• ଅନୁଭବ ବର୍ଷା ବିବାଦ ମାମଲା ,ଜିଲ୍ଲା ଜଜ୍ କୋର୍ଟ କୁ ଗଲେ ଅନୁଭବ ମହାନ୍ତି
  • ଘରୋଇ ହିଂସା ମାମଲାରେ ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମାମଲା ଦାୟର କରିଲେ ଅନୁଭବ
  • ଘରୋଇ ହିଂସା ମାମଲାରେ ଏସଡିଜେଏମ କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ ପତ୍ନୀ ବର୍ଷା
  • ରାୟଗଡ଼ାରେ ମୃଦୁ ଭୂମିକମ୍ପ,ରିକ୍ଚର ସ୍କେଲରେ ତୀବ୍ରତା ୩,୨ ରେକର୍ଡ
  • ରାଜ୍ୟରେ ପୁଣି ଦୈନିକ କୋରୋନା ସଂକ୍ରମଣ ୨ ହଜାର ଟପିଲା
  • ୨୪ ଘଣ୍ଟାରେ ୨ ହଜାର ୯୮୯ ନୂଆ ଆକ୍ରାନ୍ତ ଚିହ୍ନଟ
  • ସୁନ୍ଦରଗଡ଼ରୁ ସର୍ବାଧିକ ୬୩୧ ପଜିଟିଭ୍ ଚିହ୍ନଟ
  • ଦିନକରେ ଦେଶରେ ୨,୦୦,୭୩୯ ନୂଆ କୋରୋନା ଆକ୍ରାନ୍ତ, ୧,୦୩୮ ମୃତ
  • ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୦,୭୪,୫୬୪ କୁ ବୃଦ୍ଧି
  • ସୁସ୍ଥ ହେଲେଣି ୧,୨୪,୨୯,୫୬୪, ସକ୍ରିୟ ସଂକ୍ରମିତ ୧୪,୭୧,୮୭୭, ମୃତ୍ୟୁ ଲକ୍ଷେ ୭୩ ପାର୍

ବିରାଟଙ୍କ ବିଗ ଫ୍ୟାନ ପିଣ୍ଟୁ

ଆସନ୍ତା 22 ତାରିଖରେ କଟକରେ ଖେଳାଯିବ ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ଦିନିକିଆ। ଏଥିପାଇଁ ଦୁଇ ଦଳ ବର୍ତ୍ତମାନ ଭୁବନେଶ୍ୱରରେ। ମ୍ୟାଚ ମଧ୍ୟରେ ଗୋଟିଏ ଦିନ ବିରତୀ ମଧ୍ୟରେ ଭାରତୀୟ ଦଳର ଖେଳାଳିମାନେ ବେଶ ମସ୍ତି କରିଛନ୍ତି। ଏପରିକି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସେହି ସମୟର ଦୁଇଟି ଫଟୋ ମଧ୍ୟ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି।  

ବିରାଟଙ୍କ ବିଗ ଫ୍ୟାନ ପିଣ୍ଟୁ
ବିରାଟଙ୍କ ବିଗ ଫ୍ୟାନ ପିଣ୍ଟୁ

ବ୍ରହ୍ମପୁର: ଆସନ୍ତା 22 ତାରିଖରେ କଟକରେ ଖେଳାଯିବ ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ଦିନିକିଆ। ଏଥିପାଇଁ ଦୁଇ ଦଳ ବର୍ତ୍ତମାନ ଭୁବନେଶ୍ୱରରେ। ମ୍ୟାଚ ମଧ୍ୟରେ ଗୋଟିଏ ଦିନ ବିରତୀ ମଧ୍ୟରେ ଭାରତୀୟ ଦଳର ଖେଳାଳିମାନେ ବେଶ ମସ୍ତି କରିଛନ୍ତି। ଏପରିକି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସେହି ସମୟର ଦୁଇଟି ଫଟୋ ମଧ୍ୟ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି।  

ତେବେ ଏହାରି ମଧ୍ୟରେ ବ୍ରହ୍ମପୁରର ଜଣେ ଯୁବକ ଲୋକଲୋଚନକୁ ଆସିଛନ୍ତି। ବିରାଟଙ୍କ ବଡ଼ ପ୍ରଶଂସକ ହେବାର ନିଶା ତାଙ୍କୁ ଘାରିଛି ଏଥିପାଇଁ ସେ ତାଙ୍କ ଶରୀରରେ ବିରାଟଙ୍କ ବିଭିନ୍ନ ଚିତ୍ର ଆଙ୍କିଛନ୍ତି। ନାଁ ତାଙ୍କର ପିଣ୍ଟୁ ବେହେରା।  

ବିରାଟ ଦେଶ ମଧ୍ୟରେ ଯେଉଁ ସ୍ଥାନକୁ ଯାଇଥାନ୍ତି, ପିଣ୍ଟୁ ମଧ୍ୟ ସେହି ସ୍ଥାନକୁ ଯାଇଥାନ୍ତି। ବିରାଟଙ୍କ ଚଉକା ଛକା ମାଡ଼ରେ ପିଣ୍ଟୁ ସାର୍ଟ ଖୋଲି ଷ୍ଟାଡ଼ିୟମରେ ତେବେ ପିଣ୍ଟୁ ଦେହରେ ଏଭଳି ଟାଟୁ କରି ବିରାଟଙ୍କ ମନ ମଧ୍ୟ ଜିଣି ପାରିଛନ୍ତି। ଆସନ୍ତା 22 ତାରିଖରେ କଟକ ଆସିବାକୁ ପିଣ୍ଟୁ ପ୍ରସ୍ତୁତି ମଧ୍ୟ ଶେଷ କରିସାରିଛନ୍ତି।