ଲୁହା ଶିକୁଳିରେ ବନ୍ଧାହୋଇ କଟୁଛି ଜୀବନ
Advertisement

ଲୁହା ଶିକୁଳିରେ ବନ୍ଧାହୋଇ କଟୁଛି ଜୀବନ

 ଏହି ଗାଁର  ସୁକାନ୍ତ  ଜେନା ୧୦ ବର୍ଷ ହେବ ମାନସିକ ବିକାରଗ୍ରସ୍ତ ହୋଇ  ଶିକୁଳିରେ କଟୁଛି ଜୀବନ । କେହି ବୁଝିବାକୁ ପାଖରେ ନାହାନ୍ତି । ଜନ୍ମ କଲା ମା ସ୍ତନ କର୍କଟ ରୋଗରେ ପୀଡ଼ିତ । ଘରେ ଚୁଲି ଚାଳ ସେମିତି ବନ୍ଦ ହୋଇ ପଡିଛି । 

ଲୁହା ଶିକୁଳିରେ ବନ୍ଧାହୋଇ କଟୁଛି  ଜୀବନ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ବନଦୁର୍ଗା ଗାଁରେ  ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଏହି ଗାଁର  ସୁକାନ୍ତ  ଜେନା ୧୦ ବର୍ଷ ହେବ ମାନସିକ ବିକାରଗ୍ରସ୍ତ ହୋଇ  ଶିକୁଳିରେ କଟୁଛି ଜୀବନ । କେହି ବୁଝିବାକୁ ପାଖରେ ନାହାନ୍ତି । ଜନ୍ମ କଲା ମା ସ୍ତନ କର୍କଟ ରୋଗରେ ପୀଡ଼ିତ । ଘରେ ଚୁଲି ଚାଳ ସେମିତି ବନ୍ଦ ହୋଇ ପଡିଛି । ସୁକାନ୍ତଙ୍କ ଏପରି ଅବସ୍ଥା ଦେଖି ତାଙ୍କ  ସ୍ତ୍ରୀ ମାମିନା, ପୁଅଝିଅଙ୍କୁ  ଧରି ନିଜ  ବାପଘର କୁ ଚାଲିଯାଇଛନ୍ତି । 

fallbackଉଭୟଙ୍କ ଚିକିତ୍ସାରେ ବାଧକ ସାଜିଛି ଅର୍ଥ । ଆର୍ଥିକ ଅନଟନରେ ଉଭୟଙ୍କ ଚିକିତ୍ସା କରିବା ଭଉଣୀଙ୍କ ପାଇଁ ଅସମ୍ଭବ ପ୍ରାୟ । ସରକାରଙ୍କ ପକ୍ଷରୁ ସୁକାନ୍ତଙ୍କୁ  ୭ଶହ  ଓ ମା' ଧୋବିଲତାଙ୍କୁ  ୫ଶହ ଟଙ୍କା ଭତ୍ତା ମିଳୁଛି । ହେଲ  ତାହା ସମୁଦ୍ରକୁ ଶଙ୍ଖେ ଭଳି । ସେପଟେ ସୁକାନ୍ତଙ୍କ ନାଁରେ ଥିବା ରାସନ୍ କାର୍ଡରୁ ତାଙ୍କ ସ୍ତ୍ରୀ ଓ ପିଲାମାନେ ରାସନ୍ ସାମଗ୍ରୀ ନେଇଯାଆନ୍ତି । ଯେଉଁଠି ୨ ଓଳି ୨ ମୁଠା ଖାଦ୍ୟ ଯୋଗାଡ଼ କରିବା କଷ୍ଟକର ହୋଇପଡୁଛି ସେଭଳି ପରିସ୍ଥିତିରେ ସୁକାନ୍ତଙ୍କ ଭଉଣୀ ମା'ଓ ଭାଇଙ୍କ  ଚିକିତ୍ସା କରିବା ବା କିପରି ? ତେଣୁ ସରକାରୀ ସହାୟତା ଅପେକ୍ଷାରେ ବିତୁଛି ଜୀବନ ।