କମ୍ ହେଲା ପେଟ୍ରୋଲ-ଡିଜେଲ ଦର
Advertisement

କମ୍ ହେଲା ପେଟ୍ରୋଲ-ଡିଜେଲ ଦର

କୋଲକାତା ଓ ମୁମ୍ୱାଇରେ ମଧ୍ୟ ପେଟ୍ରୋଲ ୫-୫ ପଇସା ଶସ୍ତା ହୋଇଛି । ଫଳରେ କୋଲକାତାରେ ପେଟ୍ରୋଲ ଦର ଲିଟର ପିଛା ୭୪.୬୦ ଟଙ୍କା ପହଞ୍ଚିଛି । ସେହିପରି ମୁମ୍ୱାଇରେ ପେଟ୍ରୋଲ ଦର ଲିଟର ପିଛା ୭୭.୬୨ ଟଙ୍କାକୁ ବିକ୍ରି ହେଉଛି ।

କମ୍ ହେଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ: ଲଗାତର ୩ ଦିନ ସ୍ଥିର ରହିବା ପରେ ପେଟ୍ରୋଲ-ଡିଜେଲ ଦାମରେ ହ୍ରାସ ଦେଖାଇଛି । ଗୁରୁବାର ପେଟ୍ରୋଲ-ଡିଜେଲ ଦରରେ ୫ ପଇସାର ହ୍ରାସ ରେକର୍ଡ କରାଯାଇଛି । ଦେଶର ସବୁଠାରୁ ବଡ଼ ତେଲ କମ୍ପାନୀ ଇଣ୍ଡିଅନ ଅୟଲ କର୍ପୋରେଶନ ଅନୁସାରେ, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୫ ପଇସା ଶସ୍ତା ହୋଇ ୭୧.୯୧ ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି । ସେହିପରି ଡିଜେଲ ଦରରେ ମଧ୍ୟ ୫ ପଇସାର କମି ଆସିଛି । ଫଳରେ ଗୋଟିଏ ଲିଟର ଡିଜେଲର ଦର ୬୪.୬୫ ଟଙ୍କା ପ୍ରତି ଲିଟର ରହିଯାଇଛି ।

କୋଲକାତା ଓ ମୁମ୍ୱାଇରେ ମଧ୍ୟ ପେଟ୍ରୋଲ ୫-୫ ପଇସା ଶସ୍ତା ହୋଇଛି । ଫଳରେ କୋଲକାତାରେ ପେଟ୍ରୋଲ ଦର ଲିଟର ପିଛା ୭୪.୬୦ ଟଙ୍କା ପହଞ୍ଚିଛି । ସେହିପରି ମୁମ୍ୱାଇରେ ପେଟ୍ରୋଲ ଦର ଲିଟର ପିଛା ୭୭.୬୨ ଟଙ୍କାକୁ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଦରରେ ୬ ପଇସା ଶସ୍ତା ସହ ୭୪.୭୫ ଟଙ୍କା ପ୍ରତି ଲିଟର ପହଞ୍ଚିଛି ।

ସେହିପରି ୩ଟି ମହାନଗରରେ ଡିଜେଲ ଦରରେ ୫-୫ ପଇସା ଶସ୍ତା ହୋଇଛି । ଫଳରେ କୋଲକାତାରେ ଡିଜେଲ ୬୬.୯୭ ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି । ମୁମ୍ୱାଇରେ ୬୭.୭୫ ଟଙ୍କା ପ୍ରତି ଲିଟର ହିସାବରେ ବିକ୍ରି ହେଉଛି । ଚେନ୍ନାଇରେ ୬୮.୨୭ ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି ।