ମାର୍ଚ୍ଚରୁ ଥିଓରୀ, ଜାନୁଆରୀରୁ ଯୁକ୍ତ 2 ପ୍ରାକ୍ଟିକାଲ ପରୀକ୍ଷା
Advertisement

ମାର୍ଚ୍ଚରୁ ଥିଓରୀ, ଜାନୁଆରୀରୁ ଯୁକ୍ତ 2 ପ୍ରାକ୍ଟିକାଲ ପରୀକ୍ଷା

ପ୍ରକାଶ ପାଇଲା 2020ରେ ଯୁକ୍ତ ଦୁଇ ପରୀକ୍ଷା ତାରିଖ. ଜାନୁଆରୀ ମାସରୁ ଯୁକ୍ତ ଦୁଇର ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ମାସରେ ଥିଓରୀ ପରୀକ୍ଷା ଅନୁଷ୍ଠିତ ହେବ. ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି. 

ମାର୍ଚ୍ଚରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର: ପ୍ରକାଶ ପାଇଲା 2020ରେ ଯୁକ୍ତ ଦୁଇ ପରୀକ୍ଷା ତାରିଖ. ଜାନୁଆରୀ ମାସରୁ ଯୁକ୍ତ ଦୁଇର ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ମାସରେ ଥିଓରୀ ପରୀକ୍ଷା ଅନୁଷ୍ଠିତ ହେବ. ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି. 

ଶ୍ରୀ ସାହୁ ଦେଇଥିବା ସୂଚନା ମୁତାବକ, ଜାନିଆରୀ 27 ତାରିଖରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ. ଏହା ଫେବ୍ରୁଆରୀ 5 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ. ଏହା ପରେ ମାର୍ଚ୍ଚ 3 ତାରିଖରୁ ଥିଓରୀ ପରୀକ୍ଷା ଆରମ୍ଭ ହୋଇ 28 ତାରିଖ ପର୍ଯ୍ୟନ୍ତ ଚାଲିବ. ବିଜ୍ଞାନ ପରୀକ୍ଷା ମାର୍ଚ୍ଚ 3 ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା 28 ତାରିଖରେ ଶେଷ ହେବ. ସେହିପରି ବାଣିଜ୍ୟ ଓ କଳା ପରୀକ୍ଷା ସେହି ମାସ 4 ତାରିଖରୁ ଆରମ୍ଭ ହେବ. ମାତ୍ର ବାଣିଜ୍ୟ ମାର୍ଚ୍ଚ 26 ତାରିଖରେ ଏବଂ କଳା 27 ତାରିଖରେ ଶେଷ ହେବ. 

ଚଳିତ ବର୍ଷ କଳାରେ ମୋଟ 2,18,831 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ. ସେହିଭଳି ବିଜ୍ଞାନରେ 97,536 ଜଣ ଛାତ୍ରଛାତ୍ରୀ, ବାଣିଜ୍ୟରେ 25,770 ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ 7,017 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ. ଚଳିତ ବର୍ଷ କଳାରେ ସର୍ବାଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ମୋଟ 3,49,154 ଜଣ ପରୀକ୍ଷା ଦେବେ. 

ସେହିପରି ଚଳିତ ବର୍ଷ କପି ରୋକିବାକୁ ବୋର୍ଡ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋର୍ଡ କର୍ତ୍ତୃପକ୍ଷ. ଯେଉଁ ସେଣ୍ଟରରେ ସିସିଟିଭି ଲଗାଯାଇନାହିଁ, ସେଠାରେ ଖୁବଶୀଘ୍ର ସିସିଟିଭିର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ.