• ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୧୩୨୯ ଜୀବନ
  • ଦେଶରେ ଦିନକରେ ୫୧ ହଜାର ୬୬୭ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ କୋରୋନାରେ ଆଉ ୪୦ ଜଣଙ୍କର ମୃତ୍ୟୁ
  • ରାଜ୍ୟରେ ଆଉ ୨୯୧୨ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଆଜି ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ବନ୍ଦ
  • ଚାଷୀଙ୍କ ଟୋକନ ସମସ୍ୟାକୁ ନେଇ କଂଗ୍ରେସ ପକ୍ଷରୁ ଡାକରା
  • ଆଜି ଅପରାହ୍‌ଣ ୪ଟାରେ ପ୍ରକାଶ ପାଇବ ଏବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳ
  • ରାଜ୍ୟ ମୁକ୍ତ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ବି ପ୍ରକାଶ ପାଇବ
  • ଅପରାହ୍ଣ ୪ ଟାରେ ବୋର୍ଡ କାର୍ଯ୍ୟାଳୟ ପରିସରରେ ପ୍ରକାଶ ପାଇବ ପରୀକ୍ଷା ଫଳ
  • bseodisha.ac.in ଓ bseodisha.nic.inରେ ମିଳିବ ରେଜଲ୍ଟ

ନିର୍ମାଣ ପୂର୍ବରୁ ବିରୋଧ

ଆସନ୍ତା ଡିସେମ୍ବର ୨୦ରେ ଏହାକୁ ନେଇ କମ୍ପାନୀ କରିବାକୁ ଯାଉଛି ପରିବେଶ ସଂକ୍ରାନ୍ତୀୟ ଜନଶୁଣାଣି । ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ ସିଧାସଳଖ ୧୨ହଜାର ସ୍ଥାୟୀ ନିଯୁକ୍ତି  ଓ ପରୋକ୍ଷରେ ୪୫ ହଜାର ନିଯୁକ୍ତି ପାଇବେ । 

ନିର୍ମାଣ ପୂର୍ବରୁ ବିରୋଧ
ଫାଇଲ ଫଟୋ

ଭୁବନେଶ୍ୱର: ପ୍ରସ୍ତାବିତ ପୋସ୍କୋ ଅଞ୍ଚଳ ଭାବେ ଜଣାଶୁଣା ଏରସମାର ତିନି ପଞ୍ଚାୟତ ଢିଙ୍କିଆ, ଗଡ଼କୁଜଙ୍ଗ ଓ ନୂଆଗାଁ ପଞ୍ଚାୟତର ପ୍ରକଳ୍ପରୁ ପୋସ୍କୋ ଓହରିଯିବା ପରେ ଏବେ ଏହି ସ୍ଥାନରେ ଜେ.ଏସ୍.ଡବ୍ଲ୍ୟୁ ଷ୍ଟିଲ କାରଖାନା ପ୍ରତିଷ୍ଠା କରିବାକୁ ଯାଉଛି । ୨୯୫୮ ଏକର ଜମିରେ ୧୩.୦୨ ମିଲିୟନ ପ୍ରକଳ୍ପ ସହ ୯୦୦ ମେଗାୱାଟର ନିଜସ୍ୱ ପାଓ୍ୱାର ପ୍ଲାଣ୍ଟ ଓ ୧୦ମିଲିୟନ ଟନର ସିମେଣ୍ଟ ପ୍ଲାଣ୍ଟ କରିବା ଯୋଜନା ରହିଛି । ଜଟାଧାର ମୁହାଣରେ ଏହାର ଏକ ନିଜସ୍ୱ ବନ୍ଦର କରାଯିବ ।

ଆସନ୍ତା ଡିସେମ୍ବର ୨୦ରେ ଏହାକୁ ନେଇ କମ୍ପାନୀ କରିବାକୁ ଯାଉଛି ପରିବେଶ ସଂକ୍ରାନ୍ତୀୟ ଜନଶୁଣାଣି । ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ ସିଧାସଳଖ ୧୨ହଜାର ସ୍ଥାୟୀ ନିଯୁକ୍ତି  ଓ ପରୋକ୍ଷରେ ୪୫ ହଜାର ନିଯୁକ୍ତି ପାଇବେ । ଏହା ପୂର୍ବରୁ କିଭଳି ସେସବୁ ଅଞ୍ଚଳର ପାରିପାର୍ଶ୍ୱିକ ଉନ୍ନତି ହେବ, ସେନେଇ ଜେ.ଏସ.ଡବ୍ଲ୍ୟୁ କମ୍ପାନୀ ଏବେ ତା'ର ପଦକ୍ଷେପ ଆରମ୍ଭ କରିଦେଇଛି । ଅନ୍ୟପଟେ ପ୍ରକଳ୍ପ କରିବା ପୂର୍ବରୁ କିଭଳି କ୍ଷତିଗ୍ରସ୍ତମାନଙ୍କୁ ତାଙ୍କ ଜୀବିକା ବଦଳରେ ନିଯୁକ୍ତି ଦିଆଯିବା ସହ ପାରିପାର୍ଶ୍ୱିକ ଉନ୍ନତି ସହ ପରିବେଶ ଉପରେ ଗୁରୁତ୍ୱ ଦେବାକୁ ଦାବି କରିଛି ବିଜେପି ।

ପୋସ୍କୋ ପ୍ରକଳ୍ପ ସମୟରେ ଦୀର୍ଘ ୮ବର୍ଷ ଧରି ପୋସ୍କୋ ସପକ୍ଷବାଦୀ ଓ ବିରୋଧୀ ସୃଷ୍ଟି ହୋଇ ପ୍ରାୟ ପାଞ୍ଚ ଜଣଙ୍କର ଜୀବନ ଯାଇଛି । ହେଲେ ୨୦୧୩ ମସିହା ପରଠାରୁ ଏହି ଅଞ୍ଚଳ ଶାନ୍ତ ପଡ଼ିଥିବା ବେଳେ ଜେ.ଏସ୍.ଡବ୍ଲ୍ୟୁ ପ୍ରକଳ୍ପ ଘୋଷଣା ହେବା ପରେ ଏବେ ସପକ୍ଷବାଦୀ ଓ ବିପକ୍ଷବାଦୀ ମେଳି ଆରମ୍ଭ କଲେଣି । ଗୋଟିଏ ପଟେ ସପକ୍ଷବାଦୀ ଯୁକ୍ତି ବାଢିଛନ୍ତି ଯେ, ଅତୀତ ଦିନରେ ପୋସ୍କୋ ପ୍ରକଳ୍ପକୁ ନେଇ ଯାହା ଘଟି ଯାଇଛି ଜେ.ଏସ୍.ଡବ୍ଲ୍ୟୁ କମ୍ପାନୀକୁ ନେଇ ତାହାର ଯେମିତି ପୁନରାବୃତ୍ତି ନହେଉ, ସେ ଦିଗରେ ସରକାର ଦୃଷ୍ଟି ଦିଅନ୍ତୁ ।

ଯଦି କମ୍ପାନୀକୁ ପ୍ରକଳ୍ପ କରିବାର ଅଛି, ତେବେ ସରକାରଙ୍କ ଜରିଆରେ ଉଭୟ ସପକ୍ଷ ଓ ବିପକ୍ଷବାଦୀଙ୍କ ସହ ଆଲୋଚନା କରି ସେମାନଙ୍କ ଦାବୀ ପୂରଣ କଲେ ପ୍ରକଳ୍ପ ହେବାର କୌଣସି ଆପତ୍ତି ନାହିଁ ବୋଲି ସପକ୍ଷବାଦୀ କହିଛନ୍ତି । ଅନ୍ୟପଟେ ଡିସେମ୍ବର ୨୦ରେ ହେବାକୁ ଥିବା ଜନଶୁଣାଣିକୁ ବିରୋଧ କରିବ ବୋଲି ଚେତାବନୀ ଦେଇଛନ୍ତି ପ୍ରକଳ୍ପ ବିରୋଧୀ । ପୋସ୍କୋ କମ୍ପାନୀକୁ ଯେଉଁ ଭଳି ବିରୋଧ କରା ଯାଇଥିଲା ଜେ.ଏସ୍.ଡବ୍ଲ୍ୟୁକୁ ମଧ୍ୟ ସେଭଳି ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ । ଏନେଇ କମ୍ପାନୀ ବିରୋଧରେ ତିନିଟି ପଞ୍ଚାୟତରେ ଶୋଭଯାତ୍ରା କରାଯିବା ସହ ଏରସମାର ବାଲିତୁଠ ଠାରେ କମ୍ପାନୀ ହଠାଅ ବିରୋଧରେ କରାଯିବ ସମାବେଶ ।

ପୋସ୍କୋ ପରେ ଏବେ ଆଉ ଏକ ବୃହତ୍ ପ୍ରକଳ୍ପକୁ ନେଇ ଗୋଟିଏ ପଟେ ସର୍ତ୍ତମୂଳକ ସମର୍ଥନ ତ ଆଉ ଗୋଟିଏ ପଟେ ନିଜର ଭିଟାମାଟି ପାଇଁ ବିରୋଧୀଙ୍କ ସଜବାଜ । ତେବେ ଆଗକୁ କ'ଣ ରୂପରେଖ ନେଉଛି ତାହା ଡିସେମ୍ବର ୨୦ରେ ହେବାକୁ ଥିବା ଜନଶୁଣାଣି ପରେ ହିଁ ଜଣାପଡ଼ିବ ।