ଅସ୍ଥିର ତୈଳଦର, ଜାଣନ୍ତୁ ଆଜିର ଲିଟର ପିଛା ଦର...

ବିଶ୍ୱ ବଜାରରେ ତୈଳ ଦରକୁ ନେଇ ଅସ୍ଥିରତା ଲାଗିରହିଛି। ବର୍ତ୍ତମାନ ସମୟରେ ଲଗାତାର ଭାବେ ତୈଳ ଦର କ୍ରମାଗତ ଭାବେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ମାତ୍ର ଏହାର ପ୍ରଭାବ ଭାରତରେ ସେତେମାତ୍ରାରେ ପଡ଼ୁନଥିବା ଦେଖିବାକୁ ମିଳୁଛି। ଯଦି ଆଜିର ଦର ଉପରେ ନଜର ପକାଇବା, ତେବେ କିଛିଟା ସହରରେ ତୈଳ ଦରରେ ସାମାନ୍ୟ ପରିବର୍ତ୍ତନ ଘଟିଥିବା ଦେଖିବାକୁ ମିଳିଛି।

ଅସ୍ଥିର ତୈଳଦର, ଜାଣନ୍ତୁ ଆଜିର ଲିଟର ପିଛା ଦର...

ନୂଆଦିଲ୍ଲୀ: ବିଶ୍ୱ ବଜାରରେ ତୈଳ ଦରକୁ ନେଇ ଅସ୍ଥିରତା ଲାଗିରହିଛି। ବର୍ତ୍ତମାନ ସମୟରେ ଲଗାତାର ଭାବେ ତୈଳ ଦର କ୍ରମାଗତ ଭାବେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ମାତ୍ର ଏହାର ପ୍ରଭାବ ଭାରତରେ ସେତେମାତ୍ରାରେ ପଡ଼ୁନଥିବା ଦେଖିବାକୁ ମିଳୁଛି। ଯଦି ଆଜିର ଦର ଉପରେ ନଜର ପକାଇବା, ତେବେ କିଛିଟା ସହରରେ ତୈଳ ଦରରେ ସାମାନ୍ୟ ପରିବର୍ତ୍ତନ ଘଟିଥିବା ଦେଖିବାକୁ ମିଳିଛି। 

କେନ୍ଦ୍ରୀୟ ରାଜଧାନୀ ନୂଆଦିଲ୍ଲୀ, କୋଲକାତା ଓ ମୁମ୍ବାଇରେ ତୈଳ ଦର ଅପରିବର୍ତ୍ତିତ ରହିଛି। ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୬୯.୫୯ ଟଙ୍କାରେ ବିକ୍ରି ହେଉଥିବା ବେଳେ କୋଲକାତାରେ ୭୨.୨୯ ଟଙ୍କା, ମୁମ୍ବାଇରେ ୭୫.୩୦ ଟଙ୍କାରେ ବିକ୍ରିହେଉଛି। ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୭ ପଇସା ବୃଦ୍ଧି ପାଇ ୭୨.୪୫ ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି। 

ଅନୁରୂପ ଭାବେ ନୂଆଦିଲ୍ଲୀ, କୋଲକାତା ଓ ମୂମ୍ବାଇରେ ଡିଜେଲ ଦର ଅପରିବର୍ତ୍ତିତ ଥିବା ବେଳେ ଚେନ୍ନାଇରେ ଡିଜେଲ ଦରରେ ବୃଦ୍ଧି ଘଟିଛି। ନୂଆଦିଲ୍ଲୀରେ ଗତକାଲି ପରି ଆଜି ମଧ୍ୟ ଡିଜେଲ ଲିଟର ୬୨.୨୯ ଟଙ୍କାରେ ବିକ୍ରି ହେଉଛି। ସେହିପରି କୋଲକାତାରେ ୬୪.୬୨ ଓ ମୁମ୍ବାଇରେ ୬୫.୨୧ ଟଙ୍କାରେ ଡିଜେଲ ବିକ୍ରି ହେଉଛି। ଚେନ୍ନାଇରେ ଡିଜେଲ ଲିଟର ପିଛା ୧୫ ପଇସା ବୃଦ୍ଧି ପାଇ ୬୫.୮୬ ଟଙ୍କାରେ ବିକ୍ରି ହେଉଛି। 

ସେହିପରି ଭୁବନେଶ୍ୱରରେ ଡିଜେଲ ଓ ପେଟ୍ରୋଲ ଦର ଅପରିବର୍ତ୍ତି ରହିଛି। ଭୁବନେଶ୍ୱରରେ ଡିଜେଲ ୬୬.୭୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ପେଟ୍ରୋଲ ଲିଟର ପିଛା ୬୮.୬୩ ଟଙ୍କାରେ ବିକ୍ରି ହେଉଛି।