ଲଗାଣ ବରଫପାତରେ ହନ୍ତସନ୍ତ ହେଉଛନ୍ତି ଲୋକେ
Advertisement

ଲଗାଣ ବରଫପାତରେ ହନ୍ତସନ୍ତ ହେଉଛନ୍ତି ଲୋକେ

ଭାରତର ସ୍ୱର୍ଗ କୁହାଯାଉଥିବା କାଶ୍ମୀର ଘାଟିରେ ଏବେ ଲଗାତାର ବରଫ ଜାରି ରହିଛି । ଏହାର ସୌନ୍ଦର୍ଯ୍ୟକୁ ଦେଖିବା ପାଇଁ ପର୍ଯ୍ୟଟକମାନେ ଟାଣି ହୋଇ ଆସୁଛନ୍ତି ।

ସୌଜନ୍ୟ: ସୋସିଆଲ ମିଡିଆ

ଗାୟତ୍ରୀ ଚକ୍ରବର୍ତ୍ତୀ, ଭୁବନେଶ୍ୱର: ଭାରତର ସ୍ୱର୍ଗ କୁହାଯାଉଥିବା କାଶ୍ମୀର ଘାଟିରେ ଏବେ ଲଗାତାର ବରଫ ଜାରି ରହିଛି । ଏହାର ସୌନ୍ଦର୍ଯ୍ୟକୁ ଦେଖିବା ପାଇଁ ପର୍ଯ୍ୟଟକମାନେ ଟାଣି ହୋଇ ଆସୁଛନ୍ତି । ପାହାଡ଼ ହେଉ ବା ଗଛ , ଘର ହେଉ କିମ୍ବା ରାସ୍ତା ସବୁଠି ଚିକମିକ୍ କରୁଥିବା ରୂପା ଭଳି ଧଳା ଚାଦର ପଡିଛି । ଅନ୍ୟପଟେ ପ୍ରବଳ ତୁଷାରପାତ ଯୋଗୁଁ ଅନେକ ସମସ୍ୟା ମଧ୍ୟ ଉପୁଜିଛି । ପୁଲୱାମାରେ ପ୍ରବଳ ବରଫପାତ ହେବା ଯୋଗୁଁ ବାଦାମ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି । ଲଗାତାର ବରଫ ପଡିବା ଯୋଗୁଁ ସେଓ ଓ ବାଦାମ ଗଛରେ ବରଫ ଜମୁଛି । ଫଳରେ ଭାର ସହି ନ ପାରି ଗଛ ଭାଙ୍ଗିଯାଇଛି ।

କାଶ୍ମୀର ଓ ଲଦାଖର ଉପର ଅଞ୍ଚଳରେ ପ୍ରବଳ ବରଫପାତ ହେବା ସହ ଖୋଲା ଅଞ୍ଚଳରେ ବରଫ ପଡିବା ଯୋଗୁଁ ଘାଟିର ଲୋକଙ୍କ ପାଇଁ ବହୁ ସମସ୍ୟା ଉପୁଜିଛି । ବରଫପାତ ଓ ବର୍ଷା ଯୋଗୁଁ ତାପମାତ୍ରା ମଧ୍ୟ ଖସିବାରେ ଲାଗିଛି । ସାମାନ୍ୟ ତାପମାତ୍ରାରୁ ପ୍ରାୟ ୯ ଡିଗ୍ରୀ ତଳକୁ ଖସିଯାଇଛି । ପାଣିପାଗରେ ଏଭଳି ପରିବର୍ତ୍ତନ ଯୋଗୁଁ ଘାଟିର ଲୋକେ ଥଣ୍ଡା ସହ୍ୟ କରିବା ପାଇଁ ବିକଳ୍ପ ବ୍ୟବସ୍ଥା ଖୋଜୁଛନ୍ତି । ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଘାଟିରେ ପୁଣି ଥରେ ତୁଷାରପାତ ହେବାର ସମ୍ଭାବନା ରହିଛି ।  

fallback
ପ୍ରବଳ ତୁଷାରପାତ ଓ ବର୍ଷା ହେବା ଯୋଗୁଁ ଶ୍ରୀନଗର-ଜମ୍ମୁର ରାଜମାର୍ଗକୁ ବନ୍ଦ କରିବାକୁ ପଡିଛି । ବରଫ ଓ ବର୍ଷାରେ ଖସିବା ଯୋଗୁଁ ଦୁର୍ଘଟଣାକୁ ନଜରରେ ରଖି ଜୱାହର ସୁଡ଼ଙ୍ଗ ପାଖରେ କାଜିଗୁଣ୍ଡରେ ଗମନାଗମନକୁ ବନ୍ଦ ରଖାଯାଇଛି । ହାଇୱେ ବନ୍ଦ ହେବା ଯୋଗୁଁ ପର୍ଯ୍ୟଟକମାନେ ଫସି ରହିଛନ୍ତି । ସେପଟେ ହାଇୱେ ଖୋଲିବା ପାଇଁ ଲାଗିପଡିଛି ପ୍ରଶାସନ ।
ମୋନାଲିର ଲେହ ମାର୍ଗରେ ୧,୩ ୫୦ ଫୁଟ ଉଚ୍ଚ ସ୍ଥିତ ରୋହତଙ୍ଗରେ ୨୦ ସେଣ୍ଟିମିଟର, କୋକସରାରେ ୧୦ ସେଣ୍ଟିମିଟର ବରଫପାତ ହୋଇଛି । ଲଗାତାର ବରଫ ପଡୁଥିବା ଯୋଗୁଁ ଲାହୌଲ ସ୍ପିତି ଏବଂ କୁଲ୍ଲୁକୁ ସଂଯୋଗ କରୁଥିବା ରୋହତଙ୍ଗ ରାସ୍ତାକୁ ବନ୍ଦ କରି ଦିଆଯାଇଛି ।

ସେହିଭଳି ଆଉ ଏକ ପାହାଡିଆ ରାଜ୍ୟ ଉତ୍ତରାଖଣ୍ଡରେ ମଧ୍ୟ ଆକାଶରୁ ଧଳା ବର୍ଷୁଛି । ଏପରିକି  ଚମେଲି ଜିଲ୍ଲାର ହେମକୁଣ୍ଡ ସାହିବରେ ତୁଷାରପାତ ହୋଇଛି । ଯାହାଫଳରେ ଶ୍ରୀହେମକୁଣ୍ଡ ସାହିବର ବାଟ ବନ୍ଦ କରିଦିଆଯାଇଛି । ଏଠାରେ ୨ ଫୁଟରୁ ଅଧିକ ବରଫ ଜମିଛି ଏବଂ ଏବେ ବି ଲାଗତାର ବରଫପାତ ଜାରି ରହିଛି । ଫଳରେ ଚାରିଆଡେ ବରଫର ମୋଟା ଚାଦର ଭଳି ବରଫ ଜମିଛି । ଏଠାକାର ପାରଦ ଖସିବା ସହ ଲୋକଙ୍କୁ ପ୍ରବଳ ଥଣ୍ଡା ସହ୍ୟ କରିବାକୁ ପଡୁଛି ।  ପାଣିପାଗ ବିଭାଗ ମୁତାବକ ଆଗାମୀ ଦିନରେ ଏଠାରେ ଆହୁରି ଅଧିକ ତୁଷାରପାତ ହେବ ବୋଲି ସୂଚନା ରହିଛି ।  
ଏବେ ବି ଜମ୍ମୁ କାଶ୍ମୀର ସମେତ ହିମାଚଳ ଓ ଉତ୍ତରାଖଣ୍ଡରେ ଲଗାତାର ତୁଷାରପାତ ଜାରି ରହିଛି । କୁଲ୍ଲୁ ମୋନାଲି ଓ ଲାହୋରର ଉଚ୍ଚ ସ୍ଥାନରେ ଲଗାତାର ବରଫପାତ ଜାରି ରହିଛି । ଯାହାଫଳରେ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।