Trending Photos
)
ନୂଆଦିଲ୍ଲୀ: ପୁଣି ବଢିଲା ତୈଳଦର। ଲଗାତାର ପଞ୍ଚମ ଦିନ ପାଇଁ ବଢିଲା ତୈଳଦର। ଆଜି ପେଟ୍ରୋଲ ଲିଟର ପିଛା ତେଲଦର ୬୦ ପଇସା ବୃଦ୍ଧି ପାଇଛି। ଏହିତ ବର୍ଦ୍ଧିତ ଦର ଆଜି ସକାଳ ୬ଟାରୁ ହିଁ ଲାଗୁ କରାଯାଇଛି। ଏଠାରେ କହି ରଖୁଛୁ ଯେ ବିଗତ ୬ ସପ୍ତାହ ଧରି ତୈଳ ଦରରେ କୌଣସି ପରିବର୍ତ୍ତନ କରାଯାଇନଥିଲା। ଗତ ମାର୍ଚ୍ଚ ୧୬ ତାରିଖରୁ ହିଁ ତୈଳକମ୍ପାନୀ ଗୁଡ଼ିକ ଦରରେ କୌଣସି
ତେବେ ବିଗତ ୫ ଦିନ ଧରି ଲଗାତାର ଭାବେ ତୈଳଦରରେ କମ୍ପାନୀ ଗୁଡ଼ିକ ବୃଦ୍ଧି କରିବାରେ ଲାଗିଛନ୍ତି।
ତୈଳକମ୍ପାନୀ ଗୁଡ଼ିକ ଗୁରୁବାର ପେଟ୍ରୋଲ ଲିଟର ପିଛା ୬୦ ପଇସା ବୃଦ୍ଧି କରିଛନ୍ତି। ଏହି ଦର ବୃଦ୍ଧି ହେବା ପରେ ଦିଲ୍ଲୀରେ ପେଟ୍ରୋଲ ଦର ୭୩.୪୦ ଟଙ୍କାରୁ ବୃଦ୍ଧି ପାଇ ୭୪ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ଦରରେ ମଧ୍ୟ ବୃଦ୍ଧି ଘଟିଛି। ଡିଜେଲ ଦରରେ ବୃଦ୍ଧି ପାଇ ୭୧.୬୨ ଟଙ୍କାରୁ ବୃଦ୍ଧି ପାଇ ୭୨.୨୨ ଟଙ୍କାରେ ବିକ୍ରି ହେଉଛି। ତେବେ ରାଜ୍ୟ ଗୁଡ଼ିକରେ ତୈଳଦରରେ ମଧ୍ୟ ବିଭିନ୍ନ ଦର ରହିଛି। ରାଜ୍ୟର ଟ୍ୟାକ୍ସ ଅନୁଯାୟୀ ତୈଳ ଦର ଧାର୍ଯ୍ୟ ହୋଇଥାଏ।
ସେହିପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ୭୫.୯୪ ଟଙ୍କା ଓ ଡିଜେଲ ଦର ୬୮.୧୭ ଟଙ୍କାରେ ବିକ୍ରି ହେଉଛି। ମୁମ୍ବାଇରେ ୮୦.୯୮ ଟଙ୍କା ପେଟ୍ରୋଲ ଦର ରହିଥିବା ବେଳେ ଲିଟର ପିଛା ୭୦.୯୨ ଟଙ୍କାରେ ଡିଜେଲ ବିକ୍ରି ହେଉଛି। ଚେନ୍ନଇରେ ପେଟ୍ରୋଲ ୭୭.୯୬ ଓ ଡିଜେଲ ୭୦.୬୪ ଟଙ୍କା ରହିଥିବା ଜଣାପଡ଼ିଛି।