ହୋଲିରେ ମଧ୍ୟ ଲଗାତାର ଖସିଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍
Advertisement

ହୋଲିରେ ମଧ୍ୟ ଲଗାତାର ଖସିଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍

ଲଗାତାର ଷଷ୍ଠ ଦିନରେ ହ୍ରାସ ପାଇଛି ତୈଳ ଦର । ଆଜି ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ୭୦୨୯ ଟଙ୍କା ଦରରେ ବିକ୍ରି ହେଉଛି । 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ପୁଣି କମିଲା ତୈଳ ଦର । ମଙ୍ଗଳବାର ମଧ୍ୟ ପେଟ୍ରୋଲ-ଡିଜେଲ ମୂଲ୍ୟରେ ହ୍ରାସ ଦେଖା ଦେଇଛି । ଲଗାତାର ଷଷ୍ଠ ଦିନରେ ହ୍ରାସ ପାଇଛି ତୈଳ ଦର । ଆଜି ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ୭୦୨୯ ଟଙ୍କା ଦରରେ ବିକ୍ରି ହେଉଛି । ଗତକାଲି ଏହା ଲିଟର ପିଛା ୭୦୫୯ ଟଙ୍କା ଦରରେ ବିକ୍ରି ହେଉଥଲା । ସେହିପରି ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ଦର ୭୫୯୯ ଟଙ୍କା ରହିଛି । ଗତକାଲି ଏହା ଥିଲା ୭୬୨୯ ଟଙ୍କା ରହିଥିଲା । 

ଅନ୍ୟପଟେ ଆଜି କୋଲକାତାରେ ପେଟ୍ରୋଲ ଦଲ ଲିଟର ପିଛା ୭୨୯୮ ଟଙ୍କା ରହିଛି ।  ଗତକାଲି ଏହା ୭୩୨୮ ଟଙ୍କା ଥିଲା । ଯଦି  ଚେନ୍ନାଇ କଥା ଦେଖାଯାଏ, ତେବେ ଆଜି ପେଟ୍ରୋଲ ଲିଟର ପିଛା ୭୩୦୨ ଟଙ୍କା ଦରରେ ବିକ୍ରି ହେଉଛି । ଗତକାଲି ଏହା ଲିଟର ପିଛା ୭୩୩୩ ଟଙ୍କା ରହିଥିଲା ।

ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଏହା ମଧ୍ୟ ହ୍ରାସ ପାଇଛି । ଦିଲ୍ଲୀରେ ଡିଜେଲର ମୂଲ୍ୟ ଲିଟର ପିଛା ୬୩୦୧ ଟଙ୍କା ରହିଛି। ଯାହା ଗତକାଲି ୬୩୨୬ ଟଙ୍କା ଦରରେ ବିକ୍ରି ହେଉଥିଲା । ଆଜି ମୁମ୍ବାଇରେ ଲିଟର ପିଛା ଡିଜେଲ ୬୫୯୮ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୬୫୩୪ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୬୬୪୮ ଟଙ୍କା ଦରରେ ବିକ୍ରି ହେଉଛି ।

ଆହୁରି ପଢ଼ନ୍ତୁ; କୋରୋନାରେ ମୃତକଙ୍କ ସଂଖ୍ୟା ୩୯୦୦ ଛୁଇଁଲା, ୨୪ ଘଣ୍ଟାରେ ଇଟାଲିରେ ସର୍ବାଧିକ ୧୩୩ ଜଣଙ୍କ ମୃତ୍ୟୁ