Trending Photos
)
ନୂଆଦିଲ୍ଲୀ: ୮୩ ଦିନ ପରେ ସୋମବାର ଦ୍ୱିତୀୟ ଥର ପାଇଁ ତୈଳ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଓ ଡିଜେଲ ଦରରେ ସୋମବାଦର ୬୦ ପଇସା ଲେଖାଏଁ ବୃଦ୍ଧି ପାଇଛି। ତେବେ ୮୩ ଦିନ ପରେ ସରକାର ଦୈନିକ ସମୀକ୍ଷା ଆରମ୍ଭ କରିଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ ସୋମବାର ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୭୧.୮୬ଟଙ୍କାରୁ ବୃଦ୍ଧି ପାଇଁ ୭୨.୪୬ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲର ମୂଲ୍ୟ ୬୯.୯୯ରୁ ବୃଦ୍ଧି ପାଇ ୭୦.୫୯ ଟଙ୍କାରେ ପହଞ୍ଚିଛି।
ଏହାପୂର୍ବରୁ ରବିବାର ଦିନ ତୈଳ କମ୍ପାନୀଗୁଡିକ ୮୩ ଦିନର ବ୍ୟବଧାନ ପରେ ମୂଲ୍ୟ ସମୀକ୍ଷା କରିବା ପରେ ଏହାକୁ ଲିଟର ପିଛା ୬୦ ପଇସା ବୃଦ୍ଧି କରିଥିଲେ। ଏହିପରି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମୂଲ୍ୟ ବୃଦ୍ଧି ପାଇଛି। ଏକ ତୈଳ କମ୍ପାନୀ ଅଧିକାରୀ କହିଛନ୍ତି ଯେ ଦୈନିକ ମୂଲ୍ୟରେ ପରିବର୍ତ୍ତନ ପୁଣି ଆରମ୍ଭ ହୋଇଛି।
ଯଦିଓ ତୈଳ କମ୍ପାନୀଗୁଡିକ ନିୟମିତ ଭାବରେ ଏଟିଏଫ୍ ଏବଂ ଏଲପିଜି ମୂଲ୍ୟ ସମୀକ୍ଷା କରୁଥିଲେ, ୧୬ ମାର୍ଚ୍ଚରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସର ଫାଇଦା ଉଠାଇବାକୁ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ଲିଟର ପିଛା ତିନି ଟଙ୍କା ବୃଦ୍ଧି କରିଥିଲେ, ଯାହା ପରେ ଦୈନିକ ସମୀକ୍ଷା ବନ୍ଦ ହୋଇଯାଇଥିଲା। ଏହା ପରେ, ୬ ମେରେ ସରକାର ପୁଣି ଥରେ ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୧୦ ଟଙ୍କା ଏବଂ ଡିଜେଲରେ ଲିଟର ପିଛା ୧୩ ଟଙ୍କା ବୃଦ୍ଧି କରିଛନ୍ତି।