ବିମାନ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ, ୩ ଆହତ
Advertisement

ବିମାନ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ, ୩ ଆହତ

ମିଳିତ ସୂଚନା ମୁତାବକ, ଆମେରିକାର ସାଉଥ ଡକୋଟା ରାଜ୍ୟରେ ଚେମ୍ୱରଲେନର ବାହାର କ୍ଷେତ୍ରରେ ଏହି ବିମାନ ଦୁର୍ଘଟଣା ଘଟିଛି । ଶନିବାର ହୋଇଥିବା ଏହି ଦୁର୍ଘଟଣାରେ ୨ ଶିଶୁ ମଧ୍ୟ ଶିକାର ହୋଇଛି । 

ବିମାନ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ, ୩ ଆହତ

ନ୍ୟୁୟର୍କ: ଆମେରିକାରେ ଏକ ଭୟାନକ ବିମାନ ଦୁର୍ଘଟଣା ଘଟିଛି । ଫଳରେ ଏହି ବିମାନ ଦୁର୍ଘଟଣାରେ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇ ଯାଇଛି । ଏହାସହ ୩ ଜଣ ଯାତ୍ରୀ ଗୁରୁତର ଆହତ ଥିବାର ସୂଚନା ମିଳିଛି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରୀ ରଖିଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠା ଯାଇଛି ।

ମିଳିତ ସୂଚନା ମୁତାବକ, ଆମେରିକାର ସାଉଥ ଡକୋଟା ରାଜ୍ୟରେ ଚେମ୍ୱରଲେନର ବାହାର କ୍ଷେତ୍ରରେ ଏହି ବିମାନ ଦୁର୍ଘଟଣା ଘଟିଛି । ଶନିବାର ହୋଇଥିବା ଏହି ଦୁର୍ଘଟଣାରେ ୨ ଶିଶୁ ମଧ୍ୟ ଶିକାର ହୋଇଛି । ଏହି ଦୁର୍ଘଟଣା ସେହି ସମୟରେ ହୋଇଛି, ଯେତେବେଳେ ୧୨ ଜଣ ଯାତ୍ରୀଙ୍କୁ ନେଇ ଏକ ଇଞ୍ଜିନ ବିଶିଷ୍ଟ ବିମାନଟି ଆକାଶରେ ଉଡ଼ାନ ଭରିଥିଲେ । ଏହାର ତୁରନ୍ତ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଯାଇଥିଲା । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏନବିସି ନ୍ୟୁଜ ଅନୁସାରେ, ବିମାନ ଇଡାହୋ ରାଜ୍ୟର ଇଡାହୋ ଫାଲ୍ସକୁ ଯାଉଥିଲା । ଏହା ମଧ୍ୟରେ ଆମେରିକାର ଜାତୀୟ ପାଣିପାଗ ବିଭାଗ ପାଣିପାଗ ଖରାପ ରହିବା ସହ ଝଡ଼ ହେବାର ଚେତାବନୀ ଜାରି କରିଥିଲା ।