଁ ପୋଲ ଏବଂ ରାସ୍ତା ନିର୍ମାଣ ହେଉଛି । କିନ୍ତୁ ବାସ୍ତବରେ ଏହାର ଚିତ୍ର ଅଲଗା । ପ୍ରତିଦିନ ନଦୀ ପାର ହେଲେ ଲୋକେ ଦେଖନ୍ତି ବିକାଶର ସ୍ୱପ୍ନ। ଗ୍ରାମାଞ୍ଚଳ ବିକାଶର ବାଟ ଓଗାଳୁଛି ବୈତରଣୀ ନଦୀ । ନଦୀପାର ହୋଇ ନିଜର ନିତ୍ୟାବଶ୍ୟକ ଜିନିଷ ଆଣୁଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବୁଢୀକୁଦ ପଞ୍ଚାୟତବାସୀ । ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟାଙ୍କସେବା, ହାଟ ଆଦି ପାଇଁ ନଦୀ ପାର ହେବାକୁ ପଡୁଛି ଲୋକଙ୍କୁ । ଏପରିକି ନଦୀ ପାର ହେଲେ ଗରିବ ହିତାଧିକାରୀମାନଙ୍କୁ ଚାଉଳ ଗଣ୍ଡେ ମିଳିଥାଏ ।

ଆନନ୍ଦପୁର ବ୍ଲକରେ ନୂତନ ଭାବେ ଗଠିତ ହୋଇଛି ବୁଢୀକୁଦ ଗ୍ରାମ ପଞ୍ଚାୟତ । ପୂର୍ବରୁ ଏହା କୋଳିମାଟି ପଞ୍ଚାୟତରେ ଏକାଠି ହୋଇ ରହିଥିଲା । ୬ଟି ଗାଁକୁ ନେଇ ଗଠିତ ହୋଇଛି ବୁଢୀକୁଦ ପଞ୍ଚାୟତ । ଜଙ୍ଗଲ ଭରା ଏହି ପଞ୍ଚାୟତର ୨ ପାର୍ଶ୍ୱରୁ ଗୋଟିଏ ମୟୂରଭଞ୍ଜ ଜିଲ୍ଲାକୁ ସ୍ପର୍ଶ କରୁଥିବା ବେଳେ ଅନ୍ୟ ଭାଗକୁ ସ୍ପର୍ଶ କରିଛି ବୈତରଣୀ ନଦୀ । ପୂର୍ବରୁ ଏହି ପଞ୍ଚାୟତର ଲୋକମାନଙ୍କୁ ଚାଉଳ ଏବଂ କିରୋସିନ୍ ତେଲ ନେବା ପାଇଁ ନଦୀ ପାର୍ ହୋଇ କୋଳିମାଟି ପଞ୍ଚାୟତକୁ ଯିବାକୁ ପଡୁଥିଲା ।ନୂତନ ଭାବେ ବୁଢୀକୁଦ ପଞ୍ଚାୟତ ଗଠିତ ହେବା ପରେ ମଧ୍ୟ ଏହି ସମସ୍ୟା ଲାଗି ରହିଛି  ।
ଏହି ପଞ୍ଚାୟତରେ ବସବାସ କରନ୍ତି ୫ ହଜାରରୁ ଉର୍ଦ୍ଧ୍ୱ ଲୋକ । କାହିଁ କେଉଁ କାଳରୁ ଅବହେଳିତ ହୋଇ କାଳ କାଟୁଛନ୍ତି । ପ୍ରତ୍ୟେକ କାମ ପାଇଁ ପଞ୍ଚାୟତବାସୀଙ୍କୁ ବୈତରଣୀ ନଦୀ ପାର ହେବାକୁ ପଡୁଛି । ପଞ୍ଚାୟତରେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏ ପଢିବାକୁ ସୁବିଧା ଥିବା ବେଳେ,ହାଇସ୍କୁଲ ପଢିବା ପାଇଁ ପିଲାମାନଙ୍କୁ ନଦୀ ପାର ହୋଇ କୋଳିମାଟି ଯିବାକୁ ପଡୁଛି । ଆଉ ବର୍ଷା ଦିନେ ପିଲାମାନଙ୍କର ସ୍କୁଲ ଯିବା ଅସମ୍ଭବ ହୋଇପଡୁଛି । ବର୍ଷାଦିନେ ପିଲାଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହେଉଛି । ଦେହ ଖରାପ ହେଲେ, ଡାକ୍ତରଖାନା ଯିବା ପାଇଁ ଲୋକଙ୍କୁ ନଦୀ ପାର ହେବାକୁ ପଡିଥାଏ । ସବୁ କାମ ପାଇଁ ଲୋକଙ୍କୁ ନଦୀ ପାର ହେବାକୁ ପଡ଼େ ।

କାହିଁ କେଉଁ କାଳରୁ ଲୋକେ ଏପରି ସମସ୍ୟାର ସମ୍ମୁଖୀନ ହେଉଥିଲେ ସୁଦ୍ଧା ପ୍ରଶାସନିକ ଅଧିକାରୀଙ୍କ ନଜର ଏଥିପ୍ରତି ନଜର ପଡ଼ୁନଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ପଞ୍ଚାୟତବାସୀ ନିବେଦନ କରିଛନ୍ତି ।