)
ନୂଆଦିଲ୍ଲୀ: କୋରୋନା ମୁକାବିଲା କରିବାକୁ ଯାଇ ସମଗ୍ର ଦେଶକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ବର୍ତ୍ତମାନ ପରିସ୍ଥିତିରେ ସାମାଜିକ ଦୂରତ୍ୱ ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି । ହେଲେ କିଛି ଜୁଆଡ଼ି ଏହାକୁ ଭ୍ରୁକ୍ଷେପ ନକରି ତାସ୍ ଖେଳରେ ମାତିଛନ୍ତି । ସେମିତି ୧୦ ଜୁଆଡ଼ିଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶ ଉନ୍ନାଓ ପୋଲିସ । ସେମାନଙ୍କଠାରୁ ୨ ହଜାରରୁ ଅଧିକ ଟଙ୍କା ମଧ୍ୟ ଜବତ ହୋଇଛି ।
ସୂଚନା ମୁତାବକ, ଉତ୍ତର ପ୍ରଦେଶ ଉନ୍ନାଓର ଏକ ଗାଁରେ ଏହି ଜୁଆ ଖେଳ ଚାଲିଥିଲା । ୧୦ ଜୁଆଡ଼ି ତାସରେ ଜୁଆ ଖେଳୁଥିଲେ । ତେବେ ପୋଲିସ ସେମାନଙ୍କୁ ଗିରଫ କରିଛି । ତାସ୍ ପତ୍ତା ଏବଂ ତାସ୍ ଖେଳରେ ଲଗାଇଥିବା ଟଙ୍କା ମଧ୍ୟ ଜବତ କରିଛି । ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୧୮୮, ୨୬୯ ଏବଂ ୨୭୦ରେ ମାମଲା ରୁଜୁ ହୋଇଛି ।
‼️लॉक डाउन की अवहेलना कर,समाज को जोखिम में डाल रहे जुआरी हुए गिरफ्तार‼️@dgpup@Uppolice@CMOfficeUP@adgzonelucknow@Igrangelucknow@bstvlive@ABPNews@NewsStateHindi @News18UP@aajtak@JagranNews@ANINewsUP@TOIIndiaNews pic.twitter.com/nj4vIGxtmk
— UNNAO POLICE (@unnaopolice) April 11, 2020