Advertisement
Article Detail0/zeeodisha/odisha667093
Zee OdishaOther Newsଓଡ଼ିଆଙ୍କ ବର୍ଷସାରା ଖୁସି ପାଇଁ ମୋଦିଙ୍କ ପ୍ରାର୍ଥନା

ଓଡ଼ିଆଙ୍କ ବର୍ଷସାରା ଖୁସି ପାଇଁ ମୋଦିଙ୍କ ପ୍ରାର୍ଥନା

ଆଜି ମହାବିଷୁବ ସଂକ୍ରାନ୍ତି । ଅର୍ଥାତ ଓଡ଼ିଆ ନବବର୍ଷ । ଓଡ଼ିଆଙ୍କ ପାଇଁ ବେଶ୍ ଗୁରୁତ୍ୱବହନ କରୁଛି ଆଜିର ଦିନ । 

ଫାଇଲ ଫଟୋ
ଫାଇଲ ଫଟୋ

ଭୁବନେଶ୍ୱର: ଆଜି ମହାବିଷୁବ ସଂକ୍ରାନ୍ତି । ଅର୍ଥାତ ଓଡ଼ିଆ ନବବର୍ଷ । ଓଡ଼ିଆଙ୍କ ପାଇଁ ବେଶ୍ ଗୁରୁତ୍ୱବହନ କରୁଛି ଆଜିର ଦିନ । କାହିଁକିନା ଆଜିଠାରୁ ନୂଆ ପାଞ୍ଜି ପ୍ରଚଳିତ ହୋଇଥାଏ । ଓଡ଼ିଆ ପଞ୍ଜିକା ଅନୁସାରେ, ଏହା ବର୍ଷର ପ୍ରଥମ ଦିନ । ତେବେ ଏହି ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  

ନିଜ ଟ୍ୱିଟରରେ ମୋଦି ଲେଖିଛନ୍ତି, 'ଓଡ଼ିଶାବାସୀଙ୍କୁ ଓଡ଼ିଆ ନବ ବର୍ଷ ଅବସରରେ ହାର୍ଦ୍ଦିକ ଶୁଭକାମନା । ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଅଭିନନ୍ଦନ । ବର୍ଷ ସାରା ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା ।'

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଓଡ଼ିଆ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । 

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ଜଗନ୍ନାଥଙ୍କ ମହିମାରୁ ଆମ ସମସ୍ତଙ୍କୁ କରୋନା ମୁକାବିଲା ପାଇଁ ଶକ୍ତି ମିଳୁ ବୋଲି ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଏପରିକି ପ୍ରତ୍ୟେକ ଜୀବନ ସୁରକ୍ଷିତ ହେଉ ବୋଲି କାମନା ମଧ୍ୟ କରିଛନ୍ତି । 

About the Author