ଆହୁରି କମିଲା ତୈଳ ଦର, ୯ ମାସ ମଧ୍ୟରେ ରେକର୍ଡ ସ୍ତରକୁ ହ୍ରାସ

ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୭୦.୫୯ ଟଙ୍କା ଦରରେ ବିକ୍ରି ହେଉଛି । 

ଆହୁରି କମିଲା ତୈଳ ଦର, ୯ ମାସ ମଧ୍ୟରେ ରେକର୍ଡ ସ୍ତରକୁ ହ୍ରାସ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: କରୋନା ଇଫେକ୍ଟ । କମୁଛି ତୈଳ ଦର । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କ୍ରମାଗତ ୫ ଦିନ ହେଲା ହ୍ରାସ ହୋଇଚାଲିଛି । ଏହି ସପ୍ତାହର ପ୍ରଥମ ଦିନ ସୋମବାର ତେଲର ଦରରେ ବଡ଼ ହ୍ରାସ ଦେଖାଦେଇଛି । ଆଜି ଦେଶରେ ପେଟ୍ରୋଲର ଦର ୨୩-୨୫ ପଇସା ହ୍ରାସ ପାଇଛି । ସେହିପରି ଡିଜେଲ ଦରରେ ମଧ୍ୟ ୨୫-୨୬ ପଇସା ହ୍ରାସ ପାଇଛି । କୋରୋନା ଭାଇରସ ଯୋଗୁଁ ତୈଳ ଦର କ୍ରମାଗତ ହ୍ରାସ ପାଉଛି ।

ସୋମବାର ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୨୪ ପଇସା ହ୍ରାସ ପାଇଥିବାବେଳେ ଡିଜେଲର ମୂଲ୍ୟ ୨୫ ପଇସା ହ୍ରାସ ପାଇଛି । ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୭୦.୫୯ ଟଙ୍କା ଦରରେ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୭୬.୨୯ ଟଙ୍କା । ଏଥି ସହିତ କୋଲକାତାରେ ଆଜି ଲିଟର ପିଛା ୭୩.୨୮ ଟଙ୍କା ଦରରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୭୩.୩୩ ଟଙ୍କା ଦର ରହିଛି ।

ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଡିଜେଲର ମୂଲ୍ୟ ଲିଟର ପିଛା ୬୩.୨୬ ଟଙ୍କା ରହିଛି । ଡିଜେଲର ମୁମ୍ବାଇରେ ୬୬.୨୪ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୬୫.୫୯ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୬୬.୭୫ ଟଙ୍କା ରହିଛି ।

ଆହୁରି ପଢ଼ନ୍ତୁ; କେବଳ କରୋନା ନୁହେଁ, ଅନ୍ୟ ଏକ କାରଣ ପାଇଁ ଫିକା ପଡ଼ିପାରେ ହୋଲି