ପୁଣି ଶସ୍ତା ହେଲା ତୈଳ ଦର
Advertisement

ପୁଣି ଶସ୍ତା ହେଲା ତୈଳ ଦର

ଦିଲ୍ଲୀ ଏବଂ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା କ୍ରମଶଃ ୨୭ ପଇସା ଏବଂ ଲିଟର ପିଛା ୧୪ ପଇସା ହ୍ରାସ ହୋଇଛି...

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ ଦେଖା ଦେଉଛି । ଯାହାର ଫଳରେ ଭାରତରେ ତୈଳ ଦରରେ କ୍ରମାଗତ ହ୍ରାସ ଦେଖା ଦେଉଛି । ଅବଶ୍ୟ ଅନ୍ତର୍ଜାତୀୟ ସ୍ତରରେ ତୈଳ ଦରରେ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଥିଲେ ମଧ୍ୟ ତାହା ଅନୁସାରେ ଆମକୁ ଫାଇଦା ମିଳୁ ନାହିଁ । ଆଜି ଅର୍ଥାତ ଶନିବାର ମଧ୍ୟ ପେଟ୍ରୋଲ-ଡିଜେଲ ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି ।

ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟରେ ଆଜି ଅର୍ଥାତ ମାର୍ଚ୍ଚ ୧୪ରେ ୭୦ ଟଙ୍କା ତଳକୁ ଖସି ଆସିଛି । କ୍ରମାଗତ ସପ୍ତାହରୁ ଅଧିକ ହେବ ପେଟ୍ରୋଲ ଏବଂ ଡିଜେଲ ଶସ୍ତା ହୋଇଛି । ତୈଳ ମାର୍କେଟିଂ କମ୍ପାନୀଗୁଡିକ ଶନିବାରରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା କ୍ରମଶଃ ୨୭ ପଇସା ଏବଂ ଲିଟର ପିଛା ୩୧ ପଇସା ହ୍ରାସ କରିଛନ୍ତି ।

ଦିଲ୍ଲୀ ଏବଂ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା କ୍ରମଶଃ ୨୭ ପଇସା ଏବଂ ଲିଟର ପିଛା ୧୪ ପଇସା ହ୍ରାସ କରାଯାଇଛି । ମୁମ୍ବାଇ ଏବଂ କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୩ ପଇସା ଶସ୍ତା ହୋଇଛି । ଅନ୍ୟପକ୍ଷରେ ଦିଲ୍ଲୀ ଏବଂ କୋଲକାତାରେ ଡିଜେଲର ମୂଲ୍ୟ ଲିଟର ପିଛା ଯଥାକ୍ରମେ ୩୧ ପଇସା ଏବଂ ୧୬ ପଇସା ହ୍ରାସ କରାଯାଇଛି । ଅନ୍ୟପକ୍ଷରେ ମୁମ୍ବାଇ ଏବଂ ଚେନ୍ନାଇରେ ଡିଜେଲ ଲିଟର ପିଛା ୧୭ ପଇସା ଶସ୍ତା ହୋଇଛି ।

ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ, ଶନିବାରରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇର ଗ୍ରାହକମାନେ ଲିଟର ପିଛା ଯଥାକ୍ରମେ ୬୯୮୭, ୭୫୫୭, ୭୨୫୭ ଟଙ୍କା ଏବଂ ୭୨୫୭ ଟଙ୍କା ଦରରେ ପେଟ୍ରୋଲ ପାଉଛନ୍ତି । ଚାରିଟି ମେଟ୍ରୋରେ ଡିଜେଲ ଲିଟର ପିଛା ଯଥାକ୍ରମେ ୬୨୫୮, ୬୫୫୧, ୬୪୯୧ ଏବଂ ୬୬୦୨ ଟଙ୍କା ବିକ୍ରି ହେଉଛି ।

 ଆହୁରି ପଢ଼ନ୍ତୁ; ମଣିଷ ଶରୀରରେ ସର୍ବାଧିକ କେତେ ଦିନ ବଞ୍ଚିରହେ କରୋନା ଭାଇରସ୍ ?